Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ତୁମେ ପ୍ରାତଃ ସ୍ମରଣୀୟ ମନ୍ତ୍ର

ତୁମେ ପ୍ରାତଃ ସ୍ମରଣୀୟ ମନ୍ତ୍ର

1 min
284


         

ସତେ ଅବା କେବେ ମନେ ପଡିଯାଅ

            ତୁମେ ବନ୍ଧୁ ଗୋପବନ୍ଧୁ

ସମାଜ ଦୁଷ୍କୃତେ ଦୁଃଖୀର ଦୁଃଖେ ଯେ

             ଦିନକାଟେ କାନ୍ଦୁ କାନ୍ଦୁ ।।


ସେ ମହାମାନବ 

    ସୁଆଣ୍ଡୋ ଗାଁ ର

    ମଣି ସେ ଉତ୍କଳ ମଣି

ସେ ମହାପୁରୁଷ

    ଦିବ୍ୟ ଜ୍ୟେତିଶିଖା

    ଜାତୀୟ ବୈଭବ ଖଣି ।।


ଉତ୍କଳ ପ୍ରଦେଶ ଜାତୀ ଯାଗରଣ

    ଜାତୀୟତା ଭାବେ ଭୋଳ

ନିଜ ରକ୍ତ,ହାଡ, ମାଂସ ବିନିମୟେ

    ଗଢିଛ ନବ ଉତ୍କଳ ।।


ସତ୍ୟବାଦୀ ଘନ

   ବକୁଳ ବନରେ

   ଭାରତୀ ବୀଣା ଗୁଞ୍ଜନ

ଗୁଞ୍ଜରିତ କରି

   ଉଦ୍ଜିବିତ କଲ

   ସୁପ୍ତ ପ୍ରାଣେ ଯାଗରଣ ।।


ତୁମେ ମହାଯୋଗୀ ଯୋଗ ସାଧନାରେ

    ଦାରିଦ୍ର୍ୟ କୁ ସହଚର

କରି ଦେଶ,ଯଶ ହିତ ପାଇଁ ନିଜ

    ରକ୍ତକୁ କରିଛ ପର ।।


ନିଜ ସୁଖ ପାଇଁ

  ଜନ୍ମେ ନାହିଁ ନର

   ଉକ୍ତିକୁ କରିଛ ସତ୍ୟ

ସତ୍ୟବାଦୀ ବନ-

    -ବାସୀ ମହର୍ଷି ହେ

  ତୁମେ, ପ୍ରାତଃ ସ୍ମରଣୀୟ ମନ୍ତ୍ର।।



Rate this content
Log in

Similar oriya poem from Inspirational