Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanta Behera

Others

3  

Basanta Behera

Others

ମୁଁ କିଏ

ମୁଁ କିଏ

1 min
200


ମୁଁ କିଏ ?

ମୁଁ କିଏ 

ମୋତେ ଜଣାନାହିଁ

କେବଳ ଏକ ଶରୀରଟିଏ 

ପିତାମାତା ନାଁ ଟିଏ ଦେଇଛନ୍ତି ସିନା

କିନ୍ତୁ ମୁଁ ମୋତେ ଖୋଜୁଛି

କେଉଁ କାଳରୁ ।।।

ଉତ୍ତର ପାଉନି

ମୁଁ କିଏ

ମୋତେ ମୁଁ ଚିହ୍ନିନି ।

ଆତ୍ମା ପରମାତ୍ମା ବ୍ରହ୍ମତ୍ବ

କିଛି ଶବ୍ଦ ଶୁଣିଛି 

ଈଶ୍ବର ସ୍ରଷ୍ଟା

ଏ ସବୁ କିଛି ବୁଝିନି ।

ଶିବ ଆଉ ଶବ

ଫରକ କଣ

ଜାଣି ବି ପାରୁନି ।

ନାଁ ମୁଁ ଶବ

ନାଁ ମୁଁ ଶିବ

ନାଁ ଏକ ଜୀବ

ଚେଷ୍ଟା କରି ବୁଝି ପାରୁନି ।

କିଏ ଦେବ ତା ଉତ୍ତର

ଶରୀରଟା ପାଉଁଶିଆ ପଡ଼ିଲାଣି

ଯାତନା ଆଉ ଯନ୍ତ୍ରଣା

ବହୁତ ପାଇଲିଣି

ତଥାପି ଖୋଜୁଛି

ନିଜକୁ ପଚାରୁଛି

ମୁଁ କିଏ

ଉତ୍ତର ପାଉନି ।

ଏ ପ୍ରଶ୍ନ ମୋତେ ଅସ୍ତବ୍ୟସ୍ତ କରୁଛି

ଥକି ପଡିଲିଣି ।

ମେଞ୍ଚା ମେଞ୍ଚା ଅନ୍ଧାର

ଶୁଭୁଛି କାନଫଟା ଚିତ୍କାର

ମାଗୁଛି ଉତ୍ତର

ଖୋଜୁଛି ପରିଚୟ

ଆଧାର ବୋଧ ହୁଏ

ପରିଚୟ ଉତ୍ତର

ନାଁ ନାଁ ନାଁ

ସେତ କେବଳ ଶରୀର ।

ତେବେ ମୁଁ କିଏ

କାହିଁକି ଆସିଛି

କଣ କରୁଛି

କାହିଁକି କରୁଛି

ସବୁଠି ନିରାଶାର ମେଞ୍ଚା ମେଞ୍ଚା ଅନ୍ଧାର ।

ମୁଁ କିଏ

କିଏ ଦେବ ତାର ଉତ୍ତର ।

ବାଟ ସରିଗଲା

ସୂର୍ଯ୍ୟ ଉଇଁଲେ ନି

ଚାରି ପାଖେ ଘଞ୍ଚ ଜଙ୍ଗଲ

କେବଳ ଅନ୍ଧାର ଆଉ ଘନ ଅନ୍ଧକାର 

କେବଳ ଶୁଣୁଛି ଫୁତ୍କାର

ଆଉ କିଛି ଚିତ୍କାର 

ମୁଁ କିଏ ?

କିଏ ଦେବ ତାର ଉତ୍ତର । । ।



Rate this content
Log in