STORYMIRROR

Sanjya Tripathy

Tragedy

3  

Sanjya Tripathy

Tragedy

ସଂପର୍କ

ସଂପର୍କ

3 mins
123


ଦେବାଶିଷର ଘର କଟକ ଜିଲ୍ଲାର ଗୋଟିଏ ଅଖ୍ୟାତ ପଲ୍ଲୀରେ । ସେ ବୃତିରେ ସଫ୍ଟୱେର ଇଂଜିନିୟର । କରୋନା ପ୍ରଭାବିତ ଲକଡାଉନ୍ ସମୟରେ ସେ ହାଇଦ୍ରାବାଦର ଗୋଟିଏ କଂପାନୀରେ କାର୍ଯ୍ୟରତ ଥିଲା । କଡାଇନ ଯୋଗୁଁ ତାକୁ ଘରୁ କାମ (ୱାର୍କ ଫର୍ମ ହୋମ) କରିବାର ଅନୁମତି ମିଳିଲା । ସେ ସମୟରେ ରେଳ ସେବା ବ୍ୟାହତ ଥିବାରୁ ସେ ନିଜ କାରରେ ରାଜପଥରେ ଆସି କଟକରେ ପହଂଚିଲା ଓ ଗୋଟିଏ ସରକାରୀ ସ୍ୱୀକୃତିପ୍ରାପ୍ତ ହୋଟେଲରେ ସଂଗରୋଧରେ ରହିଲା । ସଂଗରୋଧ ଅବଧି ଶେଷ ହେବା ପରେ ତାର ବୃକ୍ ଟେଷ୍ଟ କରାଗଲା ଯେଉଁଥିରେ ରିପୋର୍ଟ ନେଗେଟିଭ ଆସିଲା ।

ଏହା ପରେ ମହାଭସାହରେ ସେ ଆସି ତା ଗାଁ ସୀମାରେ ପହଂଚିଲା । ସେଇଠି ଦ୍ବାରପାଳ ଭଳି ଜଗି ରହିଥିଲେ କେଇ ଜଣ ଗ୍ରାମବାସୀ । ଦେବାଶିଷ ସେମାନଙ୍କୁ ତାର କାହାଣୀ ଶୁଣେଇଲା ଓ ନିଜ ଘରକୁ ଯିବା ପାଇଁ ପାଦ ବଢ଼େଇଲା । କିନ୍ତୁ ଯମଦୂତ ଭଳି ତା ବାଟ ଓଗାଳିଲେ ଓ ଗାଁକୁ ଯିବାକୁ ଦେବୁ ନି ବୋଲି କହିଲେ । ଦେବାଶିଷ ଯେତେ କାକୁତି ବିନତି କଲେ ମଧ୍ୟ ସକୁ ପାଣିର ଗାର । ତାପରେ ଅନନୋପାୟ ହୋଇ ଦେବାଶିଷ କହିଲା- ଅଂତତଃ ମୋ ଘର ଲୋକଂକୁ ଖବର ଦେଇଦିଅ ସେମାନଙ୍କ ସହ ଦେଖା କରି ମୁଁ ଫେରିଯିବି ।

ତା ପରେ ଦେବାଶିଷ ଆସି ତା କାରରେ ବସିଲା ନିଜ ଘର ଲୋକଂକ ବାଟ ଚାହିଁ । ଇଂଟା ପରେ ଘଟା ବିତିଗଲା- ସକାଳ ଯାଇ ସଂଧ୍ୟା ହେଲା । ବାଧ୍ୟ ହୋଇ ଦେବାଶିଷ ତା କାର ଭିତରେ ଶୋଇ ରହି ରାତିଟି ବିତାଇଲା । ତା ପରଦିନ ସକାଳୁ ଉଠି ଦେବାଶିଷ ଦେଖିଲା ଚୋରଂକ ଭଳି ଲୁଚି ଲୁଚି ତା ବୁଢ଼ୀ ମା ଚାଲି ଚାଲି ଆସୁଛି । ସେ ପାଦ ବଢ଼ାଉଥିଲା, କିଂତୁ ମା କହିଲା- ଆଉ ଆସନାରେ ପୁଅ । ସେଇଠି ଥା । ତୋ ପାଖକୁ ଆସିଲେ ଗାଁ ଲୋକେ ଆମକୁ ଏକ ଘରକିଆ କରି ଦେବେ ବୋଲି କହିବାରୁ ଭୟରେ ଆମେ କେହି ଆସୁନଥିଲୁ । କିନ୍ତୁ ମା ମନ କଣ ବୁଝିବ ? ସେଇଥି ପାଇଁ ବଡି ଭୋରରୁ ଆସିଛି- କେହି ଯେମିତି ନ ଦେବେ । ଅଳପେଇଜା କି ରୋଗଟା ଆସିଲା ଯେ ପୁଅକୁ ମାଠୁ, ଭାଇକୁ ଭାଇଠୁ ପରକରି ଦେଇଛି । ତୁ ଆଉ ଏଠି ରହନା । ତୋ କାମ ଜାଗାକୁ ଚାଲିଯା ।

ମା ମୁହଁରୁ ଏଇ କଥା ଦି ପଦ ଶୁଣି ଆପେ ଆପେ ଦେବାଶିଷର ଆଖରୁ ଲୁହ ଝରି ଆସିଲା । ଲୋତକଭରା ମୁହଁ ଓ ବାଷ୍ପରୁଦ୍ଧ କରେ

କହିଲା- ମା ତୁ ଘରକୁ ଫେରି ଯା । ପୁଣି ତୋତେ ଏଠି କିଏ ଦେଖିଲେ କେତେ କଥା ।

ମା ଯିବା ପଥକୁ କିଛି ସମୟ ଚାହିଁ ରହିଲା ଦେବାଶିଷ ଏଇ ଦି ଦିନର ତିକ୍ତ ଅନୁଭୂତିରେ ତା ହୃଦୟଟା ବିଷେଇ ଉଠିଛି ବ୍ୟବସ୍ଥା ଓ ସମାଜ ଉପରେ । ହେଲେ ସଂସ୍ପର୍ଶରୁ ସଂକ୍ରମିତ ହେଉଥିବା ଏହି ରୋଗ ଚାରିଆଡେ ଏମିତି କୋକୁଆ ଭୟ ଖେଳାଇ ଦେଇଛି ସେଇଠି ବିଚରା ଗାଁ ଲୋକେ ବି କରିବେ କଣ ? ଆପେ ବଂଚିଲେ ବାପାର ନା ନ୍ୟାୟରେ ଘରପୁଅ ଘରକୁ ଫେରି ପାରୁନି । କୋବିଦରେ ମୃତବ୍ୟକ୍ତିକୁ କାଂଧ ମିଳୁ ନାହିଁ । କୋବିଦ୍ ଯୋଦ୍ଧକ ଶବ ଇଂଟା ଘଟା ଧରି ରାଜ ରାସ୍ତାରେ ପଡି ରହୁଛି ଏମିତି ନାନାଦି ଆଖି ଦେଖା ଘଟଣା

ଅଗତ୍ୟା ଦେବାଶିଷ ତା କର୍ମସ୍ଥଳୀ ଆଡେ ମୁହାଁଇଲା । ଫେରିବା ବାଟରେ ଅନେକ ପ୍ରକାରର ଚିନ୍ତା ଓ ଭାବନା ତା ମନରେ ଆସି ପିଟିହେଉଥିଲା । ମହାମାରୀ ଛଡେଇ ମାନବିକତା । ଏ ପ୍ରସଂଗକୁ ସେ ଯେତେ ଭୁଲିବାକୁ ଚେଷ୍ଟା କଲେ ହେଁ ବେଳାଭୂମିର ଭଜାଣି ଢ଼େଇ ପରି ତାହା ଆସି ଦେବାଶିଷର ଉଭ ହୃଦୟ ଓ ମନକୁ ଏକ ତିକ୍ତ କଷାୟ ଅନୁଭୂତିରେ ଭରି ଦେଉଥିଲା । ପ୍ରିୟଜନକ ସହିତ ଏ ବିଚ୍ଛେଦ କ୍ଷଣସ୍ଥାୟୀ ନା ଚିରସ୍ଥାୟୀ- ସେ ବୁଝି ପାରୁ ନଥିଲା ।

ଦେବାଶିଷ ମନସ୍ଥ କଲା- କରୋନାର ଅଂତ ନ ହେବା ପର୍ଯ୍ୟନ୍ତ ସେ ଆଉ ଘରକୁ ବାହୁଡିବ ନାହିଁ । ଏହି ସିଦ୍ଧାନ୍ତରେ ଉପନୀତ ହେବାପରେ ତା ମନ କିଛିଟା ହାଲକା ଓ ଶରୀରଟା ବି ବେଶ ଫୁର୍ତ୍ତି ହୋଇଗଲା । ସେ ପୁଣି ତା କାମରେ ମନ ଲଗାଇଲା ।


Rate this content
Log in

Similar oriya story from Tragedy