Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2.3  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଅମୃତ ଜୀବନ

ଅମୃତ ଜୀବନ

1 min
6.8K


ଶରତ ଦାଶ


ଜୀବନକୁ ଜିଇବାକୁ

କେତେ ଆଉ ଗୋଟାଇବି କଷ୍ଟ

କେତେ କାଳ କେତେ ଯୁଗ

ଧାଉଁଥିବି ଅସରନ୍ତି ପଥ ?

ନଦୀର ବାଲିରେ ବାଲିରେ ବସି କେତେ କାଳ

ଗଣୁଥିବି ଆକାଶର ତାରା

ସ୍ମୃତିର ଦଙ୍ଗାରେ ବସି

ଭାବୁଥିବି କଥା ଅପାସୋରା ?

କେତେ କାଳ ହେଉଥିବୀ ଆନମନା

ଅବଗାହି ସଂସାର ଜଞ୍ଜାଳେ

ଲାଭ ଓ କ୍ଷତି ଗଣିତ କଷି କଷି

ସାନ୍ଦ୍ର ଆଶକ୍ତିରେ ?

ଜୀବନ ରହସ୍ୟ ଏକ

ଜନ୍ମରୁ ମରଣ

ଜୀବନ ସଂଶୟ ଏକ

ଦୂରୀଭୂତ ଚେଷ୍ଟା ଅକାରଣ ॥

ଜଣା ନାହିଁ ଏ ଜୀବନ

ମିଳିବ କି ନାହିଁ ଆଉଥରେ

ବସୁଧା ମଣି କୁଟୁମ୍ବ ଆସ ଆମେ

ଜିଇବା ପ୍ରେମରେ ॥

ସଂସାରର ହିତ ଅର୍ଥେ

କରି ନିଜ ପ୍ରାଣ ସମର୍ପଣ

ଲଭିବା ସ୍ଵର୍ଗର ସୁଖ

ପ୍ରାପ୍ତ କରି ଅମୃତ ଜୀବନ ॥


Rate this content
Log in

Similar oriya poem from Classics