Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanta Behera

Classics

4  

Basanta Behera

Classics

ଦେଵଭୁମି ହିମାଳୟ

ଦେଵଭୁମି ହିମାଳୟ

1 min
338



ଦେବଭୂମି ଆର୍ଯ୍ୟଭୂମି

         ଏ ଦେଶ ଭାରତ,

ଯା ଶିରେ ମୁକୁଟ ସମ

          ହିମ ପରବତ ।


ସର୍ବ ଦେବାଦେବୀଙ୍କର

          ପ୍ରିୟ ହିମାଳୟ

ଯହିଁ ସଦା ଭାସି ଆସେ

          ଓମ୍ ନମଃ ଶିବାୟ ।


ମୁନୀ ଋଷି ସାଧୁ ସନ୍ଥ

          କରନ୍ତି ପ୍ରାର୍ଥନା

କମନୀୟ ପରିବେଶ

         ନାହିଁ ତା ଉପମା ।


ହୀରକ ସମ ଝଟକେ

         ବରଫ ଆଚ୍ଛନ୍ନେ

ଶାନ୍ତ କାନ୍ତ ରୂପ ଗୋଟି

         ନାହିଁ ତ୍ରିଭୂଵନେ ।


ପ୍ରତି ବୃକ୍ଷ ପ୍ରତି ପତ୍ର

         ଅଟେ ମହୋଷଧୀ

ଯହୁଁ ଝରି ଝରି ଆସେ

          ମନ୍ଦାକିନୀ ନଦୀ ।


ମହାଶିବ ବାସସ୍ଥାନ

         କଇଳାସ ପୁର

ଅବିରତେ ବହେ ତହୁଁ

          ଅମୀୟ ନିର୍ଝର ।


ଦେବଭୂମି ହିମାଳୟ

          ନନ୍ଦନ କାନନ

ସାରା ଜଗତକୁ ଦିଏ

          ମହା ଶିକ୍ଷାଦାନ ।


ପ୍ରଜ୍ଞାଦୀପ ଜଳୁଥାଏ

          ସଦା ଅହରହ,

ଅଜ୍ଞତା ଅନ୍ଧାର ନାଶେ

          ପାପ ହୁଏ କ୍ଷୟ ।


ଜୟ ଜୟ ଦେବଭୂମି

          ମରତେ ସରଗ

ପୂଣ୍ୟ ପୀଠ ଭାରତରେ

          ଗାଏ ନଵ ରାଗ ।


ଜୟ ହେ ଭାରତ ମାତା

          ଜୟ ହିମ ସୂତା

ତୋର ପ୍ରସାଦେ ଏ ଦେଶ

           ବିଶ୍ଵରେ ବନ୍ଦିତା ।


ତୋ ଗରଭୁ ଜନ୍ମିଛନ୍ତି

           କେତେ ଯୁଗଜନ୍ମା

ଅଧମ କିଙ୍କର କିବା

          ବର୍ଣ୍ଣିଵ ମହିମା ।


ତୋର ପାଦ ପଙ୍କଜରେ

          ବାଢୁଛି ପ୍ରଣତୀ

ସାରା ଜଗତରେ ମାତା

          ଭରିଦିଅ ଶାନ୍ତି ।


Rate this content
Log in

Similar oriya poem from Classics