Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Classics Others

3  

Arjuni charan Behera

Classics Others

ନମସ୍ତେ ଜଗତ ଜୀବନ

ନମସ୍ତେ ଜଗତ ଜୀବନ

1 min
105



ନମସ୍ତେ ଦେବ ଦିବାକର l

      ଦୂର ହୋଇଲା ଅନ୍ଧକାର ll

ନମସ୍ତେ କଶ୍ୟପ ନନ୍ଦନ l

    ଲୁପ୍ତ ହୋଇଲେ ତାରାଗଣ ll

ନମସ୍ତେ ଦେବ ଦିନକର l

        ଉଦିତେ ଅସ୍ତ ନିଶାକର ll

ନମସ୍ତେ ଦେବ ଛାୟାକାନ୍ତ l

        ରଜନୀ ପାହିଲା ପ୍ରଭାତ ll

ପ୍ରାଚୀ ଆକାଶ ନିରିମଳ l

       ସୁସ୍ବରେ ରାବନ୍ତି କୋକିଳ ll

ଉଦିତେ ଦିନମଣି ଧୀରେ l

         କୀର୍ତ୍ତନ ଵିଭୂଙ୍କ ମନ୍ଦିରେ ll

ନମେ ତୋ ଚରଣେ ଆଦିତ୍ୟ l

        ବଧିଲ ପ୍ରଭୁ ଅର୍କ ଦୈତ୍ୟ ll

ନମସ୍ତେ ସୂର୍ଯ୍ୟନାରାୟଣ l

          ନମସ୍ତେ ସୃଷ୍ଟିର କାରଣ ll

ନମସ୍ତେ ସପ୍ତାଶ୍ୱ ବାହନ l

          ସାରଥୀ ତୋହର ଅରୁଣ ll

ନମସ୍ତେ ପ୍ରଭୋ ଛାୟାପତି l

        ଶାମ୍ବ ହୋଇଲେ ଶାପୁ ମୁକ୍ତି ll

ନମସ୍ତେ ପଦ୍ମିନୀ ରମଣ l

            ଭ୍ରମରେ କରନ୍ତି ଗୁଞ୍ଜନ ll

କୋଣାରକରେ ତୁହି ପୂଜ୍ୟ l

         ନମସ୍ତେ ପ୍ରଭୋ ଗ୍ରହରାଜ ll

ନମସ୍ତେ ହେ ଦେବ ଭାସ୍କର l

             ସକଳ ସୃଷ୍ଟିର ଆଧାର ll

ନମସ୍ତେ ଦେବ ବିବସ୍ୱାନ l

           ଉଦୟେ ରାତ୍ର ଅବସାନ ll

ତୋହର ଗତି ଅବିଶ୍ରାନ୍ତ l

          ବିଶ୍ୱ ଭ୍ରମଣୁ ନୋହୁଁ କ୍ଷାନ୍ତ ll

ତୋ ବଂଶେ ପ୍ରଭୁ ହୋଇଜାତ l

            ଧର୍ମ ରଖିଲେ ରଘୁନାଥ ll

ନମଃ ସବିତା ଗ୍ରହପତି l

           ବନିତା ତୋହର ତପତି ll

ବରିଲେ ରାଜା ସମ୍ବରଣ l

          କୁରୁ ହୋଇଲେ ଉତପନ ll

ନମସ୍ତେ ଜଗତ ଜୀବନ l

            ଶୁଭରେ ଯାଉ ଆଜଦିନ ll

        


Rate this content
Log in

Similar oriya poem from Classics