ABHISEK TRIPATHY

Tragedy

2  

ABHISEK TRIPATHY

Tragedy

ସତରେ ବାପା ଟା ବଡ ବଦମାସ

ସତରେ ବାପା ଟା ବଡ ବଦମାସ

2 mins
496


#ଦୃଶ୍ୟ ୧ 

ରାଜଧାନୀର ଏକ ବିଳାସମୟ ବଙ୍ଗଳା I ବଙ୍ଗଳା ବାହାରେ ଅପେକ୍ଷାରତା ଜଣେ ତରୁଣୀ I ନା ତାର ରାନୀ I ଅଧର୍ଯ୍ୟ ହେଇ ଗେଟ ର ଏପାଖରୁ ସେପାଖ ବାରମ୍ବାର ପ୍ରଦକ୍ଷିଣ କରୁଛନ୍ତି ମାଡାମ I ଅପେକ୍ଷା କରିଥାନ୍ତି ପିଜା ବଏ ର I ତାଲାବନ୍ଦୀ ରେ ଘରେ ବସିବସି ଆଉ ଘର ଖାଇବା ଖାଇଖାଇ ବିରକ୍ତ ଲାଗିଲାଣି I ପିଜା ବର୍ଗର ଟିକେ ଖାଇବାର ବହୁତ ଦିନ ହେଇଗଲାଣି I ଘରେ ଦଶ ପ୍ରକାର ତିଅଣ ହେଲେ ଭି ତାହା ୠଚୁନି ଆଉ I ସେସବୁ କଣ ବାହାର ଖାଇବା ସହ ସମାନ ହେଇପାରିବ I ଶେଷରେ ସହରରେ ଖାଇବା ଡେ଼ଲିଭରି ଆରମ୍ଭ ହେଇଛି I ରାନୀ ର ଖୁସି କହିଲେ ନସରେ I ସେହି ଦିନ ହି ପାଞ୍ଚ ପ୍ରକାର ର ପିଜା ଅର୍ଡର କରିଛି I ହେଲେ ଏଇ ପିଜା ବଏ ଟା ଏତେ ଡେରି କଲାଣି I ମନେ ମନେ ତା ଚଉଦ ପୁରୁଷ କୁ ଶୋଧି ସାରିଲାଣି ରାନୀ I ସତରେ ସେଇ ପିଜା ବଏ ଟା ବଡ ବଦମାସ ଟେ I

      #ଦୃଶ୍ୟ ୨ 

     ରାଜଧାନୀର ଗୋଟେ ତଳିଆ ବସ୍ତି I ଗୋଟେ ନୁଆଁଣିଆ ଆଜବେଷ୍ଟସ ଘର I ଘର ଦୁଆରେ ବସି ଅପେକ୍ଷାରତା ଗୋଟେ ଛୋଟ ଝିଅ I ତା ନା ଭି ରାନୀ I ଅଧର୍ଯ୍ୟ ହେଇ ଗୋଟେ ଲୟରେ ଚାହିଁ ରହିଛି ରାସ୍ତାକୁ, ତା ବାପାର ଆସିବା ବାଟକୁ I ତା ବାପା ଭି ଗୋଟେ ପିଜାବଏ I ଦୋକାନ ବନ୍ଦ ଥିବାରୁ ଦି ମାସ ହେଲା ବେକାର ବସିଥିଲା ଘରେ I ପାଖରେ ପଇସାଟିଏ ନଥିଲା, ଗାଁକୁ ଯାଇହେଉନଥିଲା, ଆଉ ତା ସ୍ୱାଭିମାନ ତାକୁ ଅଟକେଇଥିଲା ଲାଇନ ରେ ଠିଆ ହେଇ ସରକାର ବାଣ୍ଟୁଥିବା ମାଗଣା ସାମଗ୍ରୀ ଆଣିବାକୁ I ଦି ମାସ ହେଲା ପଖାଳଭାତ, ଫାଳେ ଆଳୁସିଝା ଆଉ ପିଆଜ,ଏତିକି ଥିଲା ରାନୀର ନୀତିଦିନିଆ ଖାଇବା I ହେଲେ ଦି ଦିନ ହେଲା ଦେହରେ ଜର I ସେ ପଖାଳ ଆଉ ଆଳୁ ୠଚୁନି I ଭଲସେ ଖାଇନି ଦି ଦିନ ହେଲା I ଶେଷ ରେ ସହରରେ ଖାଇବା ଡେଲିଭରୀ ଆରମ୍ଭ ହେଇଛି I ରାନୀ ର ଖୁସି କହିଲେ ନସରେ I ବାପା ଆଜି ତାକୁ କଥା ଦେଇ ଯାଇଛି ଆସିଲା ବେଳେ ତା ପାଇଁ ଭଲ ଖାଇବାଗଣ୍ଡେ ନେଇଆସିବ I 

ହେଲେ ବାପା ଏତେ ଡେରି କଲାଣି I ଭୋକବିକଳରେ ବାପା କୁ ମନେମନେ ବହୁତ ଗାଳି କରୁଛି ରାନୀ I ବାପା ତାର ବଡ ବଦମାସଟେ I

#ଦୃଶ୍ୟ ୩      

ସେଦିନ ବିଳମ୍ବରେ ହେଉ ପଛେ ଗୋଟେ ରାନୀ ପାଖରେ ପହଞ୍ଚିଛି ତା I ହେଲେ ଆଉ ଗୋଟେ ରାନୀ ପାଖକୁ ପହଂଚି ପାରିନି ତା ପିଜାବଏଟି I ଅର୍ଡର କମ ଆସୁଥିବାରୁ କିଛି କର୍ମଚାରୀଙ୍କ ଛଟେଇ କରାଯାଇଥିଲା ସେଦିନ, ଆଉ ସେଇ କିଛିଙ୍କ ମଧ୍ୟରେ ତା ବାପା ର ନା ମଧ୍ୟ ଥିଲା I ଝିଅକୁ କଥା ଦେଇ କଥା ରଖିପାରିନି I କୋଉ ମୁହଁରେ ଝିଅ ଆଗକୁ ଯିବ I 

    କୌଣସି ଏକ ବ୍ରିଜ ର ବାଡ଼ ଉପରେ ଠିଆହୋଇଥିବାର ଦେଖାଯାଇଛି ଶେଷ ଥର ପାଇଁ ତା ବାପାକୁ I ଆଉ ସେପଟେ କୁନି ଝିଅ ଟି ମନେମନେ କହିଚାଲିଛି, 

"ସତରେ ବାପାଟା ବଡ ବଦମାସଟେ I"


Rate this content
Log in

Similar oriya story from Tragedy