STORYMIRROR

Balaram Pati

Drama Romance Inspirational

4.0  

Balaram Pati

Drama Romance Inspirational

ଅନ୍ଧାରେ ପ୍ରେମ

ଅନ୍ଧାରେ ପ୍ରେମ

3 mins
225


ବର୍ଷା ରାତିରେ ଅନ୍ଧକାର ଘର ମଧ୍ୟରେ ରୁବି ତାର ତକିଆ ଉପରେ ମୁହଁ ମାଡି ପଡିଥାଏ। ମା ଡାକି ଡାକି ଆସିଲେ ଆରେ କୁଆଡେ ଗଲୁ ବାପା ଆସିଲେଣି ଯା ପାଣି ଟିକେ ଦେଇ ଆସେ। ରୁବି ଆଖିରୁ ଲୁହ ଧାର ଧାର ବୋହି ତକିଆ ଗରମ୍ କରୁଥାଏ। ତାର ଧାନ୍ୟ ନଥାଏ ମାଆ କଥାକୁ,ଚିନ୍ତା କରୁଥାଏ ପୂର୍ବରୁ ଘଟି ଥିବା ପ୍ରେମ ସମ୍ପର୍କର ମଧୁର ରସ ବିତି ଯାଇଥିବା ଛୋଟ ଛୋଟ ଘଟଣା। ସେଦିନ ସେ ପ୍ରଥମେ ରାସ୍ତା ଉପରେ ଦେଖିବାକୁ ପାଇଥିଲା ଶେଖର ମହାନ୍ତିକୁ ତାଙ୍କ ଆଖିରେ ଦେଖିଥିଲା ନିଜ ପ୍ରତି ପ୍ରେମ ପରସ ।ଧୀରେ ଧୀରେ ସମ୍ପର୍କରେ ଆସିଥିଲା ଗାଢ଼ତା ।ବୁଲି ବୁଲି ଦେଖି ଥିଲେ ବହୁ ସ୍ଵପ୍ନ। ତାଙ୍କ ଭିତରେ ବି ହୋଇଥିଲା ଅନ୍ୟ ଯାହା ଆଜିକାଲି ପିଲାଙ୍କ ଭିତରେ ହୁଏ। ହେଲେ ରୁବିର ହୋଇଥିଲା ଗୋଟିଏ ବିରଳ ଅନୁଭୂତି ପ୍ରତ୍ୟାହାର କରିପାରିନାହିଁ ସେଇ ଅନୁଭୂତି ଗୁଡ଼ିକ। 

ଆଜିକୁ ତିନି ମାସ ସେଇ ଅନ୍ଧାର ରାତିରେ ଘଟିଥିବା ଅନୁଭୂତି ନେଇ ବହୁ ଖୁସି ଭୟରେ ତାର ସାରା ଶରୀରରେ ଖେଳିଛି କେତେ ନୂଆ ନୂଆ ରସର ଅନୁଭୂତି।କିନ୍ତୁ ଆଜି ସେଇ ଅନୁଭୂତି ବିରାଗ ଭାଜନ ହୋଇଛି ମନରେ ଭରି ଦେଇଚି ଦୁଃଖ କଷ୍ଟ ଓ ଯାତନା ଏବେ ସେ ଭାବୁଛି କଣ ପାଇଁ କଲା ସେ ଏମିତି। ତାର ସୁଖମୟ ଜୀବନକୁ କାହିଁକି ଦୁଃଖର ସମୁଦ୍ରରେ ବୁଡେଇ ଦେଲା,କଣ କହିବ ଏବେ ସେ ବାପାଙ୍କୁ ବାପା କଣ ବୁଝିବେ ତାର ମନର କଥା। ସମାଜ କଣ ଆଗ ପରି ତାକୁ ଗ୍ରହଣ କରିବ। ସବୁଠୁ ବଡ଼ ଚିନ୍ତା ତା ପେଟରେ ଥିବା ଛୁଆକୁ କେମିତି ଗ୍ରହଣ କରିବେ । ଶେଖର ମହାନ୍ତି ତ କହିଥିଲା ତାକୁ ବିବାହ ବନ୍ଧନରେ ବାନ୍ଧିବା ପାଇଁ ଘରକୁ ଆସିବ ହେଲେ ସେ ଯେବେଠୁ ଶୁଣିଲା ରୁବି ମାଆ ହବାକୁ ଯାଉଛି ତାର ଆଉ ଦେଖା ନାହିଁ। 

ରୁବିକୁ ଏତିକି ବି କହି ହୋଇନି ଯିବା ଆଗରୁ ସେ କଣ କରିବ ତାଙ୍କ ଏଇ ଅନ୍ଧାର ପ୍ରେମର ସାକ୍ଷୀକୁ? ସେ କଣ ବଳି ଦେଇପାରିବ ତାର ଆତ୍ମାକୁ ? ଭାବି ଭାବି ଲୁହ ଧାର ଧାର ବୋହି ତକିଆ ଭିଜି ଗଲାଣି ହେଲେ ପଥ ଦିଶୁନାହିଁ। 

ମାଆ ନିକଟକୁ ଆସି ଡାକିବା ପରେ ଚେତନା ପଶିଲା ରୁବିର, ମାଆ କହିଲେ ଆରେ ବାପା ତୋ ପାଇଁ ପୁଅ ଦେଖିଛନ୍ତି। 

କାଲି ସେମାନେ ଘରକୁ ଆସିବେ

ସେଥିପାଇଁ ବାପା ତୋତେ ଖୋଜୁ ଥିଲେ। ରୁବି ସେମିତି ଶେଜରେ ବସି ଭାବୁଥାଏ। 

କଣ ତା ସନ୍ତାନକୁ ଅନ୍ୟ ଜଣଙ୍କ ନାମରେ ବଞ୍ଚେଇ ରଖିବ ନା ଗୋଟିଏ ଡାକିନୀ ପରି ତାର ହତ୍ୟାର ଭାଗୀଦାର ହବ। 

ଏମିତି ବହୁ ଭାବିବା ପରେ ସେ ମାଆ ମନର ଟଣାରେ ପଡି ତାର ସନ୍ତାନକୁ ଜନ୍ମ ଦେବାକୁ ସ୍ଥିର କଲା ଏବଂ ବାପାଙ୍କୁ ଯାଇ ସତ କହିବାକୁ ସ୍ଥିର କଲା। ଆରଦିନକୁ ଆସୁଥିବା ଅତିଥି କଥା ଜାଣିବାକୁ ଆଉ ଇଚ୍ଛା କଲାନାହିଁ। ନିଜର ଲଗେଜ୍ ପ୍ୟାକ୍ କରି ଯାଇ ବାପାଙ୍କୁ କ୍ଷମା ମାଗି ସବୁ କଥା କହିଲା ଓ ସେ ଏଠି ରହି ସମସ୍ତଙ୍କୁ ଲଜ୍ଜିତ କରିବ ନାହିଁ କହି ଘର ଛାଡି ଯିବାକୁ ସ୍ଥିର କରିଛି କହିଲା। ବାପା ଶୁଣି ସାରି ସବୁ ରାଗରେ ଜର୍ଜରିତ ହୋଇ ଚୁପ୍ ରହିଲେ ରୁବି ବାହାରି ଗଲା ଅଜଣା ପଥରେ। 

୭ ବର୍ଷ ବିତିଗଲା ଶେଖର ଦିନେ ରାସ୍ତାରେ ଠିକ୍ ଆଗ ପରି ଦେଖା ହେଲେ ରୁବିର। ରୁବି ଆଖିରୁ ଲୁହ ଆସୁଥାଏ ହେଲେ ତୁନି ରହି ନିଜ ପଥରେ ଅଗ୍ରସର ହେଲେ। ଶେଖର ଡାକିବାକୁ ଯାଇ ରହିଗଲେ। କାରଣ ଶେଖର ସେଇ ୭ ବର୍ଷ ଆଗରୁ ତାଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ଯାଇଥିଲେ ହେଲେ ସେଦିନ ରୁବି ନଥିଲେ ସେଠି। ହୁଏତ ରୁବି ଏକାକୀ ବଞ୍ଚିବା ଶିଖିଛି ହୁଏତ ତାକୁ ଶେଖର ସହ ଆଉ ସେ ସମ୍ପର୍କରେ ବାନ୍ଧି ହବାର ନାହିଁ। 

ରୁବି ମନରେ ଏପଟେ କେତେ ପ୍ରଶ୍ନ ଏତେ ଦିନ ପରେ ଶେଖର କଣ ବିବାହିତ କଣ ସେ କହିଥାନ୍ତେ? କିନ୍ତୁ କିଛି ତ କହିଲେନି ହୁଏତ ସେ ବିବାହ କରିସାରିଛନ୍ତି। ଶେଷରେ ମନରେ ଦୁଇଜଣ କ ଗୋଟିଏ ଅନୁଭୂତି ସେଇ ଅନ୍ଧାର ରାତିରେ ମଗ୍ନ ଥିବା ଦୁଇଟି ଶରିରର ପ୍ରତିଶ୍ରୁତି। କାହିଁକି ସତ ହେଲାଣି ସେ ପ୍ରତିଶ୍ରୁତି। କଣ ପ୍ରେମ ସତ ନଥିଲା ଦୁଇଙ୍କ ମଧ୍ୟରେ? ନା ସେ ଅନ୍ଧାର ରାତିରେ ଦେଇଥିବା ପ୍ରତିଶ୍ରୁତି କଣ ସତ ତାର ଏଯାଏ ହୋଇନି ସମାଧାନ। ଆଜିବି ଶେଖର ରୁବିର ପ୍ରତୀକ୍ଷାରେ ଓ ରୁବି ଶେଖରର ଆଶାରେ। 

ହୁଏତ ଅନ୍ଧାର ପ୍ରେମରେ ରାତିଟା ଅନ୍ଧାର ଥିଲା କିନ୍ତୁ ଦୁନିଆର ଏତେ ଆଲୋକ ମଧ୍ୟରେ ବି ସାମାନ୍ୟ ଅନ୍ଧାର ଟିକିଏ ସମ୍ପର୍କରେ କଳଙ୍କ ଦାଗ ଟାଣିଦେଇ ଗଲା। ଯାହା ଅଲିଭା ହୋଇ ଶେଖର ଆଉ ରୁବିକୁ ଦୁଇ ଭାଗ କରିଦେଲା। 


Rate this content
Log in

Similar oriya story from Drama