ଗନ୍ତବ୍ୟ ପଥ
ଗନ୍ତବ୍ୟ ପଥ
ନୂତନ ଏ ଭାବ,କିପରି ଆସେ ....
ସ୍ୱଇଚ୍ଛାରେ କେମିିତି ମୋ ମନରେ ମାଡିବସେ |
ଆନନ୍ଦରେ ବି କାତର ମନ...
ସବୁଥାଇ ବି ଅଲୋଡା ଏ ଧନ |
ଶିକୁଳିରେ ବାନ୍ଧି ଦେବାର ପ୍ରଚେଷ୍ଟା ମୋତେ,
ଅବା ମୁଁ ନିଜେ ବନ୍ଧନରୁ ନୁହେଁ ମୁକ୍ତ !
ଲକ୍ଷ୍ୟ ଖୋଜେ ନୂଆଁ ,ମୋ ଗନ୍ତବ୍ୟ ପଥେ |
କି ଭାବନା ଘୁରୁଛି ଏ ମସ୍ତିଷ୍କରେ,
ଖଣ୍ଡିଆଭୂତ ପରି ଆସେ ଯାଏ...
ସଂଜଦୀପର ଶିଖାକୁ ମୁଁ ଦେଖୁଥାଇ,
ସତରେ ଘିଅ ସରିବାକୁ ବସିଛି....
ନା ସଳିତା ଯାଉଛି ଛୋଟ ହୋଇ |
କର୍ମ ଅସରନ୍ତି,ସ୍ୱପ୍ନ ଅନେକ, ଲମ୍ବା ପଥ,
ଭାବିବାର ଆଉ ବେଳ ନାହିଁ...
ହେବାକୁ ପଡିବ କର୍ମଠ, ତତ୍ପର ଓ ଜା୍ଗ୍ରତ |