STORYMIRROR

ଦିଗ୍ ବିଜୟ ପଲାଇ

Inspirational

3  

ଦିଗ୍ ବିଜୟ ପଲାଇ

Inspirational

ବଡ

ବଡ

1 min
257

ଥରେ ଗୋଟିଏ ନାମକରା ସୋସାଇଟିର ବାର୍ଷିକୋତ୍ସବରେ ଲୋକପ୍ରିୟ ବାବା ପ୍ରବଚନ ଦେଉଥିବା ସମୟରେ ସାମ୍ନାରେ ଉପସ୍ଥିତ ଶ୍ରୋତାମାନଙ୍କୁ ପ୍ରଶ୍ନ କଲେ, ସତରେ କଣ ଭଗବାନଙ୍କଠାରୁ ବଡ କିଏ ଅଛି ?

ସଙ୍ଗେ ସଙ୍ଗେ ଆଗ ଧାଡିରୁ ସଦ୍ୟ ପଦାର୍ଥ ବିଜ୍ଞାନ ଅନ୍ତର୍ଗତ ଗବେଷଣାରେ ଯୋଗ ଦେଇଥିବା ଯୁବକ ଜଣକ ଛିଡା ହୋଇ ବ୍ରହ୍ମାଣ୍ଡ ସୃଷ୍ଟିରୁ ଆରମ୍ଭ କରି ଭଗବାନଙ୍କ ଅସ୍ତିତ୍ବ ପର୍ଯ୍ୟନ୍ତ କିଛି ଆବଶ୍ୟକ ଏବଂ ଗୁଡାଏ ବିଜ୍ଞାନଭିତ୍ତିକ ଅପ୍ରାସଙ୍ଗିକ କଥା ଗାଇଗଲେ। ତାହା ଶୁଣି କିଛି ଲୋକଙ୍କର ତ କାନମୂଳ ଗରମ ହୋଇଗଲା, ତଥାପି ସେମାନେ ସେ ପିଲାକୁ କରତାଳିରେ ପୋତି ପକେଇଲେ। ପିଲାଟିର ଛାତି ଆତ୍ମ ପ୍ରଂଶସାରେ ପୁରି ଭଳି ଫୁଲିଗଲା।


ତା ପରେ ପରେ ପଛରୁ କେହି ଜଣେ ମାଇକ୍ରୋଫୋନ୍ ଛଡେଇ କିଛି କହିବାକୁ ଆରମ୍ଭ କଲେ- ଭଗବାନଙ୍କଠୁ ବି ଆହୁରି ବଡ ବଡ ଅଛନ୍ତି ଆଜ୍ଞା, ଅନେକ!

ଆମ ତହସିଲ ଅଫିସ୍ ରେ, ସେଠି ଭଗବାନଙ୍କ ଅପେକ୍ଷା ଶହେ ଗୁଣା ଅଧିକ ଭୋଗ ଲାଗେ।


ପୂର୍ବରୁ ବାଃ ବାଃ ଲୁଟିଥିବା ଯୁବକ ଜଣକ ଲୋକଟିର ସମର୍ଥନ କରି କହିଲେ ," ଏ ଭଦ୍ରବ୍ଯକ୍ତି ଠିକ୍ କହୁଛନ୍ତି। ଗତ ସପ୍ତାହରେ ମୋର ପିଏଚଡି ଆଡମିସନ ପାଇଁ ଆବାସିକ ପ୍ରମାଣପତ୍ର ନିମନ୍ତେ ତହସିଲ କାର୍ଯ୍ଯାଳୟ ଯାଇଥିଲାବେଳେ କିରାଣୀକୁ ଟେବୁଲ ତଳେ ମେଞ୍ଚାଏ ଭୋଗ ଚଢେଇ ଥିଲି। "


ଏହା ଶୁଣି ଜୈନକ ବାବା କଣ କହିବେ ଭାବୁଥାନ୍ତି ! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from ଦିଗ୍ ବିଜୟ ପଲାଇ

ବଡ

ବଡ

1 min ପଢ଼ନ୍ତୁ

Similar oriya story from Inspirational