Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational Others

3  

Prasant Kumar Nath

Inspirational Others

ବାପାଙ୍କ ଶିକ୍ଷା

ବାପାଙ୍କ ଶିକ୍ଷା

1 min
6.9K


ତୁମ ହାତ ଧରି ଚାଲିବା ଶିଖିଲି

ତୁମଠୁଁ ଶିଖିଲି କର୍ମ

ତୁମେ ଶିଖେଇଲ ପିତାମାତା ସେବା

ଅଟଇ ପରମ ଧର୍ମ ।

ତୁମେ କହିଥିଲ ଦରିଦ୍ରକୁ ଦେଖି

କରୁଥିବୁ ନିତି ଦାନ

ନିଶ୍ଚିତ ତୋତେ ତା ଫଳ ମିଳିଯିବ

ଚାହିଁବୁନି ପ୍ରତିଦାନ ।

ବଡ ମଣିଷଟେ କରିବା ପାଇଁ କି

ନଥିଲା ତୁମରି ଇଚ୍ଛା

ଭଲ ମଣିଷଟେ ଗଢି ତୋଳିବାଟା

ଥିଲା ତୁମ ମନବାଞ୍ଛା ।

ଆକାଶ ପରିକା ବିଶାଳ ଛାତିରେ

ଦୁଃଖର ଭାରକୁ ବୋହି

ସୁଖର ପଥଟେ ଗଢିଥିଲ ତୁମେ

କେବଳ ଆମରି ପାଇଁ ।

ଲୁଚି ଲୁଚି ସିନା କାନ୍ଦୁଥିଲ ତୁମେ

କରୁଥିଲ ନାନା କଷ୍ଟ

ହେଲେ ହୃଦୟଟା ଥିଲା ତ ପବିତ୍ର

ସାଗର ପରିକା ସ୍ପଷ୍ଟ ।

ଦୁଷ୍ଟ ହେଲେ ତୁମେ ବୁଝେଇଛ କେତେ

ଉଠାଇନ ଜମା ହାତ

ସକାଳରୁ ସଞ୍ଜ କାର୍ଯ୍ୟବ୍ୟସ୍ତ ଥିଲ

ଦେବା ପାଇଁ ଗଣ୍ଡେ ଭାତ ।

ତୁମରି ଆଦର୍ଶେ ଅନୁପ୍ରାଣିତ ମୁଁ

ଗର୍ବରେ କହୁଛି ଆଜି

ଯାଇନାହିଁ କେବେ ଅସତ ପଥରେ

ଅଧର୍ମୀ ପୁଅଟେ ସାଜି ।

ପ୍ରଶାନ୍ତ କୁମାର ନାଥ


Rate this content
Log in

Similar oriya poem from Inspirational