ଭାଷା
ଭାଷା
ପ୍ରଜ୍ବଳିତ କରେ ଅନ୍ଧାରୀ ଆଶାକୁ
ଉଜ୍ବଳ ଦୀପ ଶିଖାର ଟିକିଏ ଆଲୁଅ
ଜୀବନ ବର୍ଣ୍ଣାଳୀର ତରଙ୍ଗରେ ମିଶି
ଅଜାଡ଼ି ହୁଏ କାବ୍ୟ କବିତାର ମୋହ ।
ଆକାଶକୁ ଚାହିଁଲେ ଅସମ୍ଭବ ସ୍ବପ୍ନ
ଉଳକା ତାରା ଭଳି ହଠାତ୍ ଡେଇଁ ପଡେ
ମାଟିରେ ମାଟି ହୋଇ ମନର ଲେଖକ
କାଗଜର ଅକ୍ଷର ସାଥେ ବନ୍ଧୁତା ନିଭାଏ ।
ପାଇବାର ଆକାଙ୍କ୍ଷା ପଳକରେ ମିଶି
ମୂର୍ଛିତ ଶବ୍ଦ ଆଜି ବଞ୍ଚିବାର ରାହା ଖୋଜେ
ଭାଷାର ମର୍ଯ୍ୟାଦା ବୁଝି ପାରେ ଯେହୁଁ
ପ୍ରତି ଭାଷାକୁ ଅନ୍ତର ଆତ୍ମାରେ ଯାଗା ଦିଏ ।