STORYMIRROR

Hitesh Mohapatra

Tragedy

2  

Hitesh Mohapatra

Tragedy

ଆଗକୁ ବଞ୍ଚିବି

ଆଗକୁ ବଞ୍ଚିବି

2 mins
35

ଏହି ତ କାଲି ରତିର କଥା | ଭାବୁ ଭାବୁ ଟିକେ ପଛକୁ ପଳେଇ ଗଲି | ବିଶ୍ୱାସ ହେଲାନି ଯେ ମୋତେ ଏତେ ବୟସ ହେଇଗଲାଣି | ସମୟର ଗତି ଏତେ ପ୍ରଖର ଜଣା ହିଁ ପଡିଲାଣି | କେତେବେଳେ ବୟସର ଅନେକ ସ୍ତର ପାର୍ ହେଇଗଲା, ଆଖି ପିଛୁଳାକେ ! ସମାଜ ଦେଇଥିବା ଚାଦରକୁ କାଢି ସତ୍ୟତାର ନରମ ଆଢୁଆଳରେ ଚାଲିଗଲି ଅତୀତକୁ | ଏଇତ କିଛି ଦିନ ପୂର୍ବରୁ ମୁଁ ଖେଳୁଥିଲି ମୋ ପିଲାଦିନର ସାଙ୍ଗମାନଙ୍କ ସହ | ସ୍କୁଲକୁ ଯିବାର ତତ୍ପରତା, ସ୍କୁଲ୍ ଛୁଟି ସହ ବହିବସ୍ତାନି ଫିଙ୍ଗି ଦେଇ ଖେଳିବା ପାଇଁ ଆଗ୍ରହ, କାହିଁ କୁଆଡେ ଗଲା କେଜାଣି ? ଥରକୁ ଥର ମନେ ପଡେ ଯେମିତି କାଲିର କଥା, ମୁଁ କଲେଜରୁ ଫେରି, ଯାଉଛି ହାଇସ୍କୁଲ୍ ପଡିଆ ଛକକୁ ଖଟି କରିବା ପାଇଁ | ସେ ଖଟିରେ ଏତେ ଗପ ଥାଏ କି ଘରକୁ ଆସିବାକୁ ମନ ହିଁ କରେନି, (ଏବେ ବି ଘରକୁ ଫେରିବାକୁ ମନେ କରେନି, ମାତ୍ର ତାହା ଅଲଗା ପ୍ରକାରର) ଏବେ ତ ଛାଡ, ନ କହିଲେ ଭଲ ! ଏବେ, ମୁଁ ମୋ ନିଜକୁ ଦେଖିଲେ ଚିହ୍ନି ପାରେନି, ଲାଗେ ମୁଁ “ମୋ” ଭିତରେ ହିଁ ନାହିଁ | ପୁଣି ଭାବୁ ଭାବୁ ମନେ ପଡେ କଲେଜ ଦିନର କଥା, ଲାଗେ ଏଇତ, କିଛିଟା ମାସ ପୂର୍ବରୁ କଳା ପେଣ୍ଟ୍ ଆଉ ଧଲା ସାର୍ଟ ପିନ୍ଧି କଲେଜକୁ ଜାଉଥିଲି, ପରୀକ୍ଷାରେ ବସିବା ପାଇଁ ନିଜର ଉପସ୍ଥିତି ଗଣୁଥିଲି, ଆଉ କାହିଁ କେତେ..| କେଜାଣି କେବେ, ଏତେ ବୟସ ହେଇଗଲା ଜାଣି ହିଁ ପାରିଲିନି | ସାଧାରଣତଃ ପରିବାରର ସବୁଠୁ ବଡ ଦୁର୍ଗୁଣ ହେଲା, ସେମାନଙ୍କର ଶିକ୍ଷା, ଯେ.. ଆଗକୁ ବଞ୍ଚିବୁ| ଏବେ, ବେଶି ମାର୍କ୍ ଆଣେ ତାପରେ ଜେବେ ଭଲ କଲେଜରେ ଭର୍ତ୍ତି ହେଇଯିବୁ ସେତେବେଳେ ତୁ ତୋ ଇଚ୍ଛାରେ ବଞ୍ଚିବୁ, ତାପରେ ଟିକେ ଭଲରେ ପଢାପଢି କରି ଚାକିରି ଖଣ୍ଡେ ପାଇଯା... ତାପରେ ଘର ... ତାପରେ ବାହାଘର... ତାପରେ ପିଲା... ତାପରେ ଆଉ କଣ ନିଜକୁ ଦେଖିଲେ ଜଣାପଡିଯିବ | କେବେ କିଏ ଶିଖାନ୍ତିନି ଏବେ ବଞ୍ଚିବାକୁ ! ସବୁବେଳେ ଆଗକୁ ବଞ୍ଚିବୁ ..ମୁଁ ପଚାରେ ଆଗ ମାନେ କେବେ ..କୋ ଆଗ? କେବେ ସେ ଆଗ ଆସିବ? ଆଗ ଫାଗ କିଛି ନଥାଏ, ଥାଏ କେବଳ ଏବେ ଆଉ ଏଇଠି | 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy