Sisir Kumar Samal

Drama Romance

2.5  

Sisir Kumar Samal

Drama Romance

ଅସ୍ପଷ୍ଟ ପ୍ରେମ

ଅସ୍ପଷ୍ଟ ପ୍ରେମ

4 mins
79


ପ୍ରେମ , ଦେଖିବାକୁ ଗଲେ ଏମିତି ଏକ ଶବ୍ଦ ଟିଏ ଯାହାକି କେତେବେଳେ କାହା ହୃଦୟରେ ସ୍ଥାନ ପାଇଥାଏ କେହି ଜାଣି ପାରନ୍ତି ନାହିଁ । କିଏ ସେହି ପ୍ରେମର ସ୍ପର୍ଶ ପାଇ ସ୍ବର୍ଗ ଛୁଇଁଯାଏ ତ କେହି କେହି ପ୍ରେମରେ ନିଜର ସଂଜ୍ଞା ହରାଇ ଥାଆନ୍ତି । ଏମିତି କିଛି କାହାଣୀ ଘଟିଥିଲା ସେଦିନ ସନିଆ ସାଥିରେ.....

୨୦ ବର୍ଷର ଯୁବକ ସନିଆ। ମେଟ୍ରିକ ପରୀକ୍ଷାରେ ପାସ୍ କଲାପରେ ପାଖ ଗାଁ କଲେଜରେ ପାଠ ପଢୁଥାଏ । ଟିକେ ଲାଜକୁଳା ସ୍ବଭାବର ହୋଇଥିବାରୁ କଲେଜ ରେ ବେଶି କାହା ସହିତ ମିଳାମିଶା କରୁନଥାଏ । ସ୍କୁଲ୍ ବେଳର ସାଙ୍ଗ ବିଶୁ , କଲେଜରେ‌ ତା ଉପର କ୍ଲାସ୍ ରେ ପଢେ । ସନିଆ ଆଉ ବିଶୁ ଦୁହିଁଙ୍କର ଭିତରେ ଥିଲା ଖୁବ୍ ଅନ୍ତରଙ୍ଗ ବନ୍ଧୁତା । ଦୁହେଁ ସାଥୀ ହୋଇ କଲେଜ ଓ ଵାହାରେ ବୁଲାବୁଲି କରନ୍ତି । ଏମିତି କିଛିଦିନ ଗଲାପରେ କଲେଜ ଛୁଟିରେ ଦୁହେଁ ପାଖ ଅଞ୍ଚଳକୁ କମ୍ପ୍ୟୁଟର ଟ୍ରେନିଂ ନେବାକୁ ବାହାରିଲେ‌, ଆଉ ଟ୍ରେନିଂ ପାଇଁ ଆଡ଼ମିଶନ ବି କରିଦେଲେ ।

ସେଦିନ ଥାଏ ସନିଆ ର ଟ୍ରେନିଂ ର ପ୍ରଥମ ଦିନ । ଯେଉଁ ଦିନ କି ସେ ପ୍ରେମ ର ପ୍ରଥମ ପାହାଚ ଯାଏ ଯାଇ ପହଞ୍ଚି ଯାଏ । କ୍ଲାସ୍ ରେ କମ୍ପ୍ୟୁଟର ସାମ୍ନାରେ ବସିଥାଏ ସନିଆ । ହଟାତ୍‌ ଶୁଣିବାକୁ ପାଇଲା କାହା ପାଉଁଜି ର ରୁଣଝୁଣ୍ ଶବ୍ଦ । କେଜାଣି କାହିଁକି ତା ଛାତିରେ ହୃଦୟ ଭିତରେ ଏକ କମ୍ପନ ସୃଷ୍ଟି ହୋଇଗଲା ସେ ରୁଣଝୁଣ୍ ଶବ୍ଦରେ । ତା ଛାତିର ସ୍ପନ୍ଦନ ବଢିବାକୁ ଲାଗିଲା । ସତେ ଯେମିତି ସେ ରୁଣୁଝୁଣ୍ ଶବ୍ଦ ସହ ତାର ପୂର୍ବ ଜନ୍ମର ସଂପର୍କ ଅଛି । କିଛି ମୁହୁର୍ତ୍ତ ଭିତରେ ତା ପାଖରେ ପହଞ୍ଚିଗଲା ଏକ ସୁନ୍ଦରୀ ଯୁବତୀ । ଯାହାର ନାଁ ଥିଲା ରାନୀ । 

ରାନୀ ବି ସେହି ସେଣ୍ଟରରେ ଆଗରୁ କମ୍ପ୍ୟୁଟର କୋଚିଙ୍ଗ ନେଉଥାଏ । ସୁନ୍ଦର ରୂପ ଆଉ ରୁଣଝୁଣ୍ ପାଉଁଜି ଶବ୍ଦ ସହ ଆସି ବସି ପଡିଲା ସନିଆ ବସିଥିବା ପାଖ ସିଟ୍ ରେ। ସନିଆ ର ଦେହରେ ହଠାତ୍ ଏକ ଶିହରଣ ଖେଳିଗଲା ତାର ବାସ୍ନାରେ । ସେ ଭାବିଲା କି ତା ପାଖରେ ଗୋଟେ ପ୍ରିନ୍ସେସ୍ ବସିଛି । ଅଧା ଲାଜ ଲାଜ ଆଖିରେ ସନିଆ ବାରମ୍ବାର ସେ ପ୍ରିନ୍ସେସ୍ କୁ ଚାହୁଁ ଥାଏ। ମନେ ମନେ ଭାବୁଥାଏ ସେ ପ୍ରିନ୍ସେସ୍ ତା ପାଖରେ ଏମିତି ସବୁବେଳେ ରୁହନ୍ତାକି।

ଏବେ ସନିଆ ମନେରେ ଗୋଟିଏ ଚିନ୍ତା। ସହଜେ ତ ସିଏ ବହୁତ ଲାଜକୁଳା ସ୍ବଭାବର। କେମିତି ସେ ସେହି ପ୍ରିନ୍ସେସ୍ ସହ କଥା ହେବ ଏହା ଭାବି ସନିଆ ର ଆଖିରେ ନିଦ ନାହିଁ। ଏବେ ସନିଆ ମନରେ ଖାଲି ଗୋଟିଏ ଚିନ୍ତା। କେମିତି ରାତି ପାହି ସକାଳ ହେବ, ଆଉ ସେ ତାର ସେହି ଭଙ୍ଗା ଦର୍ଦରା ହିରୋ-ଜେଟ୍ ସାଇକେଲ ଧରି ବାହାରି ଯିବ କମ୍ପ୍ୟୁଟର କ୍ଲାସ୍ ତା ମନର ରାଣୀ ସେହି ପ୍ରିନ୍ସେସ୍ ସହ ଦେଖା ହେଵ।

ଏମିତି କିଛିଦିନ ଚାଲିଲା। ସନିଆ ମନରେ ସେ ପ୍ରିନ୍ସେସ୍ ବସା ବାନ୍ଧି ସାରିଥାଏ। ଏମିତି ଦିନେ କମ୍ପ୍ୟୁଟର କ୍ଲାସ୍ ରେ ଗୋଟିଏ ଟେଷ୍ଟ ଚାଲିଥାଏ। ସନିଆ ସେ ଟେଷ୍ଟ ସାରି ରୁମ୍ ରୁ ବାହାରିବା ସମୟରେ ଏକ ମଧୁର ସ୍ବର ତାର କାନରେ ବାଜିଲା "ଭାଇ" । ସନିଆ ପଛକୁ ବୁଲି‌ ଚାହିଁ ଦେଖିଲା ତା ମନର ରାଣୀ ତା ପ୍ରିନ୍ସେସ୍ ସିଡି ପାହାଚ ଉହାଡରେ ବସିଛି। ସନିଆ ଜାଣିଲା ଯେ ଏ ସୁମଧୁର ସ୍ବର ଆଉ କାହାର ନୁହେଁ, ତା' ପ୍ରିନ୍ସେସ୍ ର ।

ସନିଆ ଅଟକିଗଲା ସେଇଠି। ଆଉ ଅଳ୍ପ ସ୍ମିତ ହାସ୍ୟ ଦେଇ ଚାହିଁଲା ସେ ପ୍ରିନ୍ସେସ୍ କୁ । ପାଖକୁ ଯାଇ ସନିଆ ବସି ପଡିଲା ପାଖରେ ଥିବା ଲଂଗ୍-ବେନ୍ଚ୍ ରେ। ପ୍ରିନ୍ସେସ୍ ର ମୁଁହ କୁ ଚାହିଁ ରହିଲା ସନିଆ। ପ୍ରିନ୍ସେସ୍ (ରାନୀ) ତାକୁ ପ୍ରଶ୍ନ କଲା କି ଟେଷ୍ଟ ରେ କେଉଁ ଟାଇପ ର ପ୍ରଶ୍ନ ପଡ଼ିଥିଲା। ସନିଆ ମନେ ମନେ ବହୁତ୍ ଖୁସି। ଯେଉଁ ପଦେ କଥା ହେବାଲାଗି ତାକୁ ସାହାସ ହେଉନଥିଲା ଆଉ ସେ ପଦେ କଥା ହେବାକୁ ବାହାନା ଖୋଜୁଥିଲା, ହେଲେ ଭଗବାନ ତା ମନ କଥା ବୁଝିପାରି ତାକୁ ଗୋଟିଏ ସୁଯୋଗ ଦେଲେ। ଧୀରଧୀର ସ୍ବରରେ ସନିଆ ‌ଉତ୍ତର ଦେଲା " ହଁ' ଏମିତି କିଛି, ନରମାଲ୍ କୋସ୍ଚିନ୍ " । ୟା ପରେ ସନିଆକୁ କଥାହେବାର ବାହାନା ମିଳିଗଲା। ଏମିତି ସବୁଦିନ ଚାହିଁ ବସିଥାଏ ତା ପ୍ରିନ୍ସେସ୍ ର ଆସିବା ବାଟକୁ ଆଉ ତା ରୁଣଝୁଣ୍ ପାଉଁଜିର ଶବ୍ଦକୁ ।

ସନିଆ ଧୀରେଧୀରେ ରାନୀ ର ନିକଟ ହେବାକୁ ଲାଗିଲା। ସବୁଦିନ ସନିଆ କିଛି ନା କିଛି ବାହାନା କରି ରାନୀ ସହ କଥା ବାର୍ତ୍ତା କରିବାକୁ ଲାଗିଲା। ରାନୀ ମଧ୍ୟ ସନିଆ ସହ ବହୂତ୍ ମିଶିବାକୁ ଲାଗିଲା। ଦୁହେଁ ରାସ୍ତାରେ ଏକା ସମୟରେ କମ୍ପ୍ୟୁଟର କ୍ଲାସ୍ ଯିବା ଆସିବା କରିବାକୁ ଲାଗିଲେ। ୟା ଭିତରେ ସନିଆ ମନରେ ରାନୀ ପାଇଁ ପ୍ରେମ ବସା ବାନ୍ଧି ସାରିଥାଏ। ହେଲେ ମନ ଖୋଲି ରାନୀକୁ କହିବ କିପରି? ଏ ବିଷୟରେ ସବୁବେଳେ ଚିନ୍ତାରେ ରହୁଥାଏ।

ହଠାତ୍ ଦିନେ ସନିଆ ମନରେ ସାହାସ ବାନ୍ଧିଲା। ରାନୀ ର ଅତି ଘନିଷ୍ଠ ଥିଲା ଦିପ୍ତି। ଦିପ୍ତି ମଧ୍ୟ୍ୟ ସବୁଦିନ ରାନୀ ସହ‌ କମ୍ପ୍ୟୁଟର କ୍ଲାସ୍ ଆସେ। ଦିପ୍ତି ସହ ବହୁତ୍ କ୍ଲୋଜ୍ ଥିଲା ସନିଆ । ମନରେ ସାହାସ ବାନ୍ଧି ଦିପ୍ତି କୁ ରାନୀ ପ୍ରତି ଥିବା ଭଲପାଇବା କଥା କହିଲା ସନିଆ। ହେଲେ ଦିପ୍ତିକୁ ସନିଆ ର କଥା କିଛି ଠିକ୍ ଲାଗିଲାନି। ସେ ସନିଆ କୁ ସିଧା ଏ ବିଷୟରେ ମୁଣ୍ଡ ପୁରାଇବ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଲା। କାରଣ ସନିଆର ଥିଲା ଖଣ୍ଡାୟତ ଜାତି ଆଉ ରାନୀର ଥିଲା ପଣ୍ଡା, ମାନେ ବ୍ରାହ୍ମଣ ଜାତି। ପରିବାର ଲୋକ କେବେ ଦୁହିଁଙ୍କୁ ଏକାଠି ହେବାକୁ ଦେବେନି ।

ଦିପ୍ତି ଠାରୁ ଏମିତି କଥା ଶୁଣି ସନିଆର ମନ ଭାଙ୍ଗିଗଲା। ତା ସପନର ରାଣୀ ଯେମିତି ତା ସ୍ବପ୍ନ ରୁ ଛାଡି ଚାଲିଯାଉଛି। ଏମିତି ଲାଗିଲା ସନିଆ କୁ। ହେଲେ ସେ ବି କରିବ ଆଉ କଣ ? ରାନୀର ପ୍ରେମରେ ସେ ନିଜର ସଂଜ୍ଞା ହରାଇ ସାରିଥିଲା। 

ମନରେ ଦୃଢ ସଂକଳ୍ପ କରି ବୁଝାଇବାକୁ ଚେଷ୍ଟା କରୁଥାଏ ଦିପ୍ତିକୁ। ଶେଷରେ ଦିପ୍ତି ସନିଆର ପ୍ରେମ ନିବେଦନ ରାନୀ ପାଖରେ ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଲା। ଆଉ ପରଦିନ ରାନୀ ର ଇଚ୍ଛା କଣ, ସନିଆ ପ୍ରତି ତାର(ରାନୀ) ର ଭଲପାଇବା ଅଛି କି ନାହିଁ ଆସି ଜଣାଇବାକୁ ପ୍ରତିଶ୍ରୁତି ଦେଲା ଦିପ୍ତି। ସନିଆ ମନେ ଇଶ୍ଵର ଙ୍କୁ ଡାକୁଥାଏ ଯେ ତା ମନର ପ୍ରିନ୍ସେସ୍ ତାକୁ ମିଳି ଯାଆନ୍ତା କି। ତା ପ୍ରିନ୍ସେସ୍ ମଧ୍ୟ ତା ଭଳି ତାକୁ ପ୍ରେମ କରନ୍ତା କି। ଏମିତି ଅନେକ ପ୍ରଶ୍ନ ର ଉତ୍ତର କୁ ଅପେକ୍ଷା କରିଥାଏ ସନିଆ। ଏମିତି ଦିନ ପରେ ଦିନ‌ ଗଡିଚାଲିଥାଏ, ଆଉ ସନିଆ ଅପେକ୍ଷା କରିଥାଏ ରାନୀ ର ପ୍ରତି ଉତ୍ତରକୁ... ( କ୍ରମଶ ...)


(ସନିଆ ପ୍ରତି ରାନୀ ର ପ୍ରତି ଉତ୍ତର କଣ ଥିଲା ଏକଥା ଜାଣିବାକୁ ପାଇବେ ଆର ଭାଗ ରେ.)


Rate this content
Log in

Similar oriya story from Drama