Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Inspirational

2  

Abhiram Sahoo

Inspirational

ଛକି‐ଶୂନ ଖେଳ

ଛକି‐ଶୂନ ଖେଳ

1 min
6.5K


କେବେଠୁ ଏ ବର୍ଷା ଆସି

ଟପ୍ ଟପ୍ ଶବ୍ଦରେ ଶବ୍ଦରେ

ଗାଇଲାଣି ଆକାଶର ଗୀତ

ଉଷର ମାଟିରେ ତୋଳି

ସବୁଜ ସମ୍ଭାର,

କେବେ ଆଉ ତୁମେ ମୋର

ଉଷର ମନ ବନାନୀରେ

ବର୍ଷାରେ ଭିଜି ଭିଜି

ତୋଳୁଥିବ ପ୍ରେମର ଝଙ୍କାର !


ବର୍ଷାକୁ ତ ସାକ୍ଷୀ ରଖି

ମୋତେ କଥା ଦେଇଥିଲ

ଗାଇବାକୁ ମେଘମହ୍ଲାର ଆମ

ଦୁଇ ମନ ତଳେ ଯେବେ ମୌସୁମୀ ବହିବ,

ଗୋଟି ଗୋଟି ବୟସ ଆମଠୁ

ପତ୍ରଝଡା ନେଲାଣି କେବେଠୁ

କୁହ କେଉଁ ମୌସୁମୀରେ

ଆମ ମନେ କଦମ୍ବ ଫୁଟିବ ?


ପ୍ରୀତି ସିନା ଦେଇପାରେ ପ୍ରଣୟର ପ୍ରତିଶ୍ରୁତି

କେବେ କ'ଣ ଭାଙ୍ଗିପାରେ ମିଳନର ନୀଡ

ଜହ୍ନ ସିନା ଆଙ୍କିପାରେ ଜୋଛନାର ମଧୁରାତି

କଇଁପାଇଁ ପ୍ରେମ କେବେ କରିଛି ଉହାଡ !


ଜାଣିଲି ମୁଁ ତମେ ନୁହଁ ପ୍ରଣୟିନୀ ମୋର

ପ୍ରତାରଣା ଛଳନାର ଛକି‐ଶୂନ ଖେଳ !


Rate this content
Log in

Similar oriya poem from Inspirational