ଛବିଳ ବର୍ଣ୍ଣବୋଧ
ଛବିଳ ବର୍ଣ୍ଣବୋଧ


ଗତ କାଲି ରାତି ପ୍ରାୟ ୧୦ଟା ଖଣ୍ଡେ ସମୟ ହେଇଥାଏ।ରାତ୍ରୀଭୋଜନ ସାରି ପାରମ୍ପାରିକ ଭାବେ ମୁଁ ଫୋନ୍ ଧରି ଖେଞ୍ଚୁଥାଏ। ହଠାତ୍ ଜଣେ ସୁନ୍ଦରୀ ତରୁଣୀ ଙ୍କ ମେସେଜ୍ ମୋ ଇନଷ୍ଟାଗ୍ରାମ୍ ନୋଟିଫିକେସନ୍ ବାକ୍ସ ର ଶୋଭାବର୍ଦ୍ଧନ କଲା। କୌତୂହଳ ବସତ ନୋଟିଫିକେସନ୍ ଟି ଖୋଲି ଦେଖିଲି। ମେସେଜ୍ ଟି ଥିଲା ଏହିପରି-
"Hey...wassup...Can you plz send me the english copy of your last poem?"
ଭାବିଲି ହୁଏତ ଝିଅଟି ଓଡିଶା ବାହାରର ହେଇଥିବ।ପଚାରିଲି "yes sure...R u nonodia?"
ଉତ୍ତର ଆସିଲା "ନା..ମୁ ଖାଣ୍ଟି ଓଡିଆ ଝିଅ। Actually i can speak odia, but can't read. ତା ସହ ଗୋଟିଏ ବିସ୍ମୟ ସୂଚକ ଚିହ୍ନ ଆଉ ତିନୋଟି ଅଧାଖଣ୍ଡିଆ ହାସ୍ୟ ର ଇମୋଜି(😅)।
ଦୁଖ ତ ହେଲା ଟିକେ। ଓଡିଆ ଝିଅ ହେଇ ଓଡିଆ ପଢି ଆସୁନି! ପୁନି ମନେମନେ ଭାବିଲି, ଛାଡ ଆଉ ବଡ ଘର ଝିଅ। ବିଦେଶ ଫେରନ୍ତା। ହୁଏତ ତା ଜେଜେ ଜେଜେମା ଇଂରେଜ୍ ମାନଙ୍କ ସହ ଡେଟ୍ ରେ ଯାଉଥିବେ ତାଙ୍କ ସମୟ ରେ😅।
ପ୍ରୋଫାଇଲ୍ ଚେକ୍ କରିବାରୁ ଜାଣିବାକୁ ପାଇଲି କି ଝିଅଟିର ରାଜନୀତି ରେ ପ୍ରବଳ ଆଗ୍ରହ। କେଉଁ ଏକ ବିରୋଧୀ ଦଳ ନେତାଙ୍କ ଝିଅ ଅଥବା ପରିବାରର ପ୍ରତୀତ ହେଉଥିଲା ସେ।
ସଂପୂର୍ଣ ପ୍ରୋଫାଇଲ୍ ଟି ଭର୍ତ୍ତି ହୋଇଥିଲା ସରକାର୍ ବିରୋଧୀ ପୋଷ୍ଟ୍ ରେ। କିନ୍ତୁ ତଳକୁ ସ୍କ୍ରୋଲ୍ କରୁ କରୁ ହଠାତ୍ ମୋ ଆଖି ଲାଖିଗଲା ଗୋଟିଏ ପୋଷ୍ଟ୍ ଉପରେ।
ତାହା ଥିଲା ଗୋଟିଏ ମିମ୍। ଅାଉ ସେଥିରେ ଥିଲା କଟାକ୍ଷ ପୂର୍ବକ ଆମ ମୁଖ୍ୟମନ୍ତ୍ରୀ ଙ୍କୁ ତାଙ୍କ ଜନ୍ମଦିନରେ "ଗୋଟିଏ ଛବିଳ ବର୍ଣବୋଧ" ଉପହାର ଦିଆଯାଉଥିବାର ଗୋଟିଏ ଚିତ୍ର।👏🏻👏🏻👏🏻
"🙈🙉🙊"
କହିବା ବିଧେୟ,
ଏଠି ନିଜ ଘର ଠାରୁ ପଡିଶା ଘର କଥା ବେଶୀ ଥାଏ ଜଣା।
ଚାଲୁଣୀ ଏଠି ଛୁଂଚି କୁ କହେ ତୋ ପଛ ରେ ଗୋଟେ କଣା।
ବିଶେଷ ଦ୍ରଷ୍ଟବ୍ୟ... ଏହି ଗଳ୍ପ ପରେ ହୁଏତ ମୁଁ ସେ ତରୁଣୀ ର ବ୍ଲକ୍ ତାଲିକା ରେ ସର୍ବ ପ୍ରଥମ ସ୍ଥାନ ଆଧୀକାର କରିଥିବି।କିନ୍ତୁ କିଛି ଆତ୍ମପ୍ରଚାରିତ ଇଂରେଜ ଛୁଆ ଙ୍କ ପାଇଁ ଏହା ଅତ୍ୟାବଶ୍ୟକ ଥିଲା।
(କାହାଣୀ ଟି ସଂପୂର୍ଣ କାଳ୍ପନିକ।ଦୟାକରି କେହି ଦେହ କୁ ନେବେନାହିଁ। ନେଲେ ଭି ମୋର ଢୋ।)