STORYMIRROR

SURESH MOHAPATRA

Tragedy

4  

SURESH MOHAPATRA

Tragedy

ଅନଲାଇନ

ଅନଲାଇନ

7 mins
407


                


          ବର୍ଷାଦିନିଆ ମାଟିର ବାସ୍ନାରେ ମୁଖରିତ ଛୋଟିଆ ଗାଁ ଟିଏ ମଦନପୁର । ସେଠି ନିଜ ତେଲ ଲୁଣର ସଂସାରକୁ ରାମ ସାହୁ ଗଡେଇଦିଅନ୍ତି ମଜୁରୀଆ କାନ୍ଧରେ ।ହସ ମୁଖରିତ ଚେହେରା ।ଘରେ ନିଜ ସ୍ତ୍ରୀ ମାଳତୀ, ଓ କୁଳର ବାରିସୀ ବାପି କୁ ନେଇ ଘର ପୁରୀଉଠେ ।ରାମୁ ଓ ମାଳତିର ବିବାହର ଦୀର୍ଘ 10 ବର୍ଷ ପରେ କୁଳର ପ୍ରଦୀପ ଜନ୍ମ ନେଇଥିବାରୁ, ପୁଅ କଥା ପଡିଲେ ରାମୁ ଓ ମାଳତୀର ଗୋଡ଼ ହାତ ଯାଇ ସ୍ୱର୍ଗ ପୁରରେ ,ଇନ୍ଦ୍ର ଚନ୍ଦ୍ର ମାନନ୍ତିନି ଦୁହେଁ ।

ରାମୁ ସବୁଦିନ ସଂଧ୍ୟାରେ ମଜୁରୀ କାମ ସାରି ଆସିଲେ ଏକାଠି ବସନ୍ତି ପୁଅ ସ୍ତ୍ରୀ ଙ୍କୁ ନେଇ ମୁଢି ପିଆଜ ଲଙ୍କା ଦିଆ ବ୍ୟଞ୍ଜନ ଅତି ଆଗ୍ରହରେ ଖାଆନ୍ତି ଛଣର ଛାତ ତଳେ ।ଘର ସାମ୍ନାରେ ବଡ଼ ତିନ୍ତୁଳି ଗଛଟିଏ । ସେ ଗଛଟି ରାମୁର ଗୁଜରାଣ ମେଣ୍ଟାଇବା ନିମନ୍ତେ ଗୁଣ୍ଡୁଚି ମୂଷାର ଭୂମିକା ନିର୍ବାହ କରେ ।

ବାପିକୁ ନେଇ ଅନେକ ସ୍ବପ୍ନ ମାଳତୀ ଓ ରାମୁ ଙ୍କର ,ସେ ଭଲ ପାଠ ପଢିବ ।ବଡ଼ଘରର ପିଲାଙ୍କ ଭଳି ଭଲ ଡ୍ରେସ ଓ ଜୋତା ପିନ୍ଧିବ ।ସେମାନଙ୍କର ସୁଖ ଦୁଃଖ ର କଥା ବୁଝିବ । ବାପିର ଟିଉସନ ବାବଦର ଟଙ୍କା ମା ଦିଅନ୍ତି, ଗାଁର ମାଝୀ ସାହୁକାର ଘରେ ବାସନ କୁସନ ସଫା କରି । ଆଉ ସ୍କୁଲ ଫିସ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ବାପା ଦିଅନ୍ତି ମଜୁରୀ ଟଙ୍କାରୁ କିଛି ସଞ୍ଚୟ କରି , ବାପି ଭଲ ପାଠ ପଢେ ସ୍କୁଲ ରେ ସବୁବେଳେ ଶୀର୍ଷରେ ଥାଏ ।ଶିଶୁ ମନ୍ଦିରର ଗୁରୁଜୀ ଗୁରୁମାଙ୍କର ଅତି ପ୍ରିୟ ଭାଜନ ,କେମିତି ବା ନହୁଅନ୍ତା । ବାପି ବୁଦ୍ଧିଆ ଯେମିତି ପରୋପ କାରୀ ପିଲା ଟିଏବି ।ଏଇ କିଛି ଦିନ ତଳେ ଭିକି ନଈରେ ଭାସି ଯାଉଥିବା ବେଳେ ,ସାହସ କରି ବାପି ନିଜ ଜୀବନ କୁ ବାଜି ଲଗେଇ ନଦୀ ରେ ଲମ୍ଫ ମାରିଥିଲା ,ବହୁତ କଷ୍ଟରେ ହଉ ପଛେ ନିଜ ପ୍ରାଣ କୁ ପାଣି ଛଡେଇ ଭିକିକୁ ନୁଆଁ ଜୀବନ ପ୍ରଦାନ କଲା ।ଭିକି ଗାଁର ଗଙ୍ଗାଧର ସାହୁକାରଙ୍କ ପୁଅ ।ବାପୀର ମା ଯେଉଁଠାରେ ନିଜ ପେଟ ପାଟଣା ପାଇଁ କାର୍ଯ୍ୟରତ । 


        8 ବର୍ଷ ବିତିଗଲା ଠିକ ସକାଳ 10ଟା ଝିପି ଝିପି ବର୍ଷ ହେଉଥାଏ ବାପି ଦଉଡି ଆସି ମାଙ୍କୁ ଅତି ଉତ୍କଣ୍ଠାରେ ପଚାରିଲା ବା କୁଆଡେ ଗଲେ ।ମାଳତୀ ହଡ଼ ବଡେଇ ବୁଝିବାକୁ ଚେଷ୍ଟା କରି ଜୋରରେ ଚିଲେଇ କୁହନ୍ତି କ'aଣ ହେଲା ?ଏତେ ତରବର ହୋଇ ଧଇଁସଇଁ ହୋଇ ପଚାରୁଛୁ ବା କଥା ।କଥା ନ ସରୁଣୁ ବାପି ଅସ୍ଥିର ହୋଇ କୁହେ ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି ମୁଁ ଦଶମ ଶ୍ରେଣୀରେ ପ୍ରଥମଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଈଛି ।ମା ବହୁତ ଖୁସି ହେଲେ ଯା ହଉ ପୁଅ ମାଟ୍ରିକ ପାସ ହେଲା ।ବଂଶ ବୁନିଆଦରେ କିଏ ବଡ଼ ଇସ୍କୁଲ ପିଣ୍ଡା ମାଡିବାର ମନେନାହିଁ ।ସଂଧ୍ୟା ବେଳକୁ ରାମୁ ଆସି ପହଞ୍ଚିଲେ ଘରେ ନିଜ କାନ୍ଧରୁ ଝାଟି ଓଲ୍ହେଇଲେ ଆର ହାତରେ କୁଡି ଖସେଇଦେଇ ତଳେ । ବାରଣ୍ଡାର ତଳ ଭାଗରେ ଥିବା ମାଟି କଲସିରୁ ପାଣି ବାହାର କରି ନିଜ ଗୋଡ଼ ହାତ ଭଲରେ ଧୋଇଲେ, ପହଞ୍ଚିଲେ ଅଗଣାରେ । ମାଳତୀ କହିଲେ ହେଇଟି ଶୁଣୁଛ ପୁଅ ଆମର ଦଶ ପାସ ହେଲା ମ ।ଦିନ ସାରା ତମକୁ ଝୁରୁ ଥିଲା ,ବା କୁ ଖବର ନ ଦେଲା ଯାଏଁ ଖାଇବିନି କହି ଭୋକରେ ଅଛି ।ଯାଅ ସମ୍ଭାଳ ତୁମ ପୁଅକୁ କହି ମାଳତୀ ଚାଲିଗଲେ ନିଜ ଚୁଲିରେ କାଠ ଠେସା ଦେବା ନିମନ୍ତେ ।ବର୍ଷା ଦିନିଆ ଚୁଲି କଉ ମାନିବଜେ ।ଏପଟେ ବାପି ଦଉଡି ଯାଇ ଖୁସିରେ ବାପାଙ୍କୁ ଜାବୁଡି ଧରି କାନ୍ଦି ପକେଇ କହିଲା ବାପା ମୁଁ ଫାଷ୍ଟ ହେଇଛି ,୯୮% ରଖି ଉତ୍ତୀର୍ଣ୍ଣ ହେଇଚି ଶ୍ରେଣୀରେ ବି ପ୍ରଥମ ।ରାମୁ କିନ୍ତୁ ଅତ୍ୟନ୍ତ ନିଷ୍କପଟ ନିହାତି ମଫସଲି ଢଙ୍ଗରେ ଟିକିଏ ହସିଦେଇ ଶୁଣି ନଶୁଣିଲା ଭଳି ଜିଜ୍ଞାସା ପ୍ରକଟ କରି ପୁଅ ଠାରୁ ବୁଝିବା କୁ ଉତ୍କଣ୍ଠା ହୁଅନ୍ତି ପଚାରନ୍ତି ଅଠାନବେ ଶତକଡା ରଖିବା ମାନେ ଭଲ ନା ଖରାପ ହେଈଛି ରେଜଲ୍ଟ। 

        ରାତି ରେ ରାମୁ ନିଜ ପୁଅ ବାପି କୁ ଧରି ଦଉଡି ଖଟିଆରେ ଶୁଅନ୍ତି ।ସ୍ତ୍ରୀ ମାଳତୀ ,ଖଟ ତଳେ ମାଟି ଘରେ ପଟି ଟିଏ ବିଛେଇ ନିଦ୍ରା ଯାଇଛନ୍ତି ।

ରାତି ଗୋଟେ ଯାଏଁ ରାମୁଁ ଆଖିରେ ନିଦ ନଥାଏ ,ପୁଅର ମେଟ୍ରିକ ପର୍ଯ୍ୟନ୍ତ କଷ୍ଟେ ମଷ୍ଟେ ପଢେଇ ଦେଲା ।ପୁଅକୁ ଅନ୍ୟଙ୍କ ତୁଳନାରେ ଛୋଟ ନ କରିବା ପାଇଁ ବି ଗୋଟେ ବେସରକାରୀ ସ୍କୁଲ ରେ ନାମ ଲେଖିଥିଲା ।ଏବେ କଣ କରିବ ,ପୁଅର ପଢାପଢି କେମିତି ହବ ବହୁତ ଚିନ୍ତା ଘାରୁ ଥାଏ ମାନକୁ ।ଘର ଭିତରେ ଜଳୁଥିବା କିରୋସିନ ଦୀପ ଶିଖା ସହିତ ରାମୁ ହୃଦୟର ବ୍ୟଥା ବି କୁହୁଳୁ ଥାଏ । ଦୀପଲିଭିଗଲା,ବତୀ ପୁରା ପାଉଁଶ ପ୍ରାୟ ,କିରାସିନି ବି ଶେଷ ।ରାତି ମଧ୍ୟ ସରିବା ଉପରାନ୍ତ କିନ୍ତୁ ଆଖିରେ ଆଖିଏ ସ୍ବପ୍ନ ଆଉ ନିଜ ବିବସତା କୁ ନେଇ ଦୋହଲି ଯାଉଥାଏ ମନରଥ । ରାମୁ ବହୁ କଷ୍ଟରେ ନିଷ୍ପତି ନିଏ ଘରର ଅଲିଅଳି ଗାଈ କୁ ବିକ୍ରି କରିଦେବ ।ସେଥିରେ ପୁଅର ଯୁକ୍ତ ଦୁଇ ପଢା ସହ ଟିଉସନ ବାବଦର ଯାହା ଖର୍ଚ୍ଚ ତୁଲେଇ ହବ । ପୁଅ ଡାକ୍ତର ହେବ ବୋଲି କୁଆଡେ କହିଛି ରାମୁଁ ଙ୍କୁ ।

        ସକାଳର ପହିଲି କିରଣ ସହ ରାମୁ ଘର ଆଗରେ ଧଳାରଙ୍ଗର କାର ଟିଏ ଠିଆ ହୋଇଥାଏ ।ରାମୁ ପିଣ୍ଡାରେ ବସିଥାନ୍ତି ,ମାଳତୀ ଠାକୁରଙ୍କୁ ଚିତା ଦେଇ ଫୁଲ ଚଢ଼ାଉ ଥାନ୍ତି ,ବାପି କାଠ ହଣା କାର୍ଯ୍ୟରେ ବ୍ୟସ୍ତ ।ମା କହିଛି ପରା କାଠ ଛୋଟ ଛୋଟ କରି ହଣା ହେଲା ପରେ ରୋଷେଇ ହେବ । ଯେ ଝା କାର୍ଯ୍ୟରେ ସଂସାର ଜଞ୍ଜାଳ କୁ ନେଇ ବ୍ୟସ୍ତ । ଯେମିତି କି ପୂର୍ବ ଦିନ କିଛି ବି ହୋଇନି ।ଅମୁରି ନିର୍ମିତ କବାଟ ଖୋଲି ଘରେ ପ୍ରବେଶ କଲେ ଦୁଇ ଜଣ ଭଦ୍ର ବ୍ୟକ୍ତି ଓ ମହିଳା ।ଜଣେ ଭଦ୍ର ବ୍ୟକ୍ତିଙ୍କ ହାତରେ ବଡ଼ ମୁଣି ଟିଏ ଆଉ ଜଣଙ୍କ ହାତରେ ଫାଇଲ ଟିଏ ଜଚା ହୋଇ ଥାଏ ।ମହିଳା ଜଣକଙ୍କ ହାତରେ ଡାଏରି ଓ କଲମ ।କିଛି ବୁଝିପାରନ୍ତି ନାହିଁ ସକଳ କୁଟୁମ୍ବ ।ରାମୁଙ୍କ ଗୋଡ଼ ହାତ କମ୍ପୁ ଥାଏ ।ମାଳତୀ ଗାଡି ଶବ୍ଦ ଶୁଣି ମୁଖ୍ୟ ଫାଟକ ନିକଟରେ ଠିଆ ହୋଇ ତନଖି କରୁଥାନ୍ତି ।ଭଦ୍ର ବ୍ୟକ୍ତି ଜଣକ ଉଚ୍ଚ ସ୍ୱରରେ ଜିଜ୍ଞାସା ପ୍ରକଟ କରନ୍ତି, ରାମ ବାବୁ ଆପଣ ?

ରାମୁ ଉତ୍ତର ଦିଅନ୍ତି ଆଜ୍ଞା ହଜୁର ମୋର ଭୁଲ କ'ଣ ତଣ୍ଟି ସୁଖୀ ଯାଇଥାଏ ରାମୁର । 


ଦ୍ଵିତୀୟ ଭଦ୍ର ବ୍ୟକ୍ତି ଟି କୁହନ୍ତି ଆରେ ସୁମିତ ଆରାମରେ ଏମିତି କଣ ପଚାରୁଛ !

ସୁମିତ ବାବୁ ପୂଜା ଙ୍କ ଆଡେ ଚାହିଁ ବୁଝିବାକୁ ଚେଷ୍ଟା କରନ୍ତି ମୁଁ କ'ଣ ଭୁଲ କଲିକି ? 


    ବାପି ଆସି ତିନି ଜଣଙ୍କ ସମ୍ମୁଖରେ ଠିଆ ହୁଏ ପଛରେ ବାପାଥାନ୍ତି ।ବୁଝିବାକୁ ଚେଷ୍ଟା କରେ ସେମାନଙ୍କ ପରିଚୟ ଓ ଘରକୁ ଆସିବାର ଅଭିପ୍ରାୟ ସମ୍ବନ୍ଧେ ।କିଛି ସମୟର ନୀରବତା ପରେ ଦ୍ଵିତୀୟ ଭଦ୍ରବ୍ୟକ୍ତି କୁହନ୍ତି ,i am abhikant from DD National

ଓଡ଼ିଆ ।ରାମୁ ଓ ମାଳତୀ କିଛି ବୁଝିପାରନ୍ତିନି ଘରେ ତରେଡ଼ିଓ ଛଡା ଟିଭି କେବେ ପାଦ ପକେଇନି ।ରେଡ଼ିଓର ବି ବ୍ୟାଟେରୀ ସରିଛି ଯେ 4 ମାସ ହେଲା ସେଥିରେ ଭରି ହଉନି ।ତାପରେ ଅଭିକାନ୍ତ ବାବୁ ପ୍ରାଞ୍ଜଳ ଭାବରେ ବୁଝେଇଦିଅନ୍ତି ସେମାନଙ୍କ ଅଭିପ୍ରାୟ ସମ୍ପର୍କରେ ।ଏତିକି ବୁଝିବା ଭିତରେ ମାଳତୀ ନିଜ ଘରର ଗାଈ ପ୍ରଦତ୍ତ ଦହିରେ ପଣା କରି ବଢ଼େଇ ଦିଅନ୍ତି ସୁଜିତ ବାପା ଙ୍କୁ ,ରାମୁଙ୍କ ଘର ବାହାରେ ଜନ ଗହଳି । କାର ରଖା ବନ୍ଧୁ ପୁଣି ରାମୁ ଭଳି ନିହାତି ମଫସଲି ଗରୀବ ଘରେ !କିଛି ବ୍ୟକ୍ତି ଖୁସିରେ ଦେଖୁଥାନ୍ତି ଆଉ କିଛି କଲେ ରାମୁକୁ ପୋଲିସ ଅରସ୍ତି କରି ନବ ଭାବି ନିଜ ଭିତରେ ବଚସା କରନ୍ତି ।

    କିଛି ସମୟର ବାର୍ତ୍ତାଲାପ ପରେ ସାକ୍ଷାତ କାର ହୁଏ ବାପିର କାରଣ ସେ ଦକ୍ଷିଣ ଓଡିଶା ରେ ଦଶମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛି ।ସାକ୍ଷାତ କାର ରେ ସୁଜିତ କୁହେ ମୋର ଡାକ୍ତର ହେବା ସ୍ବପ୍ନ ରହିଛି ।ମୁଁ ମୋ ବାପାଙ୍କୁ ପ୍ରଥମ ରୋଗୀ ହିସାବରେ ଦେଖିବି, ଡାକ୍ତର ଯଦି ହୁଏ ।ବାପା ମାଁ ,ଶିକ୍ଷକ ହିଁ ତାର ପ୍ରେରଣା ଓ ଭଗବାନ ବୋଲି କୁହେ । ପରବର୍ତ୍ତୀ ସମୟରେ ମାଳତୀ ତଥା ରାମୁ ଉଭୟ ବାପିର ଗୁଣଗାନ କରି ଗର୍ବିତ ହୁଅନ୍ତି ମଫସଲି ଭାଷାରେ ।କିଛି ଦିନ ପରେ ଦୂରଦର୍ଶନର କାର୍ଯ୍ୟକ୍ରମରେ ପରିବେଷିତ ହୁଏ ବାପିର ସଫଳତା ଗାଥା ।ଜିଲ୍ଲା କଲେକ୍ଟର ଙ୍କ ସୁଫରିସ କ୍ରମେ ରାଜ୍ୟ ସରକାର ବାପିର ପାଠପଢା ଖର୍ଚ୍ଚ ବହନ କରନ୍ତି ।ରାମୁର ମୁଣ୍ଡରୁ ବହୁତ ବଡ଼ ବୋଝ ଝଟ କିନା ଉତୁରିଯାଏ ।ପ୍ରଥମବର୍ଷ ପଢା ବହୁତ ସୁନ୍ଦର ଭାବରେ ହୁଏ ।ବାପି ବ୍ରହ୍ମପୁରର ଭଲ ସରକାରୀ ମହା ବିଦ୍ୟାଳୟ ରେ ପାଠ ପଢେ ।୨୫୦ ସହପାଠୀ ଙ୍କ ଭିତରେ ନିଜର ପ୍ରଥମ ସ୍ଥାନ ବଜାୟ ରଖେ ।

    ରାମୁଁ ମେଦିନି ପୁରରେ ନିଜ ତେଲ ଲୁଣର ସଂସାର କୁ ଦୁଃଖେ କଷ୍ଟେ ଦଣ୍ଡେପି ଦଣ୍ଡେ ଜିଇଁ ନ୍ୟାୟରେ ଚଳେଇ ଥାଏ ।ସେପଟେ ପାଠୁଆ ପୁଅ ନିଜ ଚାମତ୍କାର ପାଠ ପଢା ସାଙ୍ଗକୁ ,ନିଜର ଖେଳ ପ୍ରତିଭା,କବିତା ଲିଖନ ,ବକୃତା ରେ ସମସ୍ତଙ୍କ ହୃଦୟରେ ସ୍ଥାନ ରଖିବାରେ ସକ୍ଷମ ହୁଏ । ଠିକ ଦୁଇ ବର୍ଷ ତଳ ଭଳି ବାପି ଘରେ ଥାଏ ଯୁକ୍ତ ଦୁଇ ପରୀକ୍ଷା ସାରି ବା ଓ ମା ଙ୍କ କାମରେ ସାହାଯ୍ୟ କରୁଥାଏ ।ଖବର ଆସେ ଫୋନ ଯୋଗେ ସେ ଯୁକ୍ତ ଦୁଇ କଲେଜ ଟପ୍ପର ହୋଇଛି ।ରାମୁ ଓ ମାଳତୀଙ୍କୁ ନିଜ ପୁଅ ଏ ଭିତରେ ଜତକିଞ୍ଚିତ ପଢା ବିଷୟରେ ଅଭିଜ୍ଞତା ପ୍ରଦାନ କରିଛି । ସୁଜିତ ବାପ ଙ୍କୁ କୁହେ ବାପା ମୋର ସ୍ମାର୍ଟ ଫୋନ ଟେ ଦରକାର ନିଟ ପରୀକ୍ଷା ସମ୍ପର୍କିତ ବିସ୍ତ୍ରୁତ ବିବରଣୀ ନିମନ୍ତେ ।ବର୍ତ୍ତମାନ ରାମୁର କିନ୍ତୁ ସନ୍ଦେହ ନଥିଲା ଯେ ନିଟ ପ୍ରବେଶିକା ପରୀକ୍ଷାର ଫଳାଫଳ ହିଁ ନିର୍ଦ୍ଧାରଣ କରେ ଡାକ୍ତରୀ ପାଠ୍ୟକ୍ରମ ରେ ଯୋଗଦେବା ନିମନ୍ତେ ।ରାମୁଙ୍କର ମାନସିକ ସ୍ଥରରେ ଉନ୍ନତି ହେଇଥାଏ ସତ କିନ୍ତୁ ଆର୍ଥିକ ସ୍ଥିତି ବହୁତ ଦୟନୀୟ ପରିସ୍ଥିତି ଦେଇ ଗତି କରୁଥାଏ ।ରାମୁ ଦ୍ଵିତୀୟ କଥା ନ ଭାବି ନିଜ ପୁଅର ପାଠପଢା ନିମନ୍ତେ ଆବଶ୍ୟକୀୟ ମୋବାଇଲ ପାଇଁ ନିଜର ଚୀର ସଖା କାଳିଆ କୁ ବିକ୍ରି କରିଦିଅନ୍ତି ଗାଁ ପାଖହାଟରେ ।ବାପି କୁ 10 ହଜାର ଟଙ୍କା ଦିଅନ୍ତି ମୋବାଇଲ କିଣା ବାବଦରେ । ବାପି ବାପାଙ୍କୁ ଜଣାଏ ବା ମୋତେ ଭୁବନେଶ୍ୱରର ଗୋଟେ ପ୍ରବେଶିକା ପରୀକ୍ଷା ନିମନ୍ତେ ପାଠ ପଢାଉଥିବା ସଂସ୍ଥା ମାଗଣାରେ ପାଠ ପଢେଇବା ନିମନ୍ତେ ଇଚ୍ଛା ପ୍ରକଟ କରିଛି ତେଣୁ ସେଠି ଗଲାପରେ ମୋବାଇଲ କିଣିବି ।

     ହେଇଟି ବାପି ଫୋନ କରିଛି କାଲି ସେ ଆସିବ ! ମାଳତୀ ଜୋରରେ ରୋଷେଇ ଘରୁ କୁହନ୍ତି ରାମୁକୁ ।ରାମୁ ବି ଖୁସିରେ ଝୁମି ଉଠନ୍ତି ବହୁତ ଦିନ ପରେ ପୁଅକୁ ଦେଖିବେ ।ସୁଜିତ ଭୋର ସକାଳୁ ଘରେ ଆସି ପହଁଚି ଯାଏ ।ବହୁତ ଖୁସିରେ ବାପାଙ୍କୁ ଚୀରାଚରିତ ଢଙ୍ଗରେ ଭାବ ବିହ୍ଵଳ ହୋଇ ଜାବୁଡି ଧରେ ।ସେ ଠିକ ବୁଝିଥାଏ ତା ବା ର ତ୍ୟାଗ ଓ ବଳିଦାନ ସମ୍ପର୍କରେ ।ଛାତିକୁ ଟାଣ କରି ବାପାଙ୍କୁ ଜୋରରେ ନିଜର ଦେହରେ ଭିଡି ଜଣାଏ ବା ତମ ବାପି ଆଜି ଡାକ୍ତର ପାଇଛି !! ବ୍ରହ୍ମପୁର MKCG ରେ ନାମ ଲେଖା ଅଛି ଆର ମାସକୁ ।ମାଳତୀ ଆଖିରେ ଲୁହ ,ରାମୁ ଆଖିରେ ସ୍ନେହ ଓ ପ୍ରେମର ଲୁହ ,ବହୁ ବର୍ଷର ପ୍ରତିକ୍ଷାର ବୋଧେ ଅନ୍ତ ହେଲା ଏଥିରେ ସନ୍ଦେହ ନାହିଁ ।

    ବାପି ବା ଓ ବଉ କୁ ବ୍ରହ୍ମପୁର ଜିବା ପୂର୍ବରୁ କହିଦିଏ ,ଆର ଥର ଘରକୁ ଯେବେ ଆସିବ ସେ ମାଙ୍କ ହାତ ତିଆରି ପୁର ଦିଆ ମଣ୍ଡା ଓ ଅରିଶା ତା ସହ ନେବ ,ବରାଦ ଦେଇଥାଏ । ବାପି ଘରେ ଆସି ପହଂଚି ଯାଏ କିଛି ମାସ ପରେ ହାତରେ ଥାଏ ବ୍ୟାଗ ଟେ ଓ କାନରେ କାନ ଲଗାଯନ୍ତ୍ରଟିଏ ।ଘର ବାହାରେ ମା ଙ୍କୁ ମୁଣ୍ଡିଆ ମାରେ ବାଙ୍କ ସହ ପୂର୍ବ ରୀତି ନୀତିରେ ଭାବ ର ଆଦାନ ପ୍ରଦାନ ହୁଏ ।କିଛି ଘଂଟାର ବିଶ୍ରାମ ପରେ ନିଜ ମୁଣିରୁ ଫୋନଟିଏ ବାହାର କରି ବା ଓ ମାଙ୍କୁ ଦିଏ ଭେଟି ।ରାମୁ ଓ ମାଳତୀ ବ୍ୟସ୍ତ ହୁଅନ୍ତି ଏତେ ଗୁଡ଼େ ଟଙ୍କା ବାପି ଏଥିରେ ବ୍ୟୟ କରିବା କାରଣ ବୁଝିବାକୁ ଚେଷ୍ଟା କରନ୍ତେ ବାପି କୁହେ ମୋର କଲେଜର ଶେଷ ବୃତିର ଟଙ୍କାରୁ ଆଣିଛି ଏ ଫୋନ ତୁମ ପାଇଁ ।ରାମୁ କିନ୍ତୁ କହନ୍ତି ତୁ ଏଇଟା ନିଜ ପାଖେ ରଖ ଆର ଟା ଘରେ ରଖିଦେ ।ସେଇଟା 4 ବର୍ଷ ପୁରୁଣା ମୋବାଇଲ ଟାଏ ,କିନ୍ତୁ ବାପି ନାରାଜ ହୁଏ ସେଥିରେ ।ମାଳତୀ ଓ ରାମୁଙ୍କୁ ଏ ଭିତରେ whatsapp, ଓ କଥା ହେବା ନିମନ୍ତେ ଯାହା ଜରୁରୀ ସେ ସବୁ ଶିଖେଇ ଦେଇଥାଏ ନିଜ ସୁପୁତ୍ର ।

    ବାପି ବର୍ତ୍ତମାନ ଡାକ୍ତରୀ ପରୀକ୍ଷା ସାରି କେରଳର ଗୋଟେ ମଫସଲି ଅଂଚଳରେ ସ୍ବେଚ୍ଛାକୃତ ସେବାରେ ବଢି ପୀଡିତ ଲୋକଙ୍କ ସାହାଯ୍ୟ ନିମନ୍ତେ ନିଜ ସାଙ୍ଗ ସାଥୀଙ୍କ ସହ ଯାଇଥାଏ । ଖବର ଆସେ ତାର ପ୍ରଥମ ପୋଷ୍ଟିଂ ରାୟଗଡା ରେ ବୋଲି ।ସେ ଏଇ ଖୁସି ଖବର ଜଣେଇବା ନିମନ୍ତେ ଘରକୁ ଫୋନ କରେ ,ଭିଡ଼ିଓ କଲ ଉଠାନ୍ତି ମାଳତୀ । ବା ଙ୍କୁ ଓ ମା ଙ୍କୁ ଖୁସି ଖବର ଜଣାଏ ବାପି । ଆଜି କିନ୍ତୁ ଖୁସି ଖବର ଟି ଅନଲାଇନ ରେ ଦିଏ ନିଜ ବାପାଙ୍କୁ ।ରାମୁ ସେମିତି ନିଶ୍ଚିହ୍ନ ହୋଇ ଅପଲକ ନୟନ ରେ ଦେଖନ୍ତି ବାପିର ହର୍ଷ ବୋଳା ମୁଖକୁ ।ମାଳତୀ ବି ସେମିତି ଠିଆ ହୋଇ ଥାଏ ।ହସି ଦେଇ ଥଟ୍ଟା କରି କୁହେ ବାପି ବା କ'ଣ ଏ ଡାକ୍ତର ବାବୁଙ୍କ ବା ଚେୟର ଉପରେ ବସି ଏମିତି ଦେଖୁଥିବ ନା ଆଉ କ'ଣ କହିବ ।ଓଃ ବୋଧେ ମୁ ତମକୁ କୁଣ୍ଢେଇ କି ସବୁଥର ଭଳି କହିଲି ନି ବୋଲି ଏତେ ରାଗ ରୁଷା ବୋଲି ପ୍ରଶ୍ନ କଲା ବାପି ।ଫୋନ ଟି ସେମିତି ଥାଏ ବୋଧେ ନେଟ ପ୍ୟାକ ସରିବା ପରର ଚିତ୍ର ଭଳି ।ବାପି ହାତରେ ଥାଏ ବା ଙ୍କ ଝାଳ ବୁହା ଶ୍ରମରେ କିଣା ଯାଇଥିବା ଫୋନ ରାମୁ ହାତରେ ଥାଏ ପୁଅର ସ୍ୱଅର୍ଜିତ ଫୋନ ।ସୁଦୂର କେରଳରୁ ବାପା ଙ୍କ ଚିତ୍ର ଉପରେ ଷ୍ଟେଥୋସ୍କୋଚ ଦେଖେଇ କୁହେ ବାପି ,ବା ତମ ଛାତି ଦେଖାଅ ଥରେ ।ଦେଖିନେବି ତୁମ ହୃଦ ସ୍ପନ୍ଦନ କ'ଣ କହୁଛି ଆଜି ।ଦୂରରୁ ଜୋରରେ ପାଟି ଶୁଭେ ରାମୁ ଆଉନାହାନ୍ତି ଅରପାରିରେ ।ବାପି ହାତରୁ ଷ୍ଟେଥୋସ୍କୋଚ ଖସି ଯାଏ ।ମୋବାଇଲ ବି ଖସିଯାଏ ।ସବୁ ସୁନସାନ ! 



Rate this content
Log in

More oriya story from SURESH MOHAPATRA

Similar oriya story from Tragedy