Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Inspirational

3  

Sukanti Hotta

Inspirational

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
527


ପିତା ମାତା ଭ୍ରାତା ସ୍ଥାନ ନେଇଥାଏ

ବନ୍ଧୁ ଆମ ଜୀବନରେ

ନଥାଏ କପଟ ନଥାଏ ଛଳନା

ସାଥୀ ହୁଏ ସୁଖଦୁଃଖରେ l


ବନ୍ଧୁ ସିନା ଜାଣେ ବନ୍ଧୁର ବେଦନା

ବନ୍ଧୁ ଭରିଦିଏ ଜୀବନେ ଉପମା

ପ୍ରକୃତ ବନ୍ଧୁର ନାହିଁ ତୁଳନା

ବନ୍ଧୁ ହେବ ତ କୃଷ୍ଣ ସୁଦାମା l


ବନ୍ଧୁତ୍ୱରେ ନାହିଁ ଉଚ୍ଚନୀଚ୍ଚ ଭାବ

ମାନ ଅଭିମାନ ନଥାଏ ରାଗ

ଅବାଟରେ ଗଲେ ବାଟ ସେ ଦେଖାଏ

ଝୁଣ୍ଟି ଗଲେ ସିଏ କୋଳେଇ ନିଏl


ସାରା ଜୀବନ ସେ ସାଥୀଟିଏ ହୋଇ

ଭଲ ଉପଦେଶ ଆମକୁ ଦେଇ

ଉଚିତ ମାର୍ଗରେ ଆମକୁ ନିଏ

ଅନ୍ଧାର ରାସ୍ତାର ଦୀପଶିଖା ଟିଏ l



Rate this content
Log in

Similar oriya poem from Inspirational