STORYMIRROR

NIRANJAN MOHARANA

Inspirational Others

4  

NIRANJAN MOHARANA

Inspirational Others

ମୋ ଓଡିଶା

ମୋ ଓଡିଶା

1 min
207


ଏଇ ମୋର ଦେଖ ଓଡିଶା ମାଟି

ଉର୍ବର ଅତି

ଯାର ବାଲି ରେଣୁ ପବିତ୍ର ଅତି ।


ଓଡିଶାରେ ଅଛି ବଡଦେଉଳ

ପତିତପାବନ ତାହାର ଚୁଳ

ବଡ ରଥ

ବଡ ଦାଣ୍ଡ

ବଡ ପଣ୍ଡା

ମାନସିକ ଧାରୀ ହୁଅନ୍ତି ନଣ୍ଡା ।


ଅନେକ ଆଶ୍ଚର୍ଯ୍ୟ ସେ ମନ୍ଦିରରେ

ବଡ ମନ୍ଦିରରେ ଛାଇ ନାହିଁରେ

ସୌନ୍ଦର୍ଯ୍ୟ ଏହାର ଅବର୍ଣ୍ଣନୀୟ

ରୋଷେଇ ଶୈଳୀ ବିଚିତ୍ରମୟ ।

କୁଡୁଆ ଉପରେ କୁଡୁଆ ରହେ

ଉପର କୁଡୁଆ ପ୍ରଥମେ ଉଠେ

ତଳ କୁଡୁଆ ଟି ଶେଷରେ ଉଠେ ।


ଏଇ ମାଟିର ସେ ଧରମା ପୁଅ 

ବାର ବରଷର ଶିଳ୍ପୀ ଘରର

ବୁଦ୍ଧି ତା ତୀକ୍ଷ୍ଣ ଅତି ଚତୁର

ସାତ ଆଶ୍ଚର୍ଯ୍ୟର ଗୋଟେ ଆଶ୍ଚର୍ଯ୍ୟ

କୋଣାର୍କ ମନ୍ଦିର ମୁଣ୍ଡି ଭାସ୍କର୍ଯ୍ୟ

ମୁଣ୍ଡି ମାରି ସେତ ରଖିଲା ନାମ

ଅଛି କୁହ କିଏ ତା ସମାନ ।


ଓଡିଶା ମାଟି ମୋ ବୀର ମାଟି

କେତେ ବୀର ଜନ୍ମିଛନ୍ତି ଏଇଠି

ଜୟୀରାଜଗୁରୁ ଓ ଚାଖି ଖୁଣ୍ଟିଆ

ସୁରେନ୍ଦ୍ର ସାଏ ଓ ଲକ୍ଷ୍ମଣ ଭେୟା

ଲଢ଼ିଛନ୍ତି ଦେଶ ପାଇଁ

ଏମାନଙ୍କ ପାଇଁ ସ୍ୱାଧୀନ ହୋଇଛି

ଏଇ ମୋ ଓଡିଶା ଭୂଇଁ ।


ଶୋଭା ବଢାଏ ଚିଲିକା ହ୍ରଦ

ରକ୍ତ କଙ୍କଡା କିଣଇ ହୃଦ

ଲବଣ ପାଣି

ସୂର୍ଯ୍ୟ କିରଣରେ ଝଟକେ ପୁଣି ।


ମୋ ମାଟିର ନାଚ ଗୀତ ମଧୁର

ନାଗା , ମେଢ ନୃତ୍ୟ ଭାରି ସୁନ୍ଦର

ସୁନ୍ଦର ବେଶେ

ଗୋଟିପୁଅ ନାଚ ମନ ଆବେଶେ ।


ମୁଖ ପିନ୍ଧା ନାଚ କେଡେ ସୁନ୍ଦର

ବାଘ ଭାଲୁ ସହ ହାତୀ ହରିଣ

ସଜ ହୁଅନ୍ତି

କେତେ ନାଚ ଗୀତ ମଜା କରନ୍ତି ।


ବାର ମାସେ ପଡେ ଅନେକ ଓଷା

ମାର୍ଗଶିର ମାସେ ମାଣବସା

ଧାନ ମେଣ୍ଟାରେ

ଲକ୍ଷ୍ମୀ ଠାକୁରାଣୀ ବସଇ ଘରେ।

 

ଯାନିଯାତ୍ରାରେ ମୋ ପିଠା ପଣା

ଆରିସା କାକରା ମୋ ପିଠା ଛଣା

ଏଣ୍ଡୁରି ପିଠା

ଖାଅଇ ଯିଏ ତା ମୁଁହ ମିଠା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from NIRANJAN MOHARANA

Similar oriya poem from Inspirational