Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Inspirational

3  

Bijoy Jena

Inspirational

ଆହେ ଦୟାନିଧି

ଆହେ ଦୟାନିଧି

1 min
212



ଆହେ ଦୟାନିଧି ସଂସାର କରତା

   ଧନ୍ୟ ତୁମର କରୁଣା

ପ୍ରତି ମୁହୂର୍ତ୍ତରେ ଜନମ ମରଣ

   ଜୀବନ ତ ବାଟବଣା।


କିଏ କେତେ ବର୍ଷ ଆୟୁଷ ଆଣିଛି

    ସେ ସବୁ ତୁମକୁ ଜଣା

ବାଟ ଚାଲୁ ଚାଲୁ ଝୁଣ୍ଟି ପଡୁଥିଲେ

   ତୁମରି ଆଶ୍ରୟେ ଗଣା।


 ଏନ୍ତୁଡ଼ିଶାଳରୁ ଜୁଇ ପରିଯନ୍ତ୍

   ଆତଯାତ ମାନବର

ତୁମରି ନିର୍ଦ୍ଧେଶ ତୁମରି ଇଙ୍ଗିତ

   ତୁମର ଶୃଙ୍ଖଳ ସାର।


ଏହି ସତ୍ୟ ନେଇ ଚଳିବି ମହୀରେ

   ସାଥେ ନେଇ ତୁମ ନାମ

ପୁଣ୍ୟ କର୍ମ କରି ବଞ୍ଚିବା ପାଇଁକି

   ଦେଇଛ ଏ ଦିବ୍ୟ ଧାମ।


ତୁମରି ଇଚ୍ଛା ଯେ ପୂରଣ ହେଉ ହେ

    ଦୟାମୟ ଜଗନ୍ନାଥ

ମିଳିଥିବା ଆତ୍ମା ଶୂନ୍ୟେ ଉଡିଗଲେ

    ଭ୍ରଷ୍ଟ ହେବ ଚଲା ପଥ।



Rate this content
Log in

Similar oriya poem from Inspirational