STORYMIRROR

Akankshyamayee Dash

Inspirational

3  

Akankshyamayee Dash

Inspirational

ଆମ ଗାଆଁ ସନ୍ଧ୍ୟା

ଆମ ଗାଆଁ ସନ୍ଧ୍ୟା

1 min
205

ଗାଆଁ ମୁଣ୍ଡରେ ଶିବ ମନ୍ଦିର ଶୁଭଇ ଶଙ୍ଖ ଭେରି

ଗୋଧୂଳି ଲଗ୍ନେ ଫେରନ୍ତି ଗାଈ ଉଡ଼ାଇ ଧୂଳି ବାଲି 

 ପାହାଡ଼ କୋଳେ ସୁରୁଜ ଦେବ ଯାଆନ୍ତି ଅସ୍ତ ହୋଇ 

ପକ୍ଷୀ କାକଳି ଗୀତାର ସ୍ୱର ସଞ୍ଜ ଆସେ ନେଇ 

ପଶ୍ଚିମ ଆକାଶେ ବିବର୍ଣା ଦିଶେ ଚୁତେ ରକ୍ତିମ ଆଭା 

ମୃଦୁ ମଳୟ ଅତୀବ ମନ ଲୋଭା

ଚାଷୀ ଭାଇଟି ଘରକୁ ଫେରିଲେ

କୋଦାଳ ହାତେ ନେଇ 

ବାଡି ବଗିଚାରେ ନାନା ମନୋରମ ଦୃଶ୍ୟ 

ଦିଶନ୍ତି ଆଭାସର ଭାଷ୍ୟ 

ତିନି ଖେତରେ ସବୁଜ ବନ ବିଲ 

ପାହାନ୍ତିଆ ପହରୁ ଲୋକେ କରନ୍ତି କୋଳାହଳ 

ସଞ୍ଜ ସମୟେ ଗୋହଲ କୁ ଗୋରୁ ଫେରନ୍ତି ରଡ଼ି ରଡ଼ି 

ଆହା ମନେ ପଡେ ଭାଇ ସତେ 

ଆହା ସେହି ମ ନ ରୋମ ଦୃଶ୍ୟ ମନେ ପଡେ ଭାଇ ସତେ !!

ସନ୍ଧ୍ୟା ଆସଇ ନଇଁ ନଇଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational