Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAKESH MUDULI

Inspirational Others Children

4  

RAKESH MUDULI

Inspirational Others Children

ଆମ ତ୍ରିରଙ୍ଗା

ଆମ ତ୍ରିରଙ୍ଗା

1 min
322


ଆମ ତ୍ରିରଙ୍ଗା,

ତିନି ରଙ୍ଗରେ ସେ ହୋଇଛି ରଙ୍ଗା ।


ପ୍ରଥମ ରଙ୍ଗ ଯେ ହୁଏ ନାରଙ୍ଗୀ

ବଳିଦାନର ପ୍ରତୀକ ସେ ଦିଏ ସୂଚାଇ ।


ମନେ ଭରିଦିଏ ସେ ଅନେକ ସାହସ

ନିସ୍ଵାର୍ଥ ଭାବନା ମନେ କରେ ପ୍ରବେଶ ।


ଦ୍ୱିତୀୟ ରଙ୍ଗ ଯେ ଅଟଇ ଧଳା

ପ୍ରଦର୍ଶିତ କରେ ସେ ଶାନ୍ତି, ଜ୍ଞାନ, ଶୁଦ୍ଧତା ଓ ସଚ୍ଚୋଟତା ।


ଶେଷରେ ରହିଲା ସବୁଜ ରଙ୍ଗ

ବିଶ୍ୱାସ, ଉର୍ବରତା ଓ ସମୃଦ୍ଧି ଦର୍ଶାଏ ତୃତୀୟ ରଙ୍ଗ ।


ମଧ୍ୟ ଭାଗେ ଅବସ୍ଥିତ ଚକ୍ର ଅଟେ ଅଶୋକ ଚକ୍ର

ସେ ଚକ୍ରକୁ କହୁ ଆମେ ଧରମ ଚକ୍ର ।


କରୁଥିଲୁ ଗର୍ବ କରୁଅଛୁ ଗର୍ବ ସଦା କରୁଥିବୁ ଗର୍ବ ଆମେ

ତ୍ରିରଙ୍ଗାକୁ ଧରି ଭାରତ ମାଟିକୁ ମାରୁଥିବୁ ମସ୍ତକରେ ଆମେ ।


ଅହିଂସା ଅସ୍ତ୍ରକୁ କରି ପ୍ରୟୋଗ ବିଦେଶୀ ଶତ୍ରୁକୁ କରିବୁ ବିତାଡିତ

ଶାନ୍ତିର ମାର୍ଗକୁ ଗଢିଦେବୁ ଆମେ ଅରାଜକତାକୁ କରି ନିପାତ ।


ଲକ୍ଷ୍ଯ ହେବ ଆମ ନାରୀ ସନମାନ ନାରୀ ପ୍ରଗତି

ନିରାପଦେ ନାରୀ ଭ୍ରମଣ କରିବ ଦିନ ହେଉ ବା ରାତି ।


ହତ୍ୟାଲୁଣ୍ଠନ ସୀମା ବିବାଦ ସବୁ କରିବୁ ଦୂର

ଭାଙ୍ଗି ଦେବୁ ଧନୀ ଗରିବ ଓ ଜାତିଧର୍ମ ପ୍ରାଚୀର ।


ଚତୁର୍ଦ୍ଦିଗେ ଭାରତମାତାର ହେବ ପ୍ରସାରିତ

ନବ କଳ୍ପିତ ନୂଆ ଆଲୋକ ହେବ ଉଜ୍ଜ୍ବଳିତ ।


ଶିକ୍ଷାର ପ୍ରଚାର ପ୍ରସାର ହୋଇ ଆମ ତ୍ରିରଙ୍ଗା ଫର ଫର ହୋଇ ଉଡ଼ିବ

ସାରା ବିଶ୍ୱରେ ଭାରତର ସ୍ଥାନ ଉଚ୍ଚେ ରହିବ ।


ଜାତୀୟ ସଂଗୀତ କରିବା ଗାନ ତାଳ, ଲୟରେ

ଆମ ତ୍ରିରଙ୍ଗା ଉଡ଼ିବ ଦିଲ୍ଲୀ ଠାରୁ ଗାଁର ଭିଟା ମାଟିରେ ।


ତ୍ରିରଙ୍ଗା ଉଡ଼ୁଛି ହୋଇ ଫରଫର ଜଣାଇ ଦେଉଛି ଶାନ୍ତିର ପ୍ରତୀକ

ଭାରତ ଦେଶରୁ ଦୁଷ୍ଟ ବଦମାସ ଲୋକ କରିବା ନିପାତ ।


    -


Rate this content
Log in

Similar oriya poem from Inspirational