Shub Prakash

Inspirational

4.0  

Shub Prakash

Inspirational

ବାପା

ବାପା

2 mins
506


ଗାଁ'ରେ ରହୁଥିବା ଜଣେ ଲୋକ ନିଜ ପୁଅର ସୁଚାରୁ ରୁପେ ପାଳନ ପୋଷଣ କରି ଏକ ଭଲ ମଣିଷଟିଏ ଗଢିବାକୁ ଚିନ୍ତା କଲେ । ସେ ନିଜର ସମସ୍ତ ଶକ୍ତି ଓ ସମସ୍ତ ଆୟ ପୁଅକୁ ଜଣେ ସଫଳ ବ୍ୟକ୍ତି ରୁପେ ଗଢିବାରେ ଖର୍ଚ୍ଚ କରିଲେ । ସମୟ ଗଡିବା ସହିତ ପୁଅ ନିଜ ବାପାଙ୍କ ଆଶା ମୁତାବକ ଜଣେ ସଫଳ ବ୍ୟକ୍ତିତ୍ବ ରୁପେ ଏକ ବଡ କମ୍ପାନିରେ ସି.ଇ.ଓ ପଦରେ ନିଜୁକ୍ତି ପାଇଲା ଓ କିଛିଦିନ ପରେ ଏକ ଖୁବ୍ ସୁନ୍ଦର ଝିଅକୁ ବିବାହ କରିଲା । ସମୟ ସହିତ ଲୋକଟି ମଧ୍ୟ ବୃଦ୍ଧାବସ୍ଥାରେ ପାଦ ଦେଇ ସାରିଥିଲେ। ଜୀବନର ଅନ୍ତିମ ପାହାଚରେ ସେ ନିଜ ପୁଅର ସଫଳତାକୁ ନେଇ ବହୁତ ଖୁସି ଥିଲେ ଓ ତାକୁ ଦେଖା କରିବା ପାଇଁ ସହରକୁ ଗଲେ । ସେ ସିଧା ପୁଅ ଚାକିରି କରିଥିବା ଅଫିସରେ ପହଞ୍ଚିଲେ । ଆଲୋକରେ ଚିକମିକ୍ କରୁଥିବା ସୁସଜ୍ଜିତ ଭବ୍ୟ ଅଫିସ୍ ଓ ସେଠାରେ ବହୁତ କର୍ମଚାରୀ ତାଙ୍କ ପୁଅ ଅଧୀନରେ କାମ କରୁଥିବାର ଦେଖି, ତାଙ୍କ ଛାତି କୁଣ୍ଢେମୋଟ ହୋଇଗଲା । ସେ ନିଜ ପୁଅର ବ୍ୟକ୍ତିଗତ କୋଠରୀରେ ପ୍ରବେଶ କରି, ପୁଅ ବସିଥିବା ଚେୟାର ପଛରେ ଠିଆ ହୋଇଗଲେ ଏବଂ ସେ ପୁଅର କାନ୍ଧରେ ହାତ ରଖି ସ୍ନେହ ଓ ପ୍ରେମରେ ଗଦଗଦ୍ ହୋଇ ପଚାରିଲେ :-


"ଏହି ଦୁନିଆରେ ସବୁଠାରୁ ଶକ୍ତିଶାଳୀ ଓ ସଫଳ ବ୍ୟକ୍ତି କିଏ ?"


ପୁଅ ହସି ହସି ଉତ୍ତର ଦେଲା:-

"ମୋ ଛଡା ଆଉ କିଏ ହେବ ? ସବୁଠାରୁ ଶକ୍ତିଶାଳୀ ଓ ସଫଳ ବ୍ୟକ୍ତି ଦୁନିଆରେ ମୁଁ ବାପା" ।


ବୃଦ୍ଧ ଦୁଃଖ ପ୍ରକାଶ କଲେ । ସେ ଭାବିଥିଲେ, ମୋ ପୁଅ କହିବ "ବାପା ଆପଣ ସବୁଠାରୁ ଶକ୍ତିଶାଳୀ ଓ ସଫଳ ମଣିଷ" । ଯିଏକି ମୋତେ ଶକ୍ତି ସମ୍ପର୍ଣ୍ଣ ପୂର୍ଣ୍ଣ ବ୍ୟକ୍ତିତ୍ବ ରୁପେ ଗଢି ପାରିଲେ ।


ବୃଦ୍ଧଙ୍କ ଆଖିରେ ଲୁହ ଥିଲା । ସେ ପୁଅର ବ୍ୟକ୍ତିଗତ କୋଠରୀରୁ ଚାଲି ଯିବାକୁ ବାହାରିଲେ ଓ କୋଠରୀର ଦ୍ବାରରେ ଠିଆ ହୋଇ ପୁନଶ୍ଚ ପଚାରିଲେ- 


"କ'ଣ ତୁମେ ପ୍ରକୃତରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ଓ ସଫଳ ବ୍ୟକ୍ତି ?"


ପୁଅ ଉତ୍ତର ଦେଲା:-

" ନାଁ ବାପା, ମୁଁ ନୁହେଁ,

ଆପଣ ଦୁନିଆରେ ସବୁଠାରୁ ଶକ୍ତିଶାଳୀ ଓ ସଫଳ ବ୍ୟକ୍ତି । ଯିଏ ମୋତେ ନିଜ ନିଷ୍ଠା ଓ ପ୍ରଚେଷ୍ଠା ବଳରେ ଦୁନିଆରେ ଜଣେ ସଫଳ ବ୍ୟକ୍ତିତ୍ବ ରୁପେ ଛିଡା କରି ପାରିଛନ୍ତି ।"


ଆଶ୍ଚର୍ଯ୍ୟ ହୋଇ ବୃଦ୍ଧ ପଚାରିଲେ:-

"ଏହି କିଛି ସମୟ ପୁର୍ବରୁ କହୁଥିଲ ତୁମେ ଦୁନିଆରେ ସବୁଠାରୁ ଶକ୍ତିଶାଳୀ ଓ ସଫଳ ବ୍ୟକ୍ତି ।

କିନ୍ତୁ ଏବେ ମୁଁ ହେଲି କିପରି ?"


ପୁଅ ନିଜ ବାପାଙ୍କୁ ପାଖକୁ ଆଣି ଅନ୍ୟ ଏକ ଚେୟାରରେ ବସାଇ କହିଲା- ବାପା ସେତେବେଳେ ଆପଣଙ୍କ ହାତ ମୋ କାନ୍ଧ ଉପରେ ଥିଲା । ଯେଉଁ ପୁଅର କାନ୍ଧରେ ବା ମଥାରେ ବାପାଙ୍କ ମଜବୁତ୍ ହାତ ଥାଏ, ସେ ଦୁନିଆରେ ସବୁଠାରୁ ଶକ୍ତିଶାଳୀ ସଫଳ ମଣିଷ ନୁହେଁ କି ? ଆପଣଙ୍କ ଆର୍ଶିବାଦର ହାତ ମୋ ଉପରେ ଥିଲେ ମୁଁ ସାରା ଦୁନିଆରେ ବିଜୟ ଲାଭ କରି ପାରିବି ।

ଏବେ ଆପଣ କୁହନ୍ତୁ, ମୁଁ କିଛି ଭୁଲ୍ କହିଥିଲି ?


ବୃଦ୍ଧଙ୍କ ଆଖିରୁ ଧାର ଧାର ଆନନ୍ଦାଶ୍ରୁ ଝରି ପଡିଲା ଓ ସେ ନିଜ ପୁଅକୁ କୋଳକୁ ନେଇ କହିଲେ, ତୁ ଠିକ୍ କହିଛୁରେ ଧନ ।



Rate this content
Log in

More oriya story from Shub Prakash

Similar oriya story from Inspirational