Singh Dibakar

Tragedy

3.9  

Singh Dibakar

Tragedy

ଅଶୁଭ ବଧୂ

ଅଶୁଭ ବଧୂ

2 mins
189


  ବିବାହର ଗୋଟେ ବର୍ଷ ପରେ ଶ୍ରାବଣୀ ବିଧବା ହେଇଗଲା । ସ୍ବାମୀଙ୍କୁ ହରାଇ ସେ ଦୁଃଖରେ ଭାଙ୍ଗି ପଡ଼ିଛି । ସତେ ଯେମିତି ତା ଜୀବନ ଆକାଶରେ ଗ୍ରହଣ ପଡ଼ି ଯାଇଛି । 

   ଶାଶୁଘର ଲୋକେ ତାକୁ ସବୁବେଳେ ଆଡ ଆଖିରେ ଚାହୁଁଥିଲେ । ଲକ୍ଷ୍ମୀ ଛାଡି ଅଲକ୍ଷଣୀ ଅଶୁଭ ବୋହୂ କହି ଗଞ୍ଜଣା ଦିଅନ୍ତି । ଦେଢଶୂର ବଡ଼ଯା ଘରର ବୋଝ କହି ସାହି ପଡିଶାଙ୍କ ଆଗରେ ଡିଣ୍ଡିମ ପିଟନ୍ତି । ଆଉ ସାନ ନଣନ୍ଦ ।

    ଅଭାଗିନୀ କଳଙ୍କିନୀ ବୋଲି ସାଙ୍ଗମାନଙ୍କ ଆଗରେ ଅପମାନିତ କରେ । ଏ ସବୁ କିନ୍ତୁ ସେ ମୁଣ୍ଡ ନୁଆଇଁ ସହିବା ଛଡ଼ା ତା'ର ଅନ୍ୟ କିଛି ଉପାୟ ନ ଥିଲା । କାରଣ ସେ ଯାହାଙ୍କ ହାତ ଧରି ଆସିଥିଲେ ସେ ତ ଆଉ ଏ ଦୁନିଆଁରେ ନାହାନ୍ତି । ସୁଖ ଦୁଃଖ କଥା ବା କାହାକୁ କହିବ । ନିଜର ବୋଲି ବି ତା'ର ଆଉ କେହି ନାହାଁନ୍ତି । ବାପ ମାଆ ଛେଉଣ୍ଡ ସେ । ଅବଳା ଦୁର୍ବଳା ସେ ନିରୁପାୟ ।

    ସ୍ବାମୀଙ୍କ ମୃତ୍ୟୁର କାରଣ ଶ୍ରାବଣୀ ଠିକ ଭଲ ଭାବେ ଜାଣିଛି । ଲୁଚିଛି ନା ଗୋଡ଼ ଦିଇଟା ଦିଶୁଛି ପରି ଘର ଲୋକେ କଥାଟିକୁ ଚାପିଦେଲେ । ସାଗର ଅତି ମାତ୍ରାରେ ଡ୍ରିଙ୍କସ କରି ବାଇକ୍ ଚଳାଉ ଥିଲେ । ଏ ବାବଦରେ ତାଙ୍କୁ ସେ ବହୁ ବାର ବୁଝାଇଛି ହେଲେ କ'ଣ ହେବ । ସ୍ତ୍ରୀ କଥାକୁ ସେ ମୋଟେ ଗ୍ରହଣ କଲେନି। ଫଳ ସ୍ଵରୁପ ‌ହଠାତ ଦିନେ ନିଜର ସନ୍ତୁଳନ ହରାଇ ବସିଲେ ଏବଂ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଗଲା। ଅନାୟସରେ ଦୁର୍ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣ ବାୟୁ ଚାଲି ଗଲା । ତାଙ୍କ ମୃତ୍ୟୁ ପାଇଁ ସେ ନିଜେ ହିଁ ଦାୟୀ । 

 ପରିବାର ଲୋକେ ସତଟା କ'ଣ ଜାଣି ମଧ୍ୟ ସବୁ ଦୋଷ ଶ୍ରାବଣୀ ମୁଣ୍ଡରେ ଲଦିଦେଲେ । କହିଲେ ଏ ଅଲକ୍ଷଣୀ ଯୋଗୁଁ ହିଁ ଏତେ ବଡ଼ ଘଟଣା ଘଟିଥିଲା । ସ୍ବାମୀ ସ୍ତ୍ରୀ ମଧ୍ୟରେ କିଛି ନା କିଛି କଥାକୁ ନେଇ କଥା କଟାକଟି ହେଇଥିବ । ଆଉ ଟେନ୍ସନରେ ବାଇକ୍ ଚଳାଇବାଟା ନିଶ୍ଚୟ ବିପଦଜନକ

  କିଛି ଦିନ ସେ ନିନ୍ଦା କପଟ ଘୃଣା ଅପବାଦ ଦୁଃଖ ଯାତନା ସବୁ ମୁଣ୍ଡ ପାତି ସହିଗଲା । 

  ତାପରେ ହଠାତ୍ ଶ୍ରାବଣୀ ପ୍ରତି ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଆଚାର ବ୍ୟବହାର କଥା କହିବା ରଙ୍ଗ ଢ଼ଙ୍ଗ ଧିରେ ଧିରେ ବଦଳିବାକୁ ଲାଗିଲା । ଅଲକ୍ଷଣୀ ଅଶୁଭ ବୋହୂ, ପରିବାରର ବୋଝ, ଅଭାଗିନୀ କଳଙ୍କିନୀ ବଦଳରେ‌ କିଏ ସୁନା ବୋହୁ,ବୋହୂ ମା',ବୋହୂ ଆମର ଲକ୍ଷ୍ମୀ ଠାକୁରାଣୀ ତ ଆଉ କେହି ସୁନା ନାଖି ଭାଉଜ ରାଣୀ, ଗେହ୍ଲି ଯା, ଆଦରର ଭଉଣୀ ସମ୍ବୋଧନ କରିବାକୁ ଲାଗିଲେ । 

    ସମସ୍ତଙ୍କ ପାଟିରୁ ଏଭଳି ନମ୍ର ଭଦ୍ର ଗେହ୍ଲେଇ ଡ଼ାକ ଶୁଣି ତାକୁ ସନ୍ଦେହ ଲାଗିଲା। ଆଶ୍ଚର୍ଯ୍ୟ ଏ ପରିବର୍ତ୍ତନର କାରଣ କ'ଣ ହୋଇପାରେ ? ଏହାର ରହସ୍ୟ କଣ ? ତା ମନ ଭିତରେ ଏକ ଭିନ୍ନ ପ୍ରକାରର ଆନ୍ଦୋଳନ ସୃଷ୍ଟି ହେଲା । ସତ୍ୟର ସନ୍ଧାନ ପାଇଁ ମନେ ମନେ ଆପ୍ରାଣ ଉଦ୍ୟମ କରି ଚାଲିଲା

   କିଛି ଦିନ ପରେ ସେ ଗୁଢ ରହସ୍ୟର ସତ୍ୟଟା କ'ଣ ଆବିଷ୍କାର କଲା ।ସ୍ବାମୀ ସାଗରଙ୍କ ନାଁ ରେ ତିରିଶ ଲକ୍ଷ ଟଙ୍କାର ଗୋଟେ ଜୀବନ ବୀମା ଥିଲା । ସେହି ବୀମା ରାଶି ଶ୍ରାବଣୀକୁ ହିଁ ମିଳିବ । 

   ସେମାନଙ୍କର ସେ ଉଦ୍ଦେଶ୍ୟଟା ଶ୍ରାବଣୀ ବେଶ୍ ହୃଦୟଙ୍ଗମ କରି ପାରିଛି ।

   ଦୂର ଆକାଶକୁ ଚାହିଁ ସେ ଦୀର୍ଘ ନିଃଶ୍ୱାସ ଟିଏ ଛାଡ଼ିଲା !


Rate this content
Log in

Similar oriya story from Tragedy