STORYMIRROR

Pallabini Acharya

Comedy Others

3  

Pallabini Acharya

Comedy Others

ସିଲେଇ ଶିକ୍ଷା

ସିଲେଇ ଶିକ୍ଷା

2 mins
165

  ପିଲାଦିନୁ ରୁଚିର ପସନ୍ଦ ସମ୍ପୂର୍ଣ୍ଣ ଭିନ୍ନ ଥିଲା।ସେ ଏକାଧାରରେ ଜିଦଖୋର ଏବଂ ଘରକରଣା କାମ କ୍ଷେତ୍ରରେ ସର୍ବଗୁଣ ସମ୍ପର୍ଣ୍ଣା।ପାଠପଢ଼ା ପ୍ରତି ଏତେ ଆଗ୍ରହ ନଥାଏ।ଘର ସାଜସଜ୍ଜା ଓ ସିଲେଇ ନଶିଖି ମଧ୍ୟ ବହୁତ ସୁନ୍ଦର ସିଲେଇ କରୁଥିଲା।ଦଶମ ପରୀକ୍ଷା ସାରିଲାପରେ ବାପାଙ୍କୁ ଜିଦ୍ କରି ଗୋଟିଏ ସିଲେଇ ମେସିନ ଆଣିଲା, କିନ୍ତୁ ବାପା ଓ ମାଆ ଉଚ୍ଚ ଶିକ୍ଷିତା ହୋଇଥିବା ଯୋଗୁଁ ସେମାନଙ୍କୁ ଝିଅର ସିଲେଇ ଆଦୌ ପସନ୍ଦ ନଥାଏ। 

   ବାପା ବାହାରୁ କୌଣସି କାମରୁ ଫେରିଲା ବେଳେ ଯଦି ରୁଚି ସିଲେଇ ପାଖରେ ବସିଥାଏ, ତା'ହେଲେ କହିବେ - ଏ ସିଲେଇରୁ କିଛି ପାଇବୁନି, ପାଠ 'ଦି'ଅକ୍ଷର ପଢିଲେ ଭବିଷ୍ୟତରେ ଚାକିରୀ ଖଣ୍ଡେ ପାଇ ଖୁସିରେ ରହିବୁ। ବାପାଙ୍କର ଏହି କଥା ଶୁଣି ରୁଚି କିଛି ସମୟ ପାଇଁ ସିଲେଇ ବନ୍ଦ କରି ପୁଣି ପର ମୁହୂର୍ତ୍ତରେ ଯେସାକୁ ତେସା ହୋଇଯାଏ।ଝିଅର ଏହି ଭଳି ସ୍ଵଭାଵ ଦେଖି ବାପା ମାଆ କହିବା ଛାଡିଦେଲେ। ।

     ଖଣ୍ଡେ ନୂଆ କପଡା ମିଳିଲେ ରୁଚିର ନିଦ ଉଡିଯାଏ।କେମିତି ରାତି ପାହିବ ସିଲେଇ ଆରମ୍ଭ କରିବ ଭାବୁଥାଏ।ରୋଡ଼ ସାଇଟ ଘର ତେଣୁ ମାଆ ସବୁବେଳେ କହିବେ ଆସ୍ତେ ପାଟିରେ କଥା ହେବ।ରୁଚି ଡ୍ରେସ ସିଲେଇ କରିବା ସମୟରେ ତା' ନାନୀକୁ ପାଖରେ ବସେଇ କହେ -"ପ୍ରଥମେ ହାତ କାଟିବି ନା ଗୋଡ,ନା କାନ୍ଧ, ନା ଗୋଡ କାଟିବି" । ନାନୀକୁ ଏହି ସବୁ କିଛି ଧାରଣା ନଥାଏ ତୋର ଯାହା ଇଚ୍ଛା ପ୍ରଥମେ ତାହା କାଟେ। ଏହାର କିଛି ସମୟ ପରେ ଜେଜେମାଆ ବାହାରୁ ଆସି କୁହନ୍ତି-"କାହାର ଗୋଡ଼, ହାତ,ବେକ,କାନ୍ଧ କାଟୁଛ ବାହାରେ ବାହାରେ ଯିବା ଲୋକେ କହୁଛନ୍ତି - ତୁମର ଘରେ କ'ଣ ହଣାକଟା କରୁଛ ପ୍ରତିଦିନ ଏହି ଭଳି ଶୁଣାଯାଉଛି। ରୁଚି ଜେଜେମାଆର ଏହି ସବୁ କଥା ଶୁଣି କହେ - "ମୋର ଡ୍ରେସ ସିଲେଇ ଦ୍ୱାରା ଲୋକମାନେ କିଛି ଜାଣି ପାରୁଛନ୍ତି। ଆଜିକାଲି ଯେଉଁ ସବୁ ଭୟଙ୍କର କାଣ୍ଡ ହେଉଛି ଚୋର ଆସିବାପାଇଁ ମଧ୍ୟ ଡରିବ, ଘର ଜଗିବାପାଇଁ ଲୋକର ଆବଶ୍ୟକ ରହିବ ନାହିଁ। 

  ରୁଚିର ଏହି ସବୁ କଥାଶୁଣି ଜେଜେମାଆ ବହେ ହସିଲେ। ଆଜି ପର୍ଯ୍ୟନ୍ତ ମୁଁ ଭାବୁଥିଲି କିଛି ପାଠ ବିଷୟରେ ହଣା, କଟା, କଥା ହେଉଛ। ତା'ପରଠାରୁ ଜେଜେମାଆ ମଧ୍ୟ ନିଜର କିଛି ସିଲେଇବା ପାଇଁ ଥିଲେ ରୁଚିକୁ ଦିଅନ୍ତି। କେଉଁଦିନ ଯଦି କିଛି ଭୁଲ ସିଲେଇ ହେଲେ କିମ୍ବା ଯଦି ପସନ୍ଦ ନଆସେ ତୁ ଏମିତି ସିଲେଇବୁ ଯେ ହାତ ଜାଗାରେ ଗୋଡ଼ ସିଲେଇ ଦବୁ ଲୋକ ତୋର ସିଲାକୁ ପସନ୍ଦ କରିବେ ତ!!! ଆଜି ଜେଜେମାଆ ନାହିଁ , ପ୍ରତ୍ୟେକ ମୁହୂର୍ତ୍ତରେ ସିଲେଇ କଲା ସମୟରେ ଜେଜେମାଆ ମୁହଁ ଦିଶିଯାଏ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy