STORYMIRROR

Pratap Kumar Routray

Inspirational

3  

Pratap Kumar Routray

Inspirational

ଆଧାର କାର୍ଡ

ଆଧାର କାର୍ଡ

1 min
219

ଶୀତୁଆ ସକାଳ ଚାରି ଆଡେ଼ କୋହଲା ପାଗ କିନ୍ତୁ ବୁଢ଼ୀ ଆଇ ର ମନ ବୁଛିନି ହାତରେ ରାସନ୍ କାର୍ଡ ଧରି ସକାଳୁ ସକାଳୁ ଆସି ପଞ୍ଚାୟତ ଅଫିସ୍ ରେ ହାଜର, " ପୁଅ ରେ ଥରିଲା କଣ୍ଠରେ କହିଲା କୁଆଡେ ୧୦୦୦ ଟଙ୍କା ମିଳୁଛି ଟି? ହଁ ସରକାରୀ ବାବୁ କହିଲେ "ଲାଇନରେ ଛିଡା ହୁଅ "! ଆଇ ମନ ରେ ଅନେକ ସ୍ବପ୍ନ !ଟଙ୍କା ମିଳୁଛି ପାନ ,ଗୁଆ ,ଗୁଣ୍ଡି ସବୁ କିଣି ଆଣି ରଖିବ' ପୁଅ ବୋହୁ ଆଉ ବୁଝୁନାହାନ୍ତି କେତେ ଦିନ ମାଗିବ? ବହୁତ ସମୟ ପରେ ପାଳି ପଡ଼ିଲା ବାବୁକୁ କାର୍ଡ ଦେଲା ପରେ ଚାତକ ପରି ଅନେଇ ରହିଲା । କିଛି ସମୟ ପରେ ବାବୁ କହିଲେ ତମ ନାଁ କଟି ଯାଇଛି ହବନି ଟଙ୍କା ମିଳିବନି ଘରକୁ ଯା ବୁଢ଼ୀ ଆଇର ପାଦ ତଳୁ ମାଟି ଅତଡା ଖସି ଗଲା ସବୁ ସ୍ବପ୍ନ ଛାର ଖାର ହେଇ ଗଲା ଆଖିରୁ ତତଲା ଲୁହ ଗଡି ଚାଲିଲା କଣ ହେଲା? ମୋର କି ଦୋଷ? ବାବୁ କହିଲେ ତମ ଆଧର କାର୍ଡ ନାହିଁ; ଟଙ୍କା ମିଳିବନି; ବାବୁ କହିଲେ ଯା ତମ କୁ ୮୦ ହେଲାଣି ଆଖି ଖରାପ ଚମଡା ଧୁଡୁ ଧୁଦୁ କିଛି ହେବନି ଆଇ ମନେ ମନେ ବହୁତ ଦୁଃଖ କଲା କଣ ମୋ ଆହାର ପାଇଁ ଆଜି ଅଧର ରେ ହସ ଫୁଟେଇ ଦେଖେଇବାକୁ ମୋ ମନର ଖୁସି ଜାହିର କରିବାକୁ ଆଧାର କାର୍ଡ ଜରୁରୀ ? ହେ ଭଗବାନ ସମୟ ଆସିବ ମୋତେ ନିଆଁ ଲଗାଇ ବାକୁ ବି ଏ କଳି ଯୁଗରେ ନିଆଁ ଲଗା ଆଧାର କାର୍ଡ ଜରୁରୀ ? ହଉ ଭଗବାନ ତମେ ନ୍ୟାୟ କରିବ ବୋଲି ଆଶା ବୁଢ଼ୀ ଆଇ ର ସ୍ବପ୍ନ କଣ ଏଇ କାର୍ଡ ପାଇଁ ଅଧୁରା ରହିଗଲା ବାସ ଥାଉ ଥାଉ ତମ ଯୋଜନା ମୋର ଜୀବନ ଜୀବିକା ଏବେ ଭଗବାନ ଙ୍କ ହାତରେ ବୁଢ଼ୀ ଦୀର୍ଘ ଶ୍ୱାସ ପକାଇ ଶୂନ୍ୟ କୁ ଚାହିଁ ରହିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Pratap Kumar Routray

Similar oriya story from Inspirational