Singh Dibakar

Others

4  

Singh Dibakar

Others

ଖରାପ ଝିଅ

ଖରାପ ଝିଅ

2 mins
10



ଏଇ ବର୍ଷ ଅଫିସ୍ ରେ ନୂଆ କରି ଜଏନ କରିଥିବା ଅନୁରାଗ ସହିତ ଉର୍ମି ର ପରିଚୟ ହେଇଥିଲା । କର୍ମ କ୍ଷେତ୍ରରେ ଉର୍ମି ତା' ଠାରୁ ସିନିଅର ହୋଇଥିଲେ ବି ବୟସରେ ଅନୁରାଗ ହିଁ ବଡ । ମାତ୍ର ଦୁଇ ବର୍ଷର ବ୍ୟବଧାନ  ।  

   ପାଖାପାଖି ବୟସ ହେଇଥିବାରୁ ଦୁଇ ଜଣଙ୍କ ମଧ୍ୟରେ ଫ୍ରେଣ୍ଡସିପ ଗଢି ଉଠିଥିଲା । ଅନ୍ୟ ଦୃଷ୍ଟିରେ ଦେଖିବାକୁ ଗଲେ ,ଜୀବନର କୌଣସି ଏକ ଫୁଲ ଫୁଟିବାର ମୁହୂର୍ତ୍ତରେ ଜଣେ ତରୁଣ ଓ ତରୁଣୀର ଦେଖା ହେଇଗଲା । ଉଭୟ ସମୟ ଚକ୍ରର କେଉଁ ଇଙ୍ଗିତରେ ପରସ୍ପର ନିକଟବର୍ତ୍ତୀ ହେବାକୁ ଲାଗିଲେ । 

   ସେମାନଙ୍କ ଏମିତି ଲଗାତର ଭାବେ ଖୁଲମ ଖୁଲା ମିଳାମିଶା ଦେଖି ଅଫିସ ର ବସ୍ ମହାନ୍ତି ବାବୁଙ୍କ ଆଖିକୁ ମୋଟେ ସୁହାଇଲାନି । ମହାନ୍ତି ବାବୁଙ୍କ ବୟସ ଉର୍ମି ବୟସ ଠାରୁ ପ୍ରାୟ ୧୨ ବର୍ଷ ଅଧିକ ଥିଲା । ଉର୍ମି ସହିତ ଅନୁରାଗର ଯେଉଁଦିନୁ ଫ୍ରେଣ୍ଡସିପ ହେଇଛି । ସେହିଦିନୁ ମହାନ୍ତି ବାବୁଙ୍କ ବ୍ୟବହାରରେ ଉର୍ମି ପ୍ରତି ଟିକିଏ ଭିନ୍ନପ୍ରକାରର କୁତ୍ସିତ ରୂପ ଦେଖା ଯାଇଥିଲା  । କଥା କଥାକେ file ଫୋପାଡି ଦେଉ ଥିଲେ । ନାଲ ନାଲ ଆଖି କରି ଫୋପାଡିବା ଭଳି କଥାବାର୍ତ୍ତା କରୁଥିଲେ ।    


   ତାଙ୍କ ସହିତ ଉର୍ମି ଦୁଇ ବର୍ଷ ଧରି କାମ କରି ଆସୁଛି । କାହିଁ ଏମିତିକା ଅଦ୍ଭୁତ ଅବତାର ସେ କେବେ ବି ଦେଖିନି । କିନ୍ତୁ ଆଜି........ !!!

   ତା ମନ ଭିତରେ ଭିନ୍ନ ପ୍ରକାରର ଏକ ଆଲୋଡନ ସୃଷ୍ଟି ହେଲା ।  

     ଅଫିସ କୁ ଆସିବା ଦିନଠୁଁ ମହାନ୍ତି ବାବୁଙ୍କୁ ଉର୍ମି ବହୁତ ଭଲ ଲାଗୁଥିଲା। ସେ ଦେଖିବାକୁ ଖୁବ୍ ସୁନ୍ଦରୀ । slim body ସାଙ୍ଗକୁ ଶାନ୍ତ ସୁଶୀଳ । ଉତ୍ତମ ସ୍ବଭାବ ଆଉ ଆଚରଣ ରେ ପରିପୂର୍ଣ୍ଣ । ତାର କଥାବାର୍ତ୍ତାରେ  ଯେମିତି ମାଧୁର୍ଯ୍ୟତା ରହିଥିଲା , କାମରେ ବି ସେ ବହୁତ ତତ୍ପରତା ଥିଲା । 

    ମହାନ୍ତି ବାବୁ ସବୁବେଳେ ତାକୁ ନିଜ କେବିନ କୁ ଡାକି କାମ ଆଳରେ ଘଣ୍ଟା ଘଣ୍ଟା ଧରି ଗପୁଥିଲେ । ଥଟ୍ଟା ତାମସା ପରିବେଷଣ ବି କରୁଥିଲେ । ମନେ ମନେ one side love ମଧ୍ୟ କରି ବସିଥିଲେ । ସେ ତାଙ୍କ ଭଲ ପାଇବା କଥା ଉର୍ମିକୁ କହିବା ଆଗରୁ ଅନୁରାଗ ପ୍ରତିବନ୍ଧକ ସାଜିଲା । 

    ଅନୁରାଗ ଆସିବା ପରଠୁ ଉର୍ମି ସହିତ ମନ ଖୋଲି ପଦେ କଥା ଟିଏ ବି କହିପାରିବନି ସେ । ଉର୍ମି ଧିରେ ଧିରେ ତା ହାତ ମୁଠାରୁ ଦୂରେଇ ଯାଉଥିବା ଦେଖି ଏମିତି ଭିତରେ ଭିତରେ ରାଗରେ ଜଳିଯାଉଥିଲେ । ଅନୁରାଗ ଉପରେ ମନେ ମନେ ବହୁତ ରାଗୁ ଥିଲେ ,କିନ୍ତୁ କିଛି କହି ପାରୁ ନ ଥିଲେ । ଆଉ ଉର୍ମି ଅବଳା ଦୁର୍ବଳା ତାଆରି ଆଗରେ ତାଙ୍କର ପୁରୁଷ ପଣିଆ ଜାହିର କରି ନିଜ ଆଡକୁ ଆକର୍ଷିତ କରିବାର ବୃଥା ଚେଷ୍ଟା କରୁଥିଲେ  । 

   ଆଶ୍ଚର୍ଯ୍ୟର କଥା ଏଇଆ ଯେ, ବିଲୁଆ ଅଙ୍ଗୁର ଖାଇବାକୁ ନ ପାଇ ଖଟା କହି ତାଛଲ୍ୟ କରିବା ପରି ମହାନ୍ତି ବାବୁ ଦିନେ ଅନୁରାଗକୁ ନିଜ cabinକୁ ଡାକି କହିଲେ - ଦେଖ ଅନୁରାଗ, ତୁମେ ମୋତେ ବସ୍ ନୁହେଁ ବରଂ ତୁମର ଜଣେ ଶୁଭଚିନ୍ତକ ଭାବେ ଗ୍ରହଣ କରି ପାର । ତୁମେ ଜଣେ ଉଚ୍ଚ ଶିକ୍ଷିତ ଯୁବକ ।  କେଇଟା ଦିନ ହେବ ଏଇ multinational company ର ସାମାନ୍ୟ employee  ତୁମେ । ତୁମର ଉଜ୍ଜ୍ୱଳ ଭବିଷ୍ୟତ ଗଢିବାର ମାଧ୍ୟମ ଏଇଟା । କାମରେ ମନୋଯୋଗ ନ ଦେଇ  ସାମାନ୍ୟ ଗୋଟିଏ ଝିଅ ପଛରେ ମରୀଚିକା ପରି ଧାଇଁ ନିଜର career କୁ ନଷ୍ଟ କରୁଛ କାହିଁକି ?  ତୁମର ଭଲ ପାଇଁ କହୁଛି । ଉର୍ମି କଥାକୁ ସବୁ ଦିନ ପାଇଁ ତୁମ ମନରୁ ପୋଛି ଦିଅ । ତାକୁ ଭୁଲି ଯାଅ । ସେଇଟା।  ଗୋଟିଏ  ' ଖରାପ ଝିଅ ' ।।


Rate this content
Log in