STORYMIRROR

Swatirasmi Rout

Drama Romance

4  

Swatirasmi Rout

Drama Romance

ଅସମାହିତ ପ୍ରଶ୍ନ

ଅସମାହିତ ପ୍ରଶ୍ନ

3 mins
467

ସେଦିନ ସେଇ ସୁନ୍ଦର ମୁହୂର୍ତ୍ତର ସୁନ୍ଦର କ୍ଷଣକୁ ମନେ ପକାଇ ଆଜି ବି ହସି ଉଠେ ଏହି ଅବୁଝା ମନ। ଭାବେ ସତରେ କଣ ଜୀବନ ଏମିତି, ଏବେ ବର୍ଷା ଆଉ ଏବେ ଖରା । କାହିଁକି କେଜାଣି ବହୁତ୍ ମନେ ପଡେ ସୀମା ର ଆଜି ସେହିଦିନର ରାତି ଯେବେ ସେ ଅପ୍ରତ୍ୟାଶୀତ ଭାବେ ସେ ସନ୍ଦେଶ ପାଇଥିଲା ଯେ କେହି ଜଣେ ତା ଠାରୁ କିଛିଜାଣିବାକୁ ଚାହୁଁଛି କିଛି ଗୁରୁତ୍ଵପୂର୍ଣ୍ଣ କଥା କଲେଜର ଆଡ଼ମିଶନ ବିଷୟ ରେ। ଯେବେ ସେ ସନ୍ଦେଶ ଖୋଲି ଦେଖେ ସେ ସନ୍ଦେଶ କେହି ଜଣେ ଶେଖର ବୋଲି ପିଲାର। କିଏ ସେ ଶେଖର ନ ଜାଣି ତା ସହ କଥା ହେବା ଆରମ୍ଭ କରିଦେଲା ସୀମା । ସବୁ କଥାକୁ ଟିକି ଟିକି କରି ବୁଝାଇ କହିଲା ସେ । କାହିଁକି କେଜାଣି ଆଡ଼ମିଶନ ତଥ୍ୟ ଦେଉ ଦେଉ କିଛି ବାଟ ଆଗେଇଗଲେ ସେ ଦୁହେଁ କିଛି ବ୍ୟକ୍ତିଗତ ଆଲୋଚନା ଆଡ଼କୁ। ସେଇଟା ବୋଧହୁଏ ଆରମ୍ଭ ଥିଲା ତାଙ୍କ ସଂଜ୍ଞାହୀନ ସମ୍ପର୍କ ର। ହୁଏତ ସେଇ ଚାଖଣ୍ଡେ ଯନ୍ତ୍ର ର ଦୁଇ ପାଖରେ ଥିବା ଦୁଇଟି ମନର ଅଦଳବଦଳ ହୋଇସାରିଥିଲା ସେଇ ପ୍ରଥମ କଥାରେ। ପ୍ରଥମ ପ୍ରେମର ଶ୍ରାବଣ ର ଛିଟା ପଡ଼ିସାରିଥିଲା ସେ ଦୁହିଁଙ୍କ ଜୀବନରେ।

ସତରେ ଜୀବନ କେତେ ସୁନ୍ଦର ଲାଗେ ପାଖରେ ସେଇ ଆପଣାର ମଣିଷଟିକୁ ପାଇ, ତାକୁ ଥରେ ଛୁଇଁ ଦେଇ, ତାକୁ ଥରେ ମନଭରି ଦେଖି ଦେଇ। ସେଇ ସମୟର ଭାବନା ନେଇଯାଏ ସେ ଦୁଇଜଣଙ୍କୁ କେଉଁ ଏକ ଅଜଣା ରାଇଜ କୁ କେଜାଣି। ସେହି ମୁହର୍ତ୍ତରେ ବଞ୍ଚିବାକୁ ବହୁତ୍ ଇଚ୍ଛା ହୁଏ। ଜୀବନର କିଛି ସୁନ୍ଦର ଅନୁଭୂତି ପାଇବାକୁ ବହୁତ୍ ଭଲଲାଗେ । ତାହା ହିଁ ଘଟିଲା ଶେଖର ଆଉ ସୀମା ଜୀବନରେ ।ପାଖରେ ପାଇ ସେହି ଦୁଇ ଓଠଧାର ରୁ ହସ ଲିଭୁ ନଥାଏ, ମନ ଖୁସିରେ ନାଚି ଉଠୁଥାଏ। କିନ୍ତୁ କାହିଁକି କେଜାଣି ନିଜର କିଛି ଭୁଲ ଧାରଣା ମନରେ ଭୟ ବି ସୃଷ୍ଟି କରୁଥାଏ।। ସମ୍ପର୍କ ଗଢିବା ଆଗରୁ ଭାଙ୍ଗିଯିବାର ଭୟ, ଆପଣା ର ଲାଗୁଥିବା ସେହି ଲୋକଟି ପାଖରୁ ଦୂରେଇ ଯିବାର ଭୟ । ସେହି ଶଙ୍କିତ ଭାବରେ ଭାରିମନରେ ଆଗେଇ ଆସିଥିଲା ସୀମା ନିଜର ଶେଖର କୁ ଭେଟିବାକୁ, ଏକ ପବିତ୍ର ସମ୍ପର୍କର ମୂଳଦୁଆ ପକାଇବାକୁ। ମୂଳଦୁଆ ବି ପକାଇଥିଲେ ସେହି ଦୁଇ ଜଣ ସେଦିନ ର ସେହି ହଷ୍ଟେଲର ଫାଟକ ସାମନାରେ ବସି ଜୀବନର ସେହି ଅଙ୍କ କଷିବା ସମୟରେ । ବୋଧହୁଏ ଅଙ୍କ କଷିବା ରେ ହେଉ କି ମୂଳଦୁଆ ପକାଇବାରେ କିଛି ଭୁଲ ହିସାବକିତାବ ହୋଇଯାଇଥିଲା ସେହି ଖୁସିର ମୁହୂର୍ତ୍ତରେ ଯାହାର ପରିଣାମ ଆଜି ବି ପ୍ରଶ୍ନ ପଚାରିଚାଲିଛି ସେହିଦୁଇଜଣଙ୍କୁ।

ଉତ୍ତର କିଏ ଦେବ ତା ଭାବିବା ଆଗରୁ ଜୀବନର ଖୁସି କୁଆଡେ ହଜିଗଲା କେଜାଣି । ଆଜି ବି ନୀରବ ସେହି ଦୁଇଟି ମନ । ଅବୁଝା ସେହି ସୀମାର ହୃଦୟ ଆଜି ବି ପଚାରେ କଣ ଧୀରେଧୀରେ ଭାଙ୍ଗିଯାଉଛି ସେହି ନିରୀହ ମନରେ ସଜାଇଥିବା ସ୍ଵପ୍ନମହଲ ? ସୀମା ସଜାଇଥିବା ସେଇ ଆଶା ର ପାହାଡ଼ ଧୀରେ ଧୀରେ ତାର ଆଖି ଆଗରେ ଧୁଳିସାତ୍ ହେଉଥିବାର ଦେଖି ଆଖି ବନ୍ଦ କରିଦେଇଥିଲା ସେ। ସତରେ ଶେଖର କଣ ଭାବିପାରୁ ନଥିଲା ସୀମା ଜୀବନରେ ଘଟିଯାଉଥିବା ଏହି ଅପ୍ରତ୍ୟାଶିତ ଘଟଣା ସବୁ ବିଷୟରେ ନା ସେ ବି ନୀରବଦ୍ରଷ୍ଟା ସାଜିଥିଲା । ଦିଶାହୀନ ହୋଇଯାଇଥିବା ସମ୍ପର୍କ ବିଷୟରେ କାହା ନିକଟରେ କହି ବି ପାରିଥାନ୍ତା ଆଖିର ଲୁହ ସବୁଦିନ ତାର ଗାଲ ଛୁଇଁ ବହିଯିବା ବେଳେ ତାକୁ ପଚାରେ ସତରେ ସୀମା ତୁ କଣ ଶେଖରକୁ କେବେ ଭୁଲିପାରିବୁନି ? ଶେଖରର ସେଇ ଫୋଟୋଟିକୁ ଦେଖୁ ଦେଖୁ ସୀମା କହିଦିଏ ଯଦି ମୁଁ ମୋ ଜୀବନ କୁ ଭୁଲିଯିବି, ବଞ୍ଚିବି କେମିତି । ସେଦିନ ସେହି ଲୁହ ଦୁଇଟୋପା ଆଖିରୁ ଝରିଯାଇଥିଲା ସତ କିନ୍ତୁ ହସିଦେଇ କହିଲା ," ପାଗଳିଝିଅ ଟେ "। ସୀମା ବି ଭାବୁଥିଲା କଣ ସେ ସତରେ ପାଗଳି ଟେ ? ଶେଖର ବି ସେମିତି କୁହେ ତାକୁ, “ ବୁଝିଲ ନା । ତୁମେ ସତରେ ବହୁତ୍ ବଡ଼ ପାଗଳ। ଜୀବନ କାହା ପାଇଁ କେବେ ଅଟକି ରୁହେନି। କାହାକୁ ପାଗଳିଙ୍କ ପରି ଭଲ ପାଇବା ଠିକ୍ ନୁହେଁ । ଶେଷ ରେ କଷ୍ଟ ନିଜେ ହିଁ ପାଇବ।" ସେହି କଥାକୁ ବୁଝିବି ଆଜି ଅବୁଝା ସୀମାର ମନ । ହୁଏତ ଜୀବନ ଭାବିଦେଇଥିବା ସେହି ମନର ମଣିଷଟିକୁ ଖୋଜିପାଇବାର ଚେଷ୍ଟାରେ ସେ ସବୁ ଭୁଲିଯାଇଛି । ଭୁଲିଯାଇଛି ଯେ ତାର ବି ଗୋଟେ ଜୀବନ ଅଛି, ତାକୁ ଚାହିଁବସିଥିବା ଆଉ କିଛି ଜୀବନ ବି ତାକୁ ଖୋଜୁଛନ୍ତି । ମନରେ ବହୁତ୍ ଗୁଡ଼ିଏ ଅସମାହିତ ପ୍ରଶ୍ନ ନେଇ ସୀମା ସେଇ ପ୍ରେମ ସେଇ ଆଶା ସେଇ ଭାବନା ସହ ଅପେକ୍ଷା କରିଛି ସେ ତା ମନର ସେଇ ସୁନ୍ଦର ମଣିଷଟିକୁ, ଶେଖରକୁ । ଶେଖର ର ପ୍ରେମର ପ୍ରତ୍ୟାଶି ସେହି ପାଗଳିଟି କିଛି ଅନ୍ତରଙ୍ଗ ଆଳାପ ଆଉ ସୁନ୍ଦର ମୁହୂର୍ତ୍ତ ର ଫଟୋଗୁଡିକୁ ଦେଖୁ ଦେଖୁ କେତେବେଳେ ଯେ ଆଖିମୁଦି ନୂଆ ଦୁନିଆକୁ ଚାଲିଯାଇଛି ଅପେକ୍ଷା କରିବାକୁ ତାର ସେହି ପ୍ରିୟ ଲୋକଟିକୁ କେହି ବି ଜାଣେନା । ମାଆ ଆସି ଯେତେବଳେ ସୀମା କୁ ଶାନ୍ତି ନିଦରେ ଶୋଇଥିବା ଦେଖି ଫେରିଯାଆନ୍ତି ଆଉ ଆସି କଡ ଲେଉଟାଇଦିଅନ୍ତି ସେଇ ନିରୀହ ଚାତକ ପରି ଚାହିଁ ରହିଥିବା ଆଖିଦୁଇଟି ହୁଏତ ସବୁଦିନ ପାଇଁ ଶୋଇଯାଇଥିଲା ଚିରନିଦ୍ରା ରେ ଶେଖର ର ଅପେକ୍ଷା ରେ । କିଛି ଅସମାହିତ ପ୍ରଶ୍ନ ନେଇ, ଅପୂରଣୀୟ ଆଶା ନେଇ,ଟିକେ ସ୍ନେହ ଓ ପ୍ରେମ ର ଭିକ୍ଷା ରେ ଚାଲିଯାଇଥିଲା ସେ ବହୁତ୍ ଦୂର ଆଉ ଗୋଟେ ଜନ୍ମରେ ସେହି ପ୍ରିୟର ମଣିଷଟିକୁ ପାଇବା ଲାଗି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ।


Rate this content
Log in

Similar oriya story from Drama