ଗୋଲାପ
ଗୋଲାପ
ଗୋଲାପ ଫୁଲଟି ସୁନ୍ଦର
ମନ ମୋହି ନିଅଇ
ମହ ମହ ବାସ୍ନା ବିଭିନ୍ନ
ପ୍ରକାର ସେ ଅଟଇ ।
ଧଳା, ନାଲି ବର୍ଣ୍ଣ ଗୋଲାପୀ
ରଙ୍ଗ ପାଖୁଡା ପୂର୍ଣ୍ଣ
ପ୍ରେମିକ ପ୍ରେମିକା ପାଇଁ ସେ
ପ୍ରେମ ପ୍ରତୀକ ଚିହ୍ନ ।
ଗୋଲାପ ଫୁଲକୁ ଦେଇଣ
ପାଳେ ଭାଲେଣ୍ଟାଇନ
ପ୍ରେମ ପାଗଳ ସେ ହୁଅନ୍ତି
ପ୍ରେମ ତାର ଜୀବନ ।
କଣ୍ଟାର ଆଘାତ ସହିଣ
ଗୋଲାପକୁ ସେ ତୋଳେ
ରଙ୍ଗ ଫଗୁଣରେ ଭିଜେ ସେ
କେବେ ଲୁହ ସଲିଳେ ।
ଗୋଲାପ ଫୁଲରୁ ଗୋଲାପ
ଜଳ ପ୍ରସ୍ତୁତ ହୁଏ
ସେ ଗୋଲାପ ଜଳ ମୁହଁର
ସୌନ୍ଦର୍ଯ୍ଯକୁ ବଢାଏ ।
ତାଜା ରଖି ଥାଏ କାନ୍ତିକୁ
ସତେଜ ସେ ଲାଗେ
ବିଭା ବ୍ରତଘର ଭୋଜିରେ
ଏବେ ଲୋଡା ସେ ଆଗେ ।
ଏ ଗୋଲାପ ଫୁଲ ପକେଟ୍
ଥିଲେ ସୁନ୍ଦର ଦିଶେ
ଭାବିଲା ବେଳକୁ କାହାଣୀ
ଏକ ମନରେ ଆସେ ।
କାହାଣୀ ନୁହେଁ ତ ସେ ଏକ
ସତ ଜୀବନ ଗାଥା
ଜବାହରଲାଲ୍ ନେହୁରୁ ମନ
ଦୁଃଖର ବ୍ୟଥା ।
ଗୋଲାପ ବୋଲିଣ ଝିଅଟି
ସ୍କୁଲ ଯାଉଣ ଥିଲା
ତଙ୍କ ଗାଡି ଚକା ତଳରେ
ତାର ଜୀବନ ଗଲା ।
ସେଇ ଦିନ ଠାରୁ ପକେଟ୍
ଗୋଲାପ ସେ ରଖିଲି
ପ୍ରତିସ୍ତରେ ପ୍ରତି ମୂହୁର୍ତ୍ତେ
ତାର କଥା ଭାବିଲେ ।
ତା ସ୍ମୃତିକୁ ଉଜ୍ଜୀବିତ
ସଦା ରଖିବା ପାଇଁ
ତାଙ୍କ ପକେଟରେ ଗୋଲାପ
ସଦା ଶୋଭା ପାଅଇ ।
ଏବେ ସେ ଗୋଲାପ ଫୁଲରୁ
ଅତର ଯେ ହୁଅଇ
ସେ ଅତର ବାସ୍ନା ମନକୁ
ବିମୋହିତ କରଇ ।
ଗୋଲାପ ଫୁଲରୁ ଗୋଲାପ
ପାଉଡର ପ୍ରସ୍ତୁତ
ଗୋଲାପୀ ଗୋଲାପୀ ମୁଖଟି
ଆକୃଷ୍ଟ ଯେ ବହୁତ ।
ଗୋଲାପ ଫୁଲଟି ଗଛରେ
ଥିଲେ ଦିଶଇ ତାଜା
ଏବେ ଘରେ ଫୁଲାନୀରେ
ସିଏ ହେଉଛି ସଜା ।
ଗୋଲାପ ଫୁଲକୁ ନାରୀଏ
ଗଭାରେ ଯେ ଲାଗାନ୍ତି
କି ସୁନ୍ଦର ଗଭା ଦିଶଇ
ବୁଲି ଚାହିଁ ଦେଖନ୍ତି ।
ବିବାହ ଗାଡିରେ ଗୋଲାପ
ଫୁଲକୁ ଯେ ସଜାନ୍ତି
ପିଲାମାନେ କେଡେ ସୁନ୍ଦର
ଚିତ୍ର ଆଙ୍କି ଦିଅନ୍ତି ।
ଏ ଗୋଲାପ ଫୁଲ ମନକୁ
ଶାନ୍ତି ପ୍ରଫୁଲ୍ଲ ରଖେ
ତାର ପାଇଁ ସୁଖ ସମୃଦ୍ଧି
ନର ଜୀବନେ ଚାଖେ ।
ଫୁଲ ବ୍ୟବସାୟ କରିଣ
ପରିବାର ପୋଷନ୍ତି
ଗୋଲାପ ଚାଷ ସେ କରିଣ
ଆତ୍ମ ତୃପ୍ତି ଲଭନ୍ତି ।
ଗୋଲାପ ଫୁଲକୁ ତୋଳିଣ
ନଷ୍ଟ କରନ୍ତୁ ନାହିଁ
କ୍ଷଣିକରେ କଷ୍ଟ ଦୂରାଏ
ଖୁସି ଦିଅଇ ସେହି ।
ସୌନ୍ଦର୍ଯ୍ଯରେ ଭରା ତା ଗାତ୍ର
ଦୁଃଖ କରେ ହରଣ
ସବୁ ମୁଖେ ହସ ଫୁଟାଏ
ସିଏ ପ୍ରେମ ବନ୍ଧନ ।
ଗୋଲାପ ଫୁଲକୁ ନା କିଏ
କେବେ ଭୁଲି ପାରଇ
ସ୍ନେହ, ପ୍ରେମ ପ୍ରୀତି ତା ଦେହେ
ସଦା ବିରାଜୁ ଥାଇ ।