ତମ ପରେ ପରେ
ତମ ପରେ ପରେ


ଯେ ଲଗନେ ତମେ ନଜରେ ଆସିଲ
ଗଗନୁ ବହିଲା ହେମାଳ ଜହ୍ନ ଟେ
ହୃଦୟେ ଜନ୍ମିଲା ପ୍ରେମର ଦୀପଟେ
ସୁମନ ବି ଥିଲା ଶେଯରେ ,
ତମେ ଦେଖା ହେଲା ପରେ ପରେ ।୦।
ଯେବେ ଜାଣି ଶୁଣି ତମେ ନା କହୁଥିଲ
ହୃଦୟେ ବାଜେ ବିରହ କଣ୍ଟା ଟେ
ଲୋତକ ନୁହେଁ ସେ ତ ବହେ ରୁଧିରଟେ
ସିମେଣ୍ଟ ଚଟାଣ ବି ଭାଙ୍ଗେ କେତେକାଂଶରେ ,
ତମେ ନାକ ଛିଞ୍ଜାଡିବା ପରେ ପରେ ।୦।
ଯେବେ ମୋ ହାତେ ତମେ ହାତ ମିଶାଇଲ
ସୁନାର ଝରଣା ଜୀବନେ ବହିଲା
ବିରାଡ଼ି କପାଳକୁ କେଜାଣି ଶିକା ଛିଡିଲା
ଅମୃତ ଫଳର ପାଇବା ଆଶାରେ ,
ତମେ ହଁ କହିଦେବା ପରେ ପରେ ।୦।
p>
ଯେବେ ମୋ ନୟନେ ତମେ ନେତ୍ର ଯୋଡିଦେଲ
ଲକ୍ଷେ ତାରା ମଧ୍ୟେ ଗୋଟେ ଜହ୍ନ ଥିଲା
ବୈଶାଖୀ ମହୀ ରେ ବସନ୍ତ ଉଠିଲା
ସୌଦାମିନୀ କୁ ଭୁଞ୍ଜିବା ସ୍ପୃହାରେ ,
ତମେ ଛୁଇଁ ଦେବା ପରେ ପରେ ।୦।
ଯେବେ କରକଙ୍କଣ ମୋର ଗଳାରେ ଭିଡିଲ
ହୁଏଁ ମୁଁ ଭୃତ୍ୟ ଆଉ ମୁଁ କିଙ୍କର
ଜ୍ୱାଳାମୁଖୀ ଅଗ୍ନିରେ ଫାଟିଲା ଏ ଧର
ରମ୍ୟପୟଃ ପାଇବା ଆଶାରେ ,
ତମ ନିରବତା ପରେ ପରେ ।୦।
ଯେବେ ପ୍ରାତଃ ଆସେ ତମେ ଅବକାଶ ନେଲ
ପିୟାସି ଆତ୍ମା ରେ ଲାଗିଲା ଅନଳ
ଇଛା ପୁଣି ସେଇ ମନଲୋଭା ନର୍କ
ଅଳ୍ପ ବୟସ୍କା ବାଳା ଆଶାରେ ,
ତମେ ଚାଲି ଗଲା ପରେ ପରେ ।୦।