Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Chandra Mishra

Classics

4  

Pratap Chandra Mishra

Classics

ଅକ୍ଷୟହେଉପୁଣ୍ୟ ଜଗତଧର୍ମର ହେଉଜୟ

ଅକ୍ଷୟହେଉପୁଣ୍ୟ ଜଗତଧର୍ମର ହେଉଜୟ

1 min
351



ପାପ ବଳୟ ରେ 

ପୁଣ୍ୟ ଲୁଚି ଯାଏ

ଘୃଣ୍ୟ ହୋଇଯାଏ ଧର୍ମ ।

ଅସତୀ ଚାପ ରେ 

ସତୀ ର ସତ୍ୟତା

କଳିଯୁଗେ ହୁଏ ଅପକର୍ମ ।


ଧର୍ଯ୍ୟ ନ ହରାଇ

ସତ୍ ପଥେ ଗଲେ

ଲକ୍ଷ୍ୟ ହୋଇଥାଏ ସହଜ ।

ବାଧା ବିଘ୍ନ ମାର୍ଗେ

ଆସୁଥାଏ ଯେତେ

ଈଶ୍ୱର ଙ୍କ ପରୀକ୍ଷା କାର୍ଯ୍ୟ ।


ଗୁଣି ଜ୍ଞାନୀ ଯେତେ

ସଂକେତ ବୁଝନ୍ତି

ପ୍ରଭୁ ଙ୍କ ଠାର ବାଣୀ ।

ଅଜ୍ଞାନୀ ଖୁସି ରେ

ବିଭୋର ଥାଏ ଜ୍ଞାନୀ

ଙ୍କ ବିପଦ ବାଧା କୁ ଗଣି ।


ଯୁଗେ ଯୁଗେ କଥା

ପ୍ରମାଣ ରହିଛି

ଧର୍ମ ପଥେ ଯେ କଷି ହୁଏ। 

ଅଧର୍ମ ର ବାଟ

ଲମ୍ପଟ ସହିତ

ପାପ କୁମ୍ଭ ପୂର୍ତ୍ତି ହେଉଥାଏ ।


ପାପ ପରିମାଣ

ଅଧର୍ମ ପରିଣାମ

ବିଧି ର ବିଧାନ କରଇ ଥୟ ।

ଅବତାର ନେଇ 

ଧରା ପୃଷ୍ଟ ରେ ସ୍ଵୟଂ ଭଗବାନ

ଧର୍ମ କୁ କରାନ୍ତି ଜୟ ।


ଯୁଗ ଯୁଗାନ୍ତ କୁ

ପ୍ରମାଣ ସାଇତା

ଯେବେ ଯେବେ ହୁଏ ଅଧର୍ମ ଅତିଶୟ।

ପ୍ରଭୁ ଅବତାରୀ

ବିଧର୍ମୀ କୁ ନାଶି

ଅକ୍ଷୟ ହୁଅଇ ପୁଣ୍ୟ ଜଗତେ ଧର୍ମ ର ହୁଏ ଜୟ ।


Rate this content
Log in

Similar oriya poem from Classics