Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Inspirational

3  

KUMUDA CHANDRA DALEI

Inspirational

ତୁମ ଉପକାରୀ ବନ୍ଧୁ

ତୁମ ଉପକାରୀ ବନ୍ଧୁ

1 min
6.6K


ଶୁଣ ମୋର ଭାଇ ଭଉଣୀ

ମୋର କଥାଟି ଶୁଣ,

ତୁମ ଉପକାରୀ ବନ୍ଧୁ ମୁଁ

ମୋର ଅପାର ଗୁଣ l

କାତି କୁରାଢ଼ିକୁ ଦେଖିଲେ

ମୋତେ ମାଡୁଚି ଡର

ଚାଲିବା ଶକତି ମୋ ଠାରେ

ଦେଇ ନାହିଁ ଠାକୁର l

ନୀରିହ ଜୀବ ମୁଁ ଭୟରେ

କାହିଁ ନପାରେ ଚାଲି

ତେଣୁ ମୁଁ ବିନତି କରଇ

ମୋତେ ନ ହାଣ ବୋଲି l

ପରିବେଶ କରେ ସୁରକ୍ଷା

ଦିଏ ମେଘକୁ ଜଳ

ଜୀବ ଜନ୍ତୁ ପେଟ ଭରଇ

ଫଳାଇ ସୁସ୍ଵାଦୁ ଫଳ l

ପ୍ରାଣୀଙ୍କ ଜୀବନ ବଞ୍ଚାଇ

ଦିଏ ଅମଳ ଯାନ

ମହୀର ଉତ୍ତାପ ହରଇ

ବାୟୁ କରଇ ଘନ l

ପରିବେଶ ଶୋଭା ବଢ଼ାଏ

ଡାଲେ ଫୁଟାଇ ଫୁଲ

ପୁଲକ ଆଣଇ ବିଷାଦେ

ମନ ନଥିଲେ ଭଲ l

ନିଦାଘରେ ରବି ପ୍ରକୋପେ

ଅଙ୍ଗୁ ବୋହିଲେ ଝାଳ

ମୋ ଛାଇ ଦିଅଇ ଆଶ୍ରୟ

ତନୁ ଲଭେ ଶୀତଳ l

ମୋ ଶାଖାରେ ବାସ ବାନ୍ଧନ୍ତି

ଯେତେ ବିହଙ୍ଗ କୁଳ

ମୋ ବଂଶ ବିସ୍ତାର କରନ୍ତି

ଖାଇ ମୋ ପକ୍ଵ ଫଳ l

ମୋ ଶରୀର ନେଇ ମାନବ

ଗଢ଼ି ସୁନ୍ଦର୍ ବାସ

ସାଜ ସରଞ୍ଜାମ ଗଢ଼ାଇ

ଗୃହେ କରେ ନିବାସl

ଖାଦ୍ୟକୁ କରଇ ରନ୍ଧନ

କରି ମୋ ତନୁ ଦଗ୍ଧ

ପରଂବ୍ରହ୍ମ କଲେ ନିବାସ

ହୋଇ ମୋ ଠାରେ ମୁଗ୍ଧ l

ପ୍ରାଣୀଙ୍କ ଶରୀର ଆରୋଗ୍ୟ

ପାଇଁ ଯେତେ ଔଷଧ

ଉପଚାର କଲେ ପାଇବ

ମୋର ଉତ୍ତମ ବିଧି l

ଜଗତ କଲ୍ୟାଣ ପାଇଁ କି

ସିନା ଜନମ ମୋର

ମୋତେ ଯତ୍ନ କଲେ ପାଇବ

ଧନୟଶ ଅପାର l


Rate this content
Log in

Similar oriya poem from Inspirational