STORYMIRROR

Laxmipriya Sahoo

Inspirational

4  

Laxmipriya Sahoo

Inspirational

ବାପା

ବାପା

2 mins
416

This is dedicated to all the fathers of this universe on this auspicious day.ପିତା ସ୍ୱର୍ଗ ପିତା ଧର୍ମ ପିତା ହିଁ ପରମ ତପ,ପିତରି ପ୍ରୀତିମା ପର୍ଣ୍ଣେ ପ୍ରିୟନ୍ତେ ସର୍ବ ଦେବତା ।   ଆଜି ହେଉଛି ପବିତ୍ର ପିତୃଦିବସ, ନିଜ ପିତାଙ୍କୁ ସମ୍ମାନ କରିବାର ଦିବସ I ଏହି ଦିନରେ କିଏ ନିଜର ପିତାଙ୍କୁ ଭଲ ଉପହାର ପ୍ରଦାନ କରେ ତ କିଏ cake କାଟେ, କିଏ ସୁନ୍ଦର ସ୍ଥାନକୁ ଭ୍ରମଣରେ ନିଏ ତ କିଏ ନୂତନ ପୋଷାକ ପ୍ରଦାନ କରେ, ଆଉ କିଏ ପାଦ ଛୁଇଁ ପ୍ରଣାମ କରେ ତ ଆଉ କେହି କେହି ଇଂରାଜୀରେ “Happy father’s day papa” ବୋଲି କହିଥାନ୍ତି I କିନ୍ତୁ ମନରେ ପ୍ରଶ୍ନ ଉଠେ, ଏଇଟା କ'ଣ ଆମ ସଂସ୍କାର, ନା ଆମମାନଙ୍କର ଆଉ କିଛି କର୍ତ୍ତବ୍ୟ ରହିଛି ଯାହାକୁ ଆମେ ଜାଣି ନ ଜାଣିଲା ଭଳି ଅଣଦେଖା କରିଛେ I ଏହାଦ୍ବାରା କ'ଣ ନିଜ ପିତା ସବୁ ଖୁସି ପାଇଥାନ୍ତି, ନା ଓଠରେ ଖୁସିର ଝଲକ ଦେଖେଇ ନିଜକୁ ଖୁସି ହେଉଥିବାର ଆଭାସ ଦେଇ ନିଜ ପିଲାଙ୍କ ଆଗରେ ଅଭିନୟ କରନ୍ତି I    ଆଜିବି କେତେ ପିତାମାତା ବୃଦ୍ଧାଶ୍ରମରେ ରହି ଦିନ କାଟୁଛନ୍ତି, ଖାଇବାକୁ ନପାଇ ଦୁଆର ଦୁଆର ବୁଲି ଭିକ୍ଷା ବୃତ୍ତି କରୁଛନ୍ତି, ଆଉ କେତେ ପିତାମାତା ତ ଘରେ ଥାଇ ବି ନିଜର ସନ୍ତାନ ସନ୍ତତିଙ୍କ ଠାରୁ ଅକଥନୀୟ ଯନ୍ତ୍ରଣା ସହୁଛନ୍ତି I ଏଇଟା କ'ଣ ତାଙ୍କ ପ୍ରତି ଅନ୍ୟାୟ ନୁହେଁ ? ଜୀବନ ଯୁଦ୍ଧରେ କେତେ କଷ୍ଟ ସହି ସେ ଆମକୁ ଛୋଟରୁ ବଡ କରିଛନ୍ତି, ଆମର ସବୁ ଅଳି ଅରଦଳି ସହିଛନ୍ତି, ସବୁ ଜିଦ୍ ପୂରଣ କରିଛନ୍ତି, ବଦଳରେ କେବଳ କିଛିଟା ସ୍ଵପ୍ନ ପାଇଁ, ଯେ ତାଙ୍କ ପିଲା ଦୁନିଆରେ ଗୋଟେ ଭଲ ମଣିଷ ହେଉ, ନାଁ କରୁ, ଆଉ ବୃଦ୍ଧ ବୟସରେ ସେ ତାଙ୍କର ସାହାରା ହେଉ, କିନ୍ତୁ ସବୁ ପିତାମାତାଙ୍କର ସ୍ଵପ୍ନ କଣ ପୂରଣ ହେଇପାରୁଛି, ନା ଦେଖିଥିବା ସ୍ଵପ୍ନ ସବୁ ଆଖିର ଲୁହ ଧାର ହୋଇ ବୋହିଯାଉଛି I   ତେଣୁ ମୋର ସମସ୍ତଙ୍କୁ ଅନ୍ତରର ସହ ନିବେଦନ ଯେ କେବଳ ଆଜି ଦିନଟି ନୁହେଁ, ବରଂ ପ୍ରତ୍ୟେକ ଦିନ ପିତାଙ୍କୁ ସମ୍ମାନ ଦେବା, କାରଣ ପିତା ହେଉଛନ୍ତି ସର୍ବଦା ସମ୍ମାନନୀୟ । ଆଜି ଦିନଟି ପିତାଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଓ ତାଙ୍କ ପ୍ରତି ଥିବା ଆମର କର୍ତ୍ତବ୍ୟକୁ ମନେ ପକାଇଦିଏ I    ତେଣୁ ଆଜିର ଏହି ପବିତ୍ର ଦିବସରେ ଆମେ ସମସ୍ତେ ଶପଥ ନେବା ଯେ ଆମେ ଆମ ପିତାମାତାଙ୍କୁ ପ୍ରତ୍ୟେକଟି ଦିନ ସମ୍ମାନ ଦେବା ଓ ତାଙ୍କ ପ୍ରତି ଥିବା ଦାୟିତ୍ୱ ଏବଂ କର୍ତ୍ତବ୍ୟକୁ ସୂଚାରୁ ରୂପେ ପାଳନ କରିବା I  ଆଜି ମୋର ବାପା ଏହି ଇହଧାମରେ ନାହାନ୍ତି ସତ, ତଥାପି ତାଙ୍କର ସ୍ମୃତି, ସ୍ନେହ, ଭଲପାଇବା ଓ ଆଶୀର୍ବାଦ ମୋ ପାଇଁ ଅବିସ୍ମରଣୀୟ I ସେହି ପବିତ୍ର ଓ ପୁଣ୍ୟାତ୍ମାଙ୍କୁ ମୁଁ ଅନ୍ତରର ସହ ସମ୍ମାନ ଜଣାଉଛି ଏବଂ ମୋର ସମସ୍ତ ପିତୃତୁଲ୍ୟ ପିତାଙ୍କୁ ସାଦରେ ପ୍ରଣାମ ଜଣାଉଛି I                               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Laxmipriya Sahoo

ବାପା

ବାପା

2 mins ପଢ଼ନ୍ତୁ

Similar oriya story from Inspirational