STORYMIRROR

Ipsita nirmalendu

Inspirational

3  

Ipsita nirmalendu

Inspirational

୭୪ତମ ସ୍ୱାଧୀନତା ଦିବସ

୭୪ତମ ସ୍ୱାଧୀନତା ଦିବସ

2 mins
114

ଆରେ ଶୁଣୁଛ ଆଜି ପରା ଅଗଷ୍ଟ ପନ୍ଦର, ୭୪ତମ ସ୍ୱାଧୀନତା ଦିବସ ଆଜି ପାଳନ ହେବ, ବାପା ସକାଳର ଚା ପିଉ ପିଉ ବୋଉକୁ ଡାକ ପକେଇ କହିଲେ | ବୋଉ ତାର କହିଲା କିନ୍ତୁ ଏଇ କରୋନା ପାଇଁ ସବୁ ତ ବନ୍ଦ ଅଛି କେମିତି କଣ ପାଳନ ହେବ ଯେ...? ବାପା ବୋଉକୁ ଆଜିର ଡିଜିଟାଲ ଦୁନିଆ ବିଷୟରେ ବୁଝଉଥିଲେ.. | ବାପା କହୁଥିଲେ ଯେ ଆମେ କେମିତି ଡିଜିଟାଲ ସ୍ୱାଧୀନତା ଦିବସ ପାଳି ପାରିବା.. | କେମିତି ଟେଲିଭିଜନ ଜରିଆରେ ସ୍ୱାଧୀନତା ଦିବସକୁ ପାଳିବା.. | ଆଉ କେମିତି ସମସ୍ତେ ମାସ୍କ ପିନ୍ଧି, ସୋସିଆଲ ଡିଷ୍ଟାନ୍ସ ରଖି ସମସ୍ତେ ପାଳୁଛନ୍ତି ସେଇଟା ବି ଦେଖି ପାରିବେ | 

ମୁଁ ମୋ ରୁମରେ ଥାଇ ସବୁ ଶୁଣୁଥିଲି କିନ୍ତୁ ଭାବୁଥିଲି ଆଉ କିଛି..

ପ୍ରତି ବର୍ଷ ପ୍ରଜାପତିଟିଏ ଚିଠି ଆଣିଲା ପରି ଅଗଷ୍ଟ ମାସ ଆଉ ପନ୍ଦର ତାରିଖ ସିନା ଆସି ଯାଉଛି ଆଉ ସୂଚେଇ ଦେଉଛି ଆମେ ସ୍ୱାଧୀନ ବୋଲି କିନ୍ତୁ ସତରେ କଣ ଆମେ ସ୍ୱାଧୀନ? ଆଜି ବି ରାସ୍ତାରେ ଝିଅଟିଏ ଏକା ଯିବାକୁ ଡରୁଛି.. | ଆଜି ବି ରାସ୍ତାରେ ଝିଅଟିଏ ଯଦି ଗାଡି ଚଲଉଛି ତ ଆମ ମନ କହୁଛି ଝିଅଟିଏ କଣ ଗାଡି ଠିକରେ ଚଲେଇ ପାରୁଥିବ ? ତାକୁ ଆଉ ଟିକେ ବିଚଳିତ କରାଯାଉ ବୋଲି ଆମ ମନକୁ ଆଗ ଆସୁଛି .. | 

କର୍ମକ୍ଷେତ୍ରରେ ଝିଅଟିଏ ଯଦି ନିଜ ମତ କେଉଁଠି ପ୍ରକାଶ କରିଦେଲା, ଆଉ ତାହା ଉପର ପଦବୀଙ୍କ ମତ ବିରୋଧ ତ ତାହା ହେଲେ କଥା ସରିଲା, କୁହାଯାଏ ଝିଅଟି ଉପରମୁହିଁ ଆଉ ଜବାବ ଦେଲା ଭଳି ଝିଅଟି.. ଜମା ଭଲ ନୁହେଁ.. | ସେମିତିରେ ତ କେତେ ଯେ ନିର୍ଭୟା ପ୍ରାଣ ଦେଲେନି ଆମ ଦେଶରେ ତାର ହିସାବ ନାହିଁ.. | ଏଇ ଭଳି ଅନେକ ଉଦାହରଣ ଅଛି.. |କେବଳ ନାରୀ ନୁହେଁ କିଛି ପୁରୁଷ ମଧ୍ୟ କିଛି ସ୍ଥାନରେ ନିର୍ଯ୍ୟାତିତ |

ଏଇଭଳି ଅନେକ ଉଦାହରଣ ଯେଉଁଠି କେବଳ ଆମେ ଆମ ମାନବିକତା ହରାଉନେ ହରାଉଛେ ଆମର ଜଣଙ୍କର ଜଣଙ୍କ ପ୍ରତି ଥିବା ବିଶ୍ୱାସକୁ |

ହଁ ଏଇଟା ବି ଭୁଲି ହେବନି ଯେ ଆମ ହାଇଦ୍ରାବାଦ ପୋଲିସ ଅଫିସରଙ୍କ ଭଳି କିଛି ଉତ୍ତମ କର୍ମଚାରୀ ବି ଅଛନ୍ତି ଯିଏ ନିର୍ଭୟା ଦୋଷୀଙ୍କ ଭଳି ଦୋଷୀ ଙ୍କୁ ଉଚିତ ଶାସ୍ତି ଦେଉଛନ୍ତି | କିନ୍ତୁ ଶାସ୍ତି ଦେବା ଯାଏଁ ଯେ କାହିଁକି କଥା ଗଲା? କାହିଁକି ଆମେ ଆମ ଭିତର ମଣିଷତ୍ୱ ହରେଇ ବସୁଛେ? କାହିଁକି ଯେ ଆମେ ଆମ ଚାରିପାଖରେ ଥିବା ନାରୀକୁ ସ୍ୱାଧୀନତା ଦେଇପାରୁନେ? ଆଉ ଯଦି ବି ସ୍ୱାଧୀନତା ଦେଉଛେ ତାପରେ ବି ତାକୁ କିଛି କ୍ଷେତ୍ରରେ ପରାଧୀନ ରଖୁଛେ | କଣ ସେମାନେ ଆମ ଗଣତନ୍ତ୍ରର ମୌଳିକ ଅଧିକାରରୁ ବଂଚିତ..? ଏଇ ଭଳି ଅନେକ ପ୍ରଶ୍ନର ଉତ୍ତରର ସନ୍ଧାନ ଯେ ମୋ ମନ ଖୋଜୁଥିଲା..| ତାପରେ ଭାବିଲି ବୋଧେ ଆମେ କେବଳ କ୍ୟାଲେଣ୍ଡରର ତାରିଖ ସହ ପରିବର୍ତ୍ତନ କରୁଥିବା ମଣିଷ ସମାଜ.. | ଯିଏ କ୍ୟାଲେଣ୍ଡରର ତାରିଖ ଦେଖି ଜାନୁୟାରୀ ମାସର ୨୬ ତାରିଖ, ଆଉ ଅଗଷ୍ଟ ମାସର ପନ୍ଦର ତାରିଖ ପାଳନ କରୁ | ଆଉ ସେହିଦିନ ନିଜ ସୋସିଆଲ ମିଡ଼ିଆରେ ଦେଶପ୍ରୀତି ଦେଖୋଉ, କିନ୍ତୁ ତା ପରଦିନ ଆମ ଭିତରେ ଥିବା ଅମଣିଷପଣିଆ ପୁଣି ଆରମ୍ଭ ହୋଇଯାଇଥାଏ | ବୋଧେ ଆମେ ସ୍ୱାଧୀନ ହେବାର ମିଛ ମାସ୍କ ପିନ୍ଧିଥିବା ସେହି ମାନବ ସମାଜ ଯିଏ ସ୍ୱାଧୀନତା ଦିବସ ଆଉ ଗଣତନ୍ତ୍ର ଦିବସ ତ ପାଳନ କରେ କିନ୍ତୁ ତାକୁ ତାକୁ ପାଳିବାର ମର୍ମ ବୁଝିପାରେନି | ମୋ ହିସାବରେ ତ ଆମେ ପ୍ରକୃତରେ ସ୍ୱାଧୀନତାର ମୁଖା ପିନ୍ଧି ଥିବା ପରାଧୀନ ମନୁଷ୍ୟ ସମାଜ.. |

ଆରେ ଆସୁନୁ ଟେଲିଭିଜନରେ ପରା ପତାକା ଉତ୍ତୋଳନ ଦେଉଛି.., ବୋଉ ଡାକ ପକେଇଲା ବାହାର ଘରୁ.. | ହଁ ବୋଉ ଆସୁଛି କହି ରୁମରୁ ବାହାରିଲା ବେଳେ ଭାବୁଥିଲି ସତରେ କଣ ଆମେ କେବେ ସ୍ୱାଧୀନ ହୋଇପାରିବା? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational