STORYMIRROR

Kalpana Mishra

Tragedy

3  

Kalpana Mishra

Tragedy

ବାପା

ବାପା

2 mins
238


ସବୁ ବର୍ଷ ପରି ଆଜି ଦିନରେ ଘରକୁ ଗଲି....ସମସ୍ତଙ୍କୁ ପାଇଲି କେବଳ ତୁମକୁ ଛାଡ଼ି...ଫଟୋ ରେ ଚିତ୍ର ଟିଏ ସାଜି ତୁମେ ହସୁଥିଲ ....ଚିରାଚରିତ ଭାବେ।ଓଲ୍ହାଇ ଆସିଲନି କି ମୁଣ୍ଡ ବି ଆଉଁସି ଦେଲନି....

କାହିଁକି ବାପା ??? ରାଗିଛ ??? ଅଭିମାନ କରିଛ ???ଶେଷ ବେଳରେ ନଥିଲି ବୋଲି ତୁମେ ତ ନିଜେ ପଠେଇଦେଲ ମୋତେ.... ମୋ ଇଚ୍ଛା ବିରୁଦ୍ଧରେ .... ମୁଁ ଜାଣେ ତୁମ କଷ୍ଟ ମୁଁ ଦେଖି ପାରୁ ନଥିଲି ବୋଲି ତୁମେ ଅନୁଭବ କରିଥିଲ... ସେଥିପାଇଁ ଏଇ ଅବଶୋଷ ଦେଇ ଦେଲ ନା ???ଜୀବନ ସାରା ପାଇଁ କାନ୍ଦିବାକୁ ଆଉ ତୁମକୁ ଝୁରିବାକୁ..... ମାଆ ଙ୍କ ଆଖିର ଶୁନ୍ୟତା ରେ ତୁମକୁ ଅନୁଭବ କରିବାକୁ


 ବାପା ତୁମେ ତ ମୋ ପାଇଁ ଶବ୍ଦ ଟେ ନଥିଲ ଥିଲ ମୋର ଆଦର୍ଶ ଡ଼ରକୁଳା

ସ୍ଵଭାବ କୁ ଜାଣିଥିଲ ବୋଲି ପାଖରେ ଶୁଆଉଥିଲା ବୀରା ସ୍ତ୍ରୀ ମାନଙ୍କ କାହାଣୀ ଶୁଣାଉଥିଲ କୋଉ ମୁଁ ଏଯାଏଁ ମୁକୁଳି ପାରିଲି ସେ ଡର ରୁ ସବୁବେଳେ ଭାବୁଥିଲି ତୁମେ ଅଛ ପରା ମୋ ପାଖରେ ଏବେବି ଡର ଲାଗିଲେ କି ଝୁଣ୍ଟି ପଡ଼ିଲେ ସ୍ୱତଃ ମୋ ପାଟିରୁ ବାହାରି ଆସେ ବାପା ବୋଲି କାରଣ ତୁମେ ପରା ମୋ ପାଇଁ ହିରୋ ମୋ ବାପା ମୋ ଗୌରବ

    

   ତୁମ ଜ୍ୱାଇଁ କହୁଛନ୍ତି ତୁମେ କାଳେ ଏବେ ଯୁବକ ହୋଇ ସାରିବଣି ! ପୁନର୍ଜନ୍ମ ରେ ତାଙ୍କର ପ୍ରବଳ ବିଶ୍ବାସ ! କେଜାଣି ଯଦି ହଁ ,ତେବେ ଟିକେ ଦେଖା ଦିଅନ୍ତନି କେତେ କଥା ଅଛି ତୁମକୁ କହିବାକୁ ଏ ଛବିଶ ବର୍ଷର ତୁମ ପାଇଁ ପ୍ରତି ଶନିବାର କବିତା ଟିଏ ଲେଖୁଥିଲି ଏବେ କେହି ବି ମାଗୁ ନାହାନ୍ତି ମୋତେ ଗୀତ ଟିଏ ଶିଖୁଥିଲି ତୁମ ଆଗରେ ଗାଇବାକୁ ଏବେ କେହି ଶୁଣିବାକୁ ବି ନାହିଁ ତେଣୁ ବାପା ମୁଁ ଗୀତ ଗାଇବା ବି ଭୁଲି ଯାଇଛି ଲେଖୁଛି କିଛି ଟା କାଳେ ଯଦି ତୁମେ ପଢ଼ିଦେଵ କେବେ କେଉଁଠୁ ବି


    ବାପା ,ଆଜିବି ମୋ ନାକରେ ତୁମ ଦେହର ବାସ୍ନା ,ଓଠରେ ତୁମ ପିଠିର ସ୍ପର୍ଶ, କଣ୍ଠରେ ଅନେକ ଗୀତ ଫେରି ଆସ ନା ବାପା ମୁଁ ପୁଣି ଥରେ ପିଲା ହୋଇଯିବାକୁ ଚାହେଁ ତୁମ ପେଟ ତଳେ ଜାକି ହୋଇ ଶୋଇଯିବାକୁ ଚାହେଁ ଅନନ୍ତ କାଳ ପର୍ଯ୍ୟନ୍ତ ଏ ଜନ୍ମର ଅନ୍ତ ପର୍ଯ୍ୟନ୍ତ

      

       ତୁମର ନନ୍ଦିନୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Kalpana Mishra

Similar oriya story from Tragedy