STORYMIRROR

SARAT CHANDRA MAHANTA

Tragedy

3  

SARAT CHANDRA MAHANTA

Tragedy

ସର୍ତ୍ତ

ସର୍ତ୍ତ

2 mins
181


ସମୟ ସକାଳ ସାଢେ ନଅଟା। ବ୍ଯସ୍ତ ହୋଇ ମୁଁ ସ୍କୁଲ୍ କୁ ବାହାରୁଥିଲି । ହାତ ଧରି ପକାଇ ଅର୍ଦ୍ଧାଙ୍ଗିନୀ କହି ବସିଲେ- "ଦେଖ, ତୁମର ଏ ଖପର ଘରେ, ମୁଁ ଲିପା ପୋଛା କରି ପାରିବିନି । ଶାଶୁ ମା କହୁଛନ୍ତି- ଆଜି ଗୁରୁବାର । ଘରେ ଗୋବର ଦେବାକୁ। ତୁମେ ଶୀଘ୍ର ଛାତଟିଏ କର । ହେଉ ପଛେ ଗୋଟେ ରୁମ୍। ଏ କାମ ମୋ ଦେଇ ହେବନି ।"


ଆହୁରି କେତେ କଣ କହିବାକୁ ଯାଉଥିଲେ- ମୁଁ କଥାରେ ବ୍ରେକ୍ ଦେବାକୁ ଯାଇ କହିଲି- "ଘର ଯେତେବେଳେ ହୋଇନି, ଏସବୁ ତ କରିବାକୁ ପଡିବ। ଦୁଃଖ ସମୟ ସବୁବେଳେ ନ ଥିବ । ଆମର ବି ଭଲ ଘର ହେବ । ଏଥିପାଇଁ ସମୟ ଦରକାର। "


- ମୋର ଅପେକ୍ଷା କରିବାର ଧୈର୍ଯ୍ଯ ନାହିଁ, ଶରତ । ଚାରି ପାଞ୍ଚ ମାସ ଭିତରେ ଘର କର । 


- ଚାରି ପାଞ୍ଚ ମାସ ଭିତରେ !


   ଆକାଶରୁ କଚାଡି ହୋଇ ପଡିଗଲି ମୁଁ । ଜଣେ ସ୍ବଳ୍ପ ବେତନଭୋଗୀ ଚୁକ୍ତିଭିତ୍ତିକ ଶିକ୍ଷକର ଦରମା ବା କେତେ ? ସ୍କୁଲ୍ ପରେ ଟିଉସନ୍ କଲେ କିଛି ଟଙ୍କା ମିଳୁଥିଲା। ଏବେ ତ ସେ ସବୁ ବନ୍ଦ। 


ପୁଣି ଯୋଡି କହିଲି- ଏତେ କମ୍ ସମୟ ମଧ୍ୟରେ ଘର କରିବା ଏକ ସ୍ବପ୍ନ। ସ୍ବପ୍ନ ନୁହେଁ ତ ଆମ ପାଇଁ ଦିବାସ୍ବପ୍ନ। ଚାରି ପାଞ୍ଚ ବର୍ଷ ଲାଗିବ। ଟିକିଏ ଆଡ୍ ଜଷ୍ଟ କର ।


- ମୁଁ ଆଡ୍ ଜଷ୍ଟ କରି ପାରିବିନି। ମୋ ବାପଘର ତ ଦେଖିଛ । ରାଜମହଲ ପରି ।କେତେ ଅଲିଅଳିରେ ବଢିଛି ମୁଁ। ଘର ଯଦି ତିଆରି ପାରୁନ, ଚାଲ ସହରରେ ମୋ ସାଙ୍ଗ ପୂଜା ଘରେ ଭଡାରେ ରହି ଯିବା । ତା'ର ଉପର ମହଲା ଫାଙ୍କା ଅଛି ।


ସୀତାଙ୍କ କଥା ଗୁଡାକ କଣ୍ଟା ଫୋଡିଲା ପରି ଲାଗିଲା । ମୋ ଅପାରଗ ପଣିଆ ପ୍ରତି ଥିଲା ତୀବ୍ର କଟାକ୍ଷ।  ଉତ୍ତ୍ଯକ୍ତ ହୋଇ କହି ବସିଲି- ତୁମେ ମତେ ବାହା ନ ହୋଇ ଗୋଟିଏ ଘର କୁ ବାହା ହେଲ ନାହିଁ କାହିଁକି? ଆରେ ବାବା, ଘର କରିବାକୁ ଲକ୍ଷ ଲକ୍ଷ ଟଙ୍କା ଦରକାର। ତୁମେ ବୁଝୁନ କାହିଁକି?


- କାଇଁ, ବାପା ମାଆଙ୍କର ଔଷଧ ଖର୍ଚ୍ଚ ପାଇଁ ତ ହଜାର ହଜାର ଟଙ୍କା ପକେଟରୁ ବାହାରୁଛି। ଘର କଥା ବେଳକୁ ଟଙ୍କା ନାହିଁ। ତୁମର ତ ଅନେକ ସାଙ୍ଗ। ତାଙ୍କୁ ଟଙ୍କା ମାଗୁନ। ମୋ ବାପା ତ ଟଙ୍କା ଧାର ଦେବେ ବୋଲି କହିଛନ୍ତି। ଧାର ଉଧାର, ବ୍ଯାଙ୍କରୁ ଋଣ କରି ଘର କର । ଧୀରେ ଧୀରେ ଟଙ୍କା ସୁଜି ଦେବ । ବଙ୍ଗାଳୀ ମିସ୍ତ୍ରୀ ଲଗାଇ ଦେଲେ ଦିନ କେଇଟାରେ ଘର ଠିଆ ହୋଇ ଯିବ । ବୁଢା ବାପା ମାଆ ଙ୍କୁ ନୂଆ ଘରେ ରଖିବନି। 


- ମୁଁ ନିଜେ ଘର କରିବି । ଋଣଂ କୃତ୍ବା ଘୃତଂ ପିବେତ୍- ମୋ ଦେଇ ହେବନି। 


- ଯଦି ହେବନି, ତୁମେ ତୁମ ବାପା ମାଆଙ୍କୁ ନେଇ ଏଇ ଭଙ୍ଗା ଘରେ ରୁହ । ଯେଉଁଠି ଦିନରେ ବି ତାରା ଦେଖାଯାଉଛନ୍ତି , ବର୍ଷା ହେଲେ ଘର ଭିତରେ ବନ୍ଯା ହେଉଛି। ମୁଁ ମୋ ବାପା ଘରକୁ ଚାଲି ଯାଉଛି। ଯୋଉ ଦିନ ଘର ତିଆରି ସାରିବ, ଡାକି ଆଣିବ ।


- ଏପରି ଅଜବ ସର୍ତ୍ତ ରଖନି, ସୀତା ! ଏ ସମାଜରେ ସାଉଁଟିଥିବା ସମ୍ମାନ ଟିକକ ପାଦରେ ଦଳି ଦିଅନି। 


- "ସମ୍ମାନ ! ମାଇଁ ଫୁଟ୍। ଶିକ୍ଷକର ପୁଣି କି ସମ୍ମାନ ! " - କହି କହି ବାଥ୍ ରୁମ୍ ଚାଲି ଗଲେ ଅର୍ଦ୍ଧାଙ୍ଗିନୀ। 


ଏ ସବୁ ଘଟଣା ମୋର ଦେହସୁହା ହୋଇସାରିଥିଲା । ତେଣୁ ଚିରାଚରିତ ଢଙ୍ଗରେ ସ୍କୁଲ୍ ଚାଲିଗଲି। 


    ଖିଆଛୁଟି ସମୟରେ ଶଶୁରଙ୍କର ଫୋନ୍ କଲ୍ ଆସିଲା। ସେପଟୁ ଶୁଣୁଥିଲା- " ଜ୍ବାଇଁ! ତୁମ ଘରକୁ ଆସିଛି । ସୀତାକୁ ଘରକୁ ନେଇ ଯିବି ।"


- ବହୁ କଷ୍ଟରେ କହିଲି- " ଆଜ୍ଞା! " କଣ୍ଠ ବାଷ୍ଫରୋଧ ହେଲା ପରି ମନେ ହେଲା । ଆଉ କିଛି କହି ପାରିଲି ନାହିଁ। ବାରଣ୍ଡା ଉପରେ ଖସି ପଡିଲି।



Rate this content
Log in

More oriya story from SARAT CHANDRA MAHANTA

Similar oriya story from Tragedy