STORYMIRROR

Shanti Prava Nayak

Inspirational

3  

Shanti Prava Nayak

Inspirational

ଅତୀତର ପୃଷ୍ଠାରେ ଭାରତ ଓ ଆଜିର ଗଣତନ୍ତ୍ର

ଅତୀତର ପୃଷ୍ଠାରେ ଭାରତ ଓ ଆଜିର ଗଣତନ୍ତ୍ର

3 mins
108

 ସାରାବିଶ୍ବରେ ଆମ ଦେଶ ଭାରତ ଏକ ପୁଣ୍ୟ ପବିତ୍ର ଭୂଖଣ୍ଡ |ବହୁ ଭାଷା ,ଜାତି ,ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ସମ୍ବିଧାନ ଦ୍ୱାରା ସୃଷ୍ଟି ଏକ ଧର୍ମନିରପେକ୍ଷ ,ସମାଜବାଦୀ ,ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର |ଯେଉଁଥିରେ ଜନସାଧାରଣଙ୍କର ସାର୍ବଭୌମ ଅଧିକାର ପ୍ରତି ପ୍ରାଧାନ୍ୟ ପ୍ରଦାନ କରାଯାଇଛି | ଆମ ଭାରତ ୧୯୪୭ ମସିହା ଅଗଷ୍ଟ ପନ୍ଦର ରେ ସ୍ୱାଧୀନତା ଲାଭ କରିଛି ଓ ୧୯୫୦ ମସିହା ଜନୁୟାରୀ ଛବିଶ ତାରିଖରୁ ଏକ ଧର୍ମ ନିରପେକ୍ଷ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ ହୋଇଛି | ତା ପୂର୍ବରୁ ହଜାର ହଜାର ବର୍ଷ ଧରି ଏକ ଶୃଙ୍ଖଳାପୂର୍ଣ୍ଣ ଧାର୍ମିକ ରଜ୍ଜୁରେ ସଂଶ୍ଲିଷ୍ଟ ହୋଇ ରହିଥିଲା | ପ୍ରଭୁ ଶ୍ରୀରାମ, ଶ୍ରୀକୃଷ୍ଣ ଏହି ପବିତ୍ର ଭୂଇଁରେ ଜନ୍ମ ଗ୍ରହଣ କରି ଅସତ୍ୟ ଅନ୍ୟାୟ ,ଅତ୍ୟାଚାର , ପାପ ତାପ ଧ୍ଵଂସ କରି ସତ୍ୟ ,ଅହିଂସା ,ଶାନ୍ତି ,ଧର୍ମର ସମାଜ ଗଠନ କରିଥିଲେ |ଆଦିମ ଯୁଗରୁ ମୁନୀ-ରୁଷି ,ସାଧୁ-ସନ୍ଥଏହି ପବନ ମାଟିରେ ପାଦ ଦେଇ ସେମାନଙ୍କର ଜୀବନ ନିର୍ବାହ ମାଧ୍ୟମରେ ସତ୍ୟ ଶାନ୍ତି ,ଦୟାକ୍ଷମା,ଅହିଂସାରମନ୍ତ୍ରରେ ସମଗ୍ର ବିଶ୍ବରେ ଭାରତକୁ ମହିମା ମଣ୍ଡିତ କରି ବିଶ୍ୱବାସୀଙ୍କୁ ମଧ୍ୟ ଅଭିମନ୍ତ୍ରିତ କରିଥିଲେ |ଆଦିମ ଯୁଗରୁ ବିଶ୍ବର ଏହି ସୁଜଳା ସୁଫଳ ସ୍ବର୍ଣ୍ଣପ୍ରସୂ ଭାରତ ଭୂଖଣ୍ଡ ଐଶ୍ୱରିକ ଚିନ୍ତା -ଚେତନାରେ ପ୍ରବାହ ମାନ ମାନବ ଧର୍ମର ଆସ୍ଥା ଓ ବିଶ୍ୱାସ ସ୍ଥାପନ କରି ବିଶ୍ୱକୁ ଉଦ୍ବୁଦ୍ଧ କରି ଆସିଛି | ସାରା ବିଶ୍ବରେ ବିଭିନ୍ନ ପ୍ରକାରର ଧର୍ମଗ୍ରନ୍ଥ ରହିଛି କିନ୍ତୁ ହିନ୍ଦୁ ଧର୍ମଗ୍ରନ୍ଥ ଶ୍ରୀମଦ ଭଗବତଗୀତା ସର୍ବତ୍ତମ ଓ ସର୍ବକୃଷ୍ଟ କହିବାକୁ ଗଲେ ଏହା ସବୁ ପ୍ରକାର ଧର୍ମର ଜନଙ୍କ ଅଟେ | ଭାରତୀୟ ଦାର୍ଶନିକ ତଥା ସନ୍ୟାସୀ ସ୍ୱାମୀ ବିବେକାନନ୍ଦ ଆମେରିକାର ଚିକ୍କାଗୋ ଠାରେ ଆନ୍ତର୍ଜାତିକ ଧର୍ମ ସମ୍ମିଳନୀରେ ଗୀତାର ସାର ମନ୍ତ୍ରରେ ଭାଷଣ ଦେଇ ଲକ୍ଷ ଲକ୍ଷ ଜନତାଙ୍କର ମନ ମୋହିନେଇ ଭାରତକୁ ଗୌରବାନିତ୍ବ କରି ପାରିଥିଲେ | ଦୀର୍ଘ ୩୦୦ ବର୍ଷର ବ୍ରିଟିଶ ସରକାରଙ୍କ ଅତ୍ୟାଚାରକୁ ମହତ୍ମା ଗାନ୍ଧୀଙ୍କର ଅହିଂସାମନ୍ତ୍ର ବଳରେ ବିରୋଧ କରା ଯାଇପାରି ଥିଲା |ଭାରତ ମାଟିର ଅଗଣିତବୀର ସନ୍ତାନ ସବୁପ୍ରକାରର ଅନ୍ୟାୟ -ଅତ୍ୟାଚାର ,ଶୋଷଣ -କଷଣ ମଥାପାତି ସହି ଲୁହ ଲହୁ ବୁହାଇ ସତ୍ୟ,ଶାନ୍ତି ,ଦୟା ,କ୍ଷମା ,ଓ ଅହିଂସାକୁ ମୂଳମନ୍ତ୍ର କରି ବନ୍ଦିନୀ ଭାରତ ମାତାକୁ ବିଦେଶୀ କବଳରୁ ମୁକ୍ତ କରି ପାରିଥିଲେ | 

                    ଆମ ଭାରତ ସମ୍ବିଧାନ ଦ୍ୱାରା ସୃଷ୍ଟି ଏକ ଧର୍ମନିରପେକ୍ଷ,ସମାଜବାଦୀ,ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ରାଷ୍ଟ୍ର | ଡକ୍ଟର ବି .ଆର .ଆମ୍ବେଦକର ହେଉଛନ୍ତି ଏହାର ପ୍ରଣେତା |ହେଲେ ହିମାଳୟ ଠାରୁ କୁମାରିକା ସ୍ଥଳ ଓ ବଙ୍ଗୋପ ସାଗରରୁ ଆରବର ମୂଳ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ଭୂମଣ୍ଡଳର ସ୍ୱାଧୀନତାର ଅର୍ଥ ଓ ସାଧାରଣତନ୍ତ୍ରର ମୂଲ୍ୟ କଅଣ ?ଲୋକେ ହୃଦୟରୁ ଭୁଲି ଗଲେଣି |ବାପୁଜୀଙ୍କର ସ୍ୱପ୍ନର ଭାରତ କେବଳ ସ୍ୱପରେ ହିଁ ରହି ଯାଇଛି |ଅତୀତର ସୁବାସିତ କର୍ପୂର ଉଡି ଯାଇ କେବଳ କନା ହିଁ ପଡି ରହିଛି |ଯୁଆଡେ ଦେଖିଲେ ପ୍ରଳୟର ପାଦଚିହ୍ନ ଓ କର୍ଣ୍ଣରେ ପ୍ରତିଧ୍ବନିତ ହେଉଛି ଦାନବୀୟ ସ୍ୱର , ହିଂସା ,ଅନ୍ୟାୟ ,ଅତ୍ୟାଚାର ,ଅବିଶ୍ୱାସ ସ୍ଵାର୍ଥପରତାର ସର୍ବଗ୍ରାସୀ ନିଆଁ ଓ ରକ୍ତ ମାଂସର ଶରୀରକୁ ଖଣ୍ଡ ଖଣ୍ଡ କରି ଭକ୍ଷି ବାକୁ ଆକାଶ ମାର୍ଗରେ ଉଡୁଛନ୍ତି ମାଳ ମାଳ ଶାଗୁଣା |ସମାଜରେ ଆସୁରିକ ଅନୈତିକତା ଓ ଦୁର୍ନୀତି ଜୀବନ ଜୀବିକାର ପ୍ରତିଟି ସ୍ତରକୁ "ଯାଦୁ " ପରି ମାଡି ଚାଲିଛି |ଏପରିକି ଦେଶର ନିରାପତ୍ତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି | ସଭ୍ୟତା ,ସଂସ୍କୃତି ,ପରମ୍ପରା ,ଜାତି, ଧର୍ମ ନାମରେ ସମାଜରେ ନୃତ୍ୟ କରେ ଆତଙ୍କର ଦାନଵ |ପାପର ପଙ୍କରେ ଆଜି କଳୁଷିତ ଭାରତମାତାର ପୂର୍ବ ଗୌରବ |ନରପିଶାଚ ରାକ୍ଷସରୂପୀ ମାନବ ଶୋଷି ନେଉଛି ଅବଳା ନାରୀର ସରଳ ମନ ,ପ୍ରାଣ .ହୃଦୟ |ଶୋଷଣ ,ଧର୍ଷଣ ,ବଳାତ୍କାର ସ୍ୱରୂପ ଅସହାୟ ନାରୀର ଆକୁଳ କ୍ରନ୍ଦନରେ ଫାଟି ପଡୁଛି ମାଆର କୋମଳ ବକ୍ଷ |ହାଣ କାଟ ,ମାର ପିଟ ,ଲୁଟ ପାଟ,,ବୋମା ମାଡ଼ ,ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟରେ ଦେଶ ଆଜି ବିପର୍ଯ୍ୟସ୍ତ |କରୋନା ରୂପକ ମହାମାରୀର ବିଷର ଜ୍ୱାଳାରେ ବିଶ୍ବ ଆତଙ୍କିତ | ହୀନ ମାନ୍ୟତାରେ ଆଚ୍ଛାଦିତ କ୍ଷମତାର ପାଶାଖେଳେ ମତ୍ତ ଏ ମାନବ ଭୁଲି ଯାଇଛି ଶାନ୍ତି ,ମୈତ୍ରୀ ,ପ୍ରୀତି ,ଭାଇଚାରାର ସଂଜ୍ଞାଟିକୁ |ପୁରୁଷର ମୁଖାତଳେ ଅଣପୁରୁଷ ଦଳେ ଅର୍ଥର ଲାଳସାରେ ନିରୀହ ଅଶିକ୍ଷିତ ଜନସାଧାରଣଙ୍କୁ ଭ୍ରମିତ କରି ପୋଡା -ଜଳା ,ଭଙ୍ଗା -ରୁଜାମାଧ୍ୟମରେ ଜନଜୀବନକୁ ଜାତୀୟ ସମ୍ପଦକୁ ନଷ୍ଟ କରିବାରେ ମାତି ଛନ୍ତି |ଏବେବି ମାନସ ପଟରେ ଉଙ୍କି ମାରୁଛି ବାପୁଜୀଙ୍କ ଅଙ୍କିତ ସ୍ୱାଧୀନ ଭାରତର ଚିତ୍ର |ତାଙ୍କର ସତ୍ୟ ଅହିଂସାର ମନ୍ତ୍ରକୁ ସାକାର କରିବା ପାଇଁ ଉପଯୁକ୍ତ ସଂରକ୍ଷଣ ଦେବାପାଇଁ ସମଗ୍ର ଭାରତୀୟ ଆଜି ଅଯୋଗ୍ୟ ,ଅପାରଗ ,ଅସମର୍ଥ ମାୟା ହରିଣୀର ମାୟାରେ ମୋହଗ୍ରସ୍ତ କାୟକଳ୍ପର ଅନ୍ତରାଳରେ | 

                    ଭାରତୀୟ ଜନଗଣଙ୍କୁ ପୁଣି ଥରେ"ସ୍ୱରାଜ" ହାସଲ ଦିଗରେ ରଣକ୍ଷେତ୍ରରେ ଅବତୀର୍ଣ୍ଣ ହେବାକୁ ପଡିବ |ଆମଦେଶର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ତାଙ୍କର ଦୂରଦୃଷ୍ଟି ,ଦୃଢ଼ ସଂକଳ୍ପ ଓ ମହତ ବିଚାରଧାରା ଦ୍ୱାରା ଦେଶକୁ ବିକାଶ ପଥରେ ଅଗ୍ରସର କରାଇବାର ଅକ୍ଲାନ୍ତ ଉଦ୍ୟମ ଚଳାଇଛନ୍ତି | ତିନି ତଲାକ ପରି ଦୀର୍ଘ ତିନିଶହ ବର୍ଷର କୁସଂସ୍କାର ଉଚ୍ଛେଦ ଏବଂ ଦୀର୍ଘ ସତୁରି ବର୍ଷର ଅଶାନ୍ତ କାଶ୍ମୀରରେ ଶାନ୍ତିର ସ୍ରୋତ ପ୍ରବାହିତ ହୋଇ ପାରିଥିଲା |ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ସମସ୍ତେ ଏକ ଜୁଟ ହୋଇ ଆମ ଦେଶକୁ ସର୍ବଶ୍ରେଷ୍ଠ ହିନ୍ଦୁ ସାଧାରଣତନ୍ତ୍ର ରାଷ୍ଟ୍ରଭାବରେ ସାରା ବିଶ୍ବରେ ସୁଶୋଭିତ ,ସୁରଭିତ ଓ ମହକିତ କରିବା ଆମ ସମସ୍ତଙ୍କ ପରମ କର୍ତ୍ତବ୍ୟ ।


Rate this content
Log in

Similar oriya story from Inspirational