STORYMIRROR

SURESH KUMAR MOHAPATRA

Tragedy Crime Others

3  

SURESH KUMAR MOHAPATRA

Tragedy Crime Others

ମାନ୍ୟବର

ମାନ୍ୟବର

2 mins
394

            

ମାନ୍ୟବର ଙ୍କୁ ସକାଳ ୭.୦୦ ଟାରେ ସୁଜିତ  ଦୂରଭାଷ ଯୋଗେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ କଥା କୁହେ ।ମାନ୍ୟବର କଥା ଠାଉରେଇ କର୍ତ୍ତବ୍ୟନିଷ୍ଠ ମୁଖରେ ନିଜ ଶୋଇବା ଖଟରେ ଗାଲ ଚାପି ଗୋଲାଵ ର ଭୟାଭୟତା କଥା କହିଲେ ,ଗ୍ରାଉଣ୍ଡ ଜ଼ୀରୋରୁ ଲୋକଙ୍କୁ ଉଠେଇବା ପାଇଁ ଉପଦେଶ ଦେଲେ ।ସୁଜିତର ଦୂର ଭାଷଟି ମାନ୍ୟବରଙ୍କ ସେବାପ୍ରେମୀ ଉତ୍କଣ୍ଠିତ ଗ୍ରାଉଣ୍ଡ ଜିରୋ ରୁ ହିଁ ଥିଲା ।ମାନ୍ୟବର ଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ, ଏକ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ଅନ୍ତେ ,କାର୍ଯ୍ୟକ୍ରମର ସମୟ ନିର୍ଘଣ୍ଟ ସମ୍ପର୍କରେ ମାନ୍ୟବର ଜିଜ୍ଞାସା ପ୍ରକଟ କରିବାରୁ ସୁଜିତ ପ୍ରତି ଉତ୍ତରରେ କହିଲା; ସକାଳ ୧୦:୪୫ ମିନିଟରେ କାର୍ଯ୍ୟକ୍ରମ ପ୍ରାରମ୍ଭ ହେବ । ପୂର୍ବଦିନ ମାନ୍ୟବର ସ୍ବେଚ୍ଛାସେବୀ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଆୟୋଜକ ମାନେ ଡାକିପାରିନଥିଲେ ସୁଜିତ ସୂଚାଇଥିଲା ।ମାନ୍ୟବର  10 ମିନଟ ପାଈଁ ଆସି ଖଣ୍ଡ ମଣ୍ଡଳର ପ୍ରଥମ କାର୍ଯ୍ୟକ୍ରମ ଗ୍ରାମାଲୋକ କୁ ଉଦ୍ଘାଟନ କରିବାକୁ ମଙ୍ଗିଲେ ଓ ଯେହେତୁ ଛୁଟି ବାତିଲ ଉଭୟ ମାନ୍ୟବର ଓ ସୁଜିତ ସରକାରୀ କର୍ମଚାରୀ ,କିଛି ସମୟ ମଧ୍ୟରେ କାର୍ଯ୍ୟକ୍ରମରୁ ବାହାରି ଗୋଲାବ କାମରେ ଯିବାନିମନ୍ତେ ନିଷ୍ପତ୍ତି ନେଇଥିଲେ।ସୁଜିତର ଉତ୍କଣ୍ଠା ମୁଣ୍ଡରୁ ବଳକା କାରଣ ତାଙ୍କ ମାନ୍ୟବର ଆସିବେ ଉକ୍ତ କାର୍ଯ୍ୟକ୍ରମରେ ବସିବେ ଯାହା ଦ୍ୱାରା ଯୁଗ ଯୁଗକୁ ସୁଜିତର ପ୍ରିୟ ମାନ୍ୟବରଙ୍କର ନାଁ ରହିବ ସ୍ବର୍ଣ୍ଣିମ ଅକ୍ଷର ରେ ।ଠିକ ୧୦:୦୪ ରେ head quarter ର ୩୦ କିମି ଦୂରରୁ  ମାନ୍ୟବର ଫୋନ କରି ଜିଜ୍ଞାସା ପ୍ରକଟ କଲେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ କେତେଦୂର ଗଲା ।ସବୁ ଠିକ ଠାକ କଥା ବାର୍ତ୍ତା ଚାଲିଥିଲା ଉଭୟ ସୁଜିତ ଓ ମାନ୍ୟବର ଙ୍କ ମଧ୍ୟରେ ,ସୁଜିତର ଉପର ଅଫିସର ବି ତାର ଉତ୍ତର ପ୍ରାଞ୍ଜଳ ଭାବେ ଦେଲେ । ଫୋନ ଟି କାନରୁ ହିଁ ନିସ୍ତେଜ ହେଲା ବିପ ସାଉଣ୍ଡରେ ।୧୦:୪୫ରେ ଖବର ଆସିଲା ମାନ୍ୟବର ଯାଇ ଗ୍ରାଉଣ୍ଡ ଜ଼ୀରୋ ରେ ।ସୁଜିତକୁ ଖୋଜା ଲାଗିଛି ।ସୁଜିତ ଯାଇ ପହଂଚିଲା ୧୫ ମିନିଟ ପରେ ଅର୍ଥାତ ୧୧ ଟାରେ ।ପ୍ରାୟ ବର୍ଷା ଗୋଟେ ଦୁଇଟା ପଡୁଥାଏ । ଅଳସୀ ଗଛର ପତ୍ର ହଲିବାକୁ ବହୁତ କୁଣ୍ଠାବୋଧ କରୁଥାନ୍ତି ।କିଛି ହାତ ଗଣତି ଲୋକ ଓ ମହିଳା କର୍ମଚାରୀ ସେଠାରେ ଉପସ୍ଥିତ ଥାନ୍ତି ଗାଡି ଚତୁରପାର୍ଶ୍ଵ ।ଗାଡି ପଛପଟରୁ ସୁଜିତ ଯାଇ ମାନ୍ୟବରଙ୍କୁ ପୂର୍ଣ୍ଣ ନମାସ୍କର ମୁଦ୍ରାରେ ଦେଖାକଲା । କିଛିଜଣ  ଅଧିକାରୀଙ୍କ ସହ ମାନ୍ୟବର ଗାଡି ଭିତରେ ବସିଥାନ୍ତି ।ମାନ୍ୟବର କହିଲେ useless ଟା ମ ଏପଟଲୋକ ମରିଲା ବେଳେ ତୁ ସିଆଡେ କବିତା ପଢିବୁ ।ଗାଡି ଭିତରୁ ଆକ୍ରୋଶ ସ୍ୱର ।ତମ ନାରେ ଏମିତି ଲେଖିବି ଯେ କୁଆଡେ ଯିବ ଦେଖିବି,ସରକାରୀ କାମ କଣ ଜାଣିବ । ଅମୁକ ସ୍କିମରେ କେତେ କାମ କରିବ ଦେଖିବି ମୁଁ ।ରାତି ଏଠି ରହିବ ଗାଡିରେ ବସି ground zero ର ଭୂମି କୁ ଦେଖେଇ ।ସୁଜିତ ତାର ହିତ ନିମନ୍ତେ ଖୁବ କମ ହଁ, ନା ରେ ଉତ୍ତର ଦେଲା ।ମାନ୍ୟବର ଦୁଇ ଚାରି ଦିନ ଭଲରେ କାମ କରିବା ନିମନ୍ତେ ଉପଦେଶ ଦେଇ ଚାଲିଗଲେ ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya story from SURESH KUMAR MOHAPATRA

ମାନ୍ୟବର

ମାନ୍ୟବର

2 mins വായിക്കുക

ଅନଲାଇନ

ଅନଲାଇନ

7 mins വായിക്കുക

Similar oriya story from Tragedy