STORYMIRROR

Sumitra Sahoo

Tragedy

3  

Sumitra Sahoo

Tragedy

ଶେଷ ରାକ୍ଷୀ

ଶେଷ ରାକ୍ଷୀ

4 mins
158

ବୋଉଲୋ ବୋଉ ଦେଖିଲୁ ସେ କେମିତି ମୋର ସବୁ କୋଳି ଖାଇ ଦେଲା। ବୋଉଲୋ ବୋଉ କୁଆଡେ ଗଲୁ। ଏମିତି କହି ଝୁଡ଼ିରେ ରଖିଥିବା ତା ୮/୧୦ ଟି କୋଳି ଏକାବେଳକେ ପାଟିରେ ପୁରେଇ ଦେଇ ରାଗ ତମ ତମ ହୋଇ ବୋଉ ପାଖକୁ ଧାଇଁ ଗଲା ସୁମତି।


ରୋଷେଇ ଘରେ ନାନା ପ୍ରକାର ଆଚାର ପାଇଁ ଭାଗ ମାପ ପରଖୁ ଥିଲେ ଶ୍ରାବଣୀ। ଝିଅର ପାଟି ଶୁଣି ହଠାତ୍ କି ଆସି ମାରିଥିଲେ ସୁମତି ଗାଲରେ ଏକ ଶକ୍ତ ଚାପୁଡ଼ା। ପାଟିରେ ପୁରାଇଥିବା ସେ ଜାମୁକୋଳି ସବୁ ଅଗଣା ସାରା ପଡ଼ିଯାଇଥିଲା। ଏକବାର ସ୍ଥାଣୁ ପାଲଟି ଯାଇଥିଲା ସୁମତି ହଠାତ୍ କିଛି ବୁଝି ନପାରି ଛଳ ଛଳ ଆଖିରେ ସେମିତି ନିର୍ବାକ ହୋଇ ଚାହିଁ ରହିଥିଲା ତା ବୋଉ ମୁହଁକୁ।


ନିରବତାକୁ ଭଙ୍ଗ କରି ଆସି ଯାଇ ଥିଲେ ଆମ କାହାଣୀର ନାୟକ ସୁବୋଧ ପଟ୍ଟନାୟକ ଓରଫ୍ ସ୍ନେହର ସୁବୁ। ପାଖରେ ଥିବା ଏକ ଲୁହା ଖଣ୍ଡ ଟିରେ ଖୁବ୍ ପିଟିଲେ ସବୁକୁ। ବିଚରା ପିଲା ଟା ବିକଳ ହେଇ ମାଟିରେ ଗଡ଼ି ଯାଉଥାଏ। ଭାଇକୁ ବନ୍ଚାଇବାକୁ ଯାଇ ସୁମତିମଧ୍ଯ ଖୁବ୍ ମାଡ଼ ଖାଇଛି।


ପିଲା ଦୁହିଁଙ୍କ ର ବିକଳ କାନ୍ଦ ଶୁଣି ଘୁଷୁଡି ଘୁଷୁଡି ଆସିଥିଲେ ଜେଜେମା। ତାଙ୍କୁ ଦେଖି ଦୁଇ ଜଣ ଦ‌ଉଡି ଯାଇ ତାଙ୍କ ପଛରେ ଲୁଚି ଭୟରେ ଥରୁଥାନ୍ତି।କେହିବି କିଛି ବୁଝି ପାରୁ ନ ଥାନ୍ତି।


ପିଲା ଦିଇଟା ଙ୍କୁ କଣ ମାରୁମାରୁ ମାରି ଦବୁ ନା କ'ଣ ବା।ଏ ଛୁଆ ତୋର ଟି ? ତୁ ଜନମ କରି ଥିଲୁ ନା? କେମିତି କା ମା ଲୋ ତୁ?ଯା ଯା ମ ,ଏମିତି ବହୁତ କିଛି ଶୁଣେଇ ଚାଲିଥାନ୍ତି ବୁଢି ମା।


କିନ୍ତୁ ଶ୍ରାବଣୀ ତ ନିଜ ଆଖିର ଲୁହ ଆଉ ଛାତିର କୋହକୁ ଦୀର୍ଘ ୨ ବର୍ଷ ତଳୁ ନିଜ ମଦୁଆ ସ୍ୱାମୀର ଜୁଇ ନିଆଁରେ ଜାଳି ସାରିଛନ୍ତି। ଏବେ ସେ ପାଲଟି ଯାଇଛନ୍ତି ପାଷାଣୀ ଅହଲ୍ୟା। 

ଧକ୍କା ଖାଇ ବସିପଡିଲେ ଶ୍ରାବଣୀ, କିଛି ସମୟର ନିରବ ପରିବେଶ ପରେ ପିଲା ଦୁଇଟି ଆସି ଜାକିଜୁକି ହୋଇ ବସି ପଡିଲେ ଶ୍ରାବଣୀଙ୍କ କୋଳରେ। ଅନ୍ୟମନଷ୍କା ଥିବା ଶ୍ରାବଣୀ କୋଳକୁ ଛୁଆ ଦୁଇଟିକୁ ଭିଡ଼ି ନେଇ ଆଙ୍କି ଦେଲେ ମାତ୍ରୃତ୍ୱର ସେ ଗଭୀର ଚୁମ୍ବନ।


ଧିକ୍କାର କରି ଲେ ନିଜକୁ ,ଅନ୍ୟ ଉପରେ ଥିବା ରାଗ ପାଇଁ କୋମଳ ଶିଶୁ ଦୁଇଟିକୁ ଯେ ସେ କିପରି ନିର୍ମମ ରୂପେ ପିଟିଲେ ବାସ ଭାବି ଚାଲିଥାନ୍ତି।


ବାସ କାହାଣୀର ଖଳନାୟକ ଆସିଗଲେ ଆଙ୍ଗ୍ୟା କେମିତି ବା ନ ଆସିବେ ।

ଘର‌ପାଖ ଲୋକ ଆଉ ପୁଣି ନିଜ ଦାଦା ଭୁଲରେ ବି ଭାବନ୍ତୁନି ଯେ ପିଲାଙ୍କ କାନ୍ଦ ଶୁଣି ଆସିଛନ୍ତି।


ବାବୁ ଆସିଛନ୍ତି ଆଚାର କାମରେ ବିଘ୍ନ କିଏ କଲା ।

ଆହା ଦାଦା ହବତ ଏମିତି ।


ଦାଦା ଆମର ଭାରି ଚାଲାକ୍ ନିଜ ବଡ଼ ଭାଇକୁ ମଦ ଦେଇ ଦେଇ ତା ଜୀବନ ନେଲା ଆଉ ଏବେ ଆସି କହୁଛି ମଦ ପାଇଁ ନେଇଥିବା ପ‌ଇସା ଫେରାଅ ନହେଲେ ଫ୍ରି ରେ କାମ କରି ସୁଧମୁଳ ସୁଝ।


ନିଷ୍ଠୁର ଦାଦା ଛୁଆ ଦୁଇଟିକୁ ଭିଡ଼ି ଆଣି ନିଜ ମାଆ ସମାନ ଭାଉଜକୁ ଭିଡ଼ି ଭିଡ଼ି ନେଇ ଛାଡ଼ି ଆସିଲା ରୋଷେଇ ଘରେ।

 ଆଉ ଗଲାବେଳେ କହିଦେଇ ଗଲା..

ଶଳେ ,ଗୋଟେ ପାଲା ଚଲେଇଛ। ବେଶି ହୁସିଆର ହେଲେ ତୋ ପୁଅକୁ ଦାଦନରେ ପଠେଇ ଦେବି ଆଉ ଝିଅଟିକୁ ସାହୁକାର ପାଖରେ ବନ୍ଧା ପକାଇ ଦେବି।କହି ଚାଲିଗଲା।

ବିଚରା ବୁଢୀ ମା ଖାଲି ପାଟି କରି କହୁଥାଏ ତତେ ଧରମ ସହିବନିରେ ଅଲାଯୁକ ପାପୀ,ପାଷାଣ।....


ଶ୍ରାବଣୀ କିନ୍ତୁ କାଠ ପରି ବସି ପୁଣି ଲାଗିପଡିଲେ ଆଚାର ପ୍ରସ୍ତୁତିରେ।


ସେପଟେ ସବୁ ତା ସୁମତିକୁ ବୁଝ‌ଉ ଥାଏ ତୁ ଜମାରୁ କାନ୍ଦେନି ମୁଁ ଯେବେ ବଡ଼ ହେଇଯିବି ତୋ ପାଇଁ ପୁରା ଜାମୁକୋଳି ଗଛ ଆଣିଦେଲା ଲୋ ।

ସୁମତି ମୁହଁ ଫୁଲେଇ କହିଲା ଜା ଜା ତୁ ମିଛୁଆ ଆର ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ମତେ କହିଲୁ ନୁଆ ନାଲି ସେଓ ,କମଳା କେତେ କଣ ଆଣିବୁ ଠକିଦେଲୁ।

ସୁବୁ ବି କୋଉ ଛାଡିଲା ପିଲା କହିଲା ତୁ ତ ମୋ ହାତରେ ରାଖି କହି ନାଲି ସୁତା ବାନ୍ଧି ଦେଲୁ।

ସୁମତି ବି କାନ୍ଦ କାନ୍ଦ ହୋଇ କହିଲା ବୋଉ ତୁ କହିଲା ପ‌ଇସା ନାହିଁ।

ମୋ ପାଖରେ ଟଙ୍କାଟିଏ ଥିଲା ମାମୁଁ ଗଲାବେଳେ ଦେଇଥିଲେ ।

ସୁବୁ କୋଳେଇ ନେଇ ସୁମତିକୁ କହିଲା ଆଲୋ ହୁଣ୍ଡି ମୁଁ ତତେଟିକେ ନ ରଖିଲେ ମୋ ମୁହଁର ଟିକେ ମୁହଁ ଫୁଲା ନ ଦେଖିଲେ ମତେ ଭଲ ଲାଗେନି ଲୋ,ବୁଢୀ ମା ଟି ଶେଯରେ ଶୋଇ କୁନି ପିଲାଙ୍କର କଥାଶୁଣି ଆଖିରୁଲୁହ ଧାର ବହି ଯାଉଥାଏ।


ଠିକ୍ ୧୫ ଟା ଦିନରେ ବୁଢୀ ମା ସବୁଦିନ ପାଇଁ ଚାଲିଗଲା।

ପିଲା ଦି ଟା ବହୁତ କାନ୍ଦିଲେ। କିନ୍ତୁ କାଠ ପରି ଠିଆ ହୋଇଥାନ୍ତି ଶ୍ରାବଣୀ।

 ସବୁ କାମ ସାରିବା ପରେ ପିଲା ଦୁଇଟିକୁ ଧରି ରାତିରେ ଲୁଚି କେଉଁ ଏକ ଅଜଣା ଟ୍ରେନ ରେ ବସି ଚାଲିଆସିଲେ। 

ଏକ ଦୀର୍ଘ ନିଶ୍ୱ୍ଆସ ମାରି ମନରେ ଟିକେ ହାଲକା ଆଶ୍ୱଆଷ ପାଇଲା ଭଳି ଲାଗିଲା। ପହଞ୍ଚି ବୁଝିଲେ ଏ ଟା କାଳେ କଟକ ସହର ।


କୋଉଠି ବା ରହିବେ।କିଏ ବା ଜାଣିଛି ତାଙ୍କୁ ଭାବୁ ଭାବୁ ରିକ୍ସାବାଲାର କଥାରେ ସାମାନ୍ୟ ଚଞ୍ଚଳ ହୋଇ ପଡିଲେ। ମାଆ କୁଆଡେ ଯିବ ଆସ ବେସି ପ‌ଇସା ନୁହେଁ ଅଳ୍ପ ନେବି ।


ନା ବୋଲି କହି ଆଗକୁ ବଢିଲେ।ଏକ ପରିତ୍ୟକ୍ତ ଝୁମ୍ପୁଡି ଘରେ ରହି କାମର ସନ୍ଧାନରେ ଏକ ହୋଟେଲରେ ସଫେଇ ପାଇଁ ରହିଗଲେ।

ବେଶି କିଛି ଦିନ ଭଲରେ ବିତିଗଲା ଏହା ଭିତରେ ଏକ ବର୍ଷ ହେବ ଦୁଇ ପିଲା ସ୍କୁଲରେ ପାଠ ପଢ଼ିଲେଣି।


ରାକ୍ଷୀ ପୂର୍ଣ୍ଣିମା ଆସୁଛି। ସୁମତି ମୁହଁ ଝଲସି ଉଠୁଥାଏ। ଭାଇ କହିଛି ଏଥର ତା ପାଇଁ ଜାମୁକୋଳି,ସେଓ,କମଳା ସବୁ ଆଣିଦେବ ଆଉ ସେ ବି ତା ଭାଇ ପାଇଁ ଗୋଟେ ଭଲ ରାକ୍ଷୀ ଆଣିବ।ହେଲେ ପ‌ଈସା ନାହିଁ।କେମିତି ଆଣିବ।


ଭାବୁ ଭାବୁ ସୁମତି ହଠାତ୍ ଦେଖିଲା ଜଣକ ପେଟରୁ ଖଣ୍ଡେ କାଗଜ ଉଡିଆସି ଟିକେ ଦୁରରେ ପଡ଼ିଲା।


ପାଖରେ ଯାଇ ଦେଖେ ତ ଏକ ୨୦ ଟଙ୍କିଆ ନୋଟ୍ ଟିଏ।

ଛୋଟ ପିଲାଟି କିଛି ସମୟ ପାଇଁ କଣ କରିବ ଜାଣି ପାରିଲିନି।।


ଅଭାବ ଆଉ ମନରେ ଭାଇ ପାଇଁ ନୁଆ ରାକ୍ଷୀ ଆଣିବାର ସ୍ୱପ୍ନ ରେ ସେ କିଛି ନ ଜାଣିପାରି ପ‌ଇସା ଟିକୁ ରଖିଦେଲା।


ପୂର୍ଣ୍ଣିମା ଆସିଲା ‌!


 ସୁବୁ ସ୍କୁଲରେ ଟପ୍ ରେଜଲ୍ଟ କଲା ।ଖୁସି ହୋଇ ହେଡ୍ ମାଷ୍ଟର ତାକୁ ୩୦ ଟଙ୍କା ଦେଲେ।

ସୁବୁ ସୁମତି ମନ ପସନ୍ଦର ସବୁ ଅଳ୍ପ ଅଳ୍ପ ଆଣିଲା ।ଭାରି ଖୁସି।


ଆଜି ତା ସୁନା ଭ‌ଉଣୀ ବହୁତ ଖୁସି ହେବ।


ଘରେ ଆ ସି ଦେଖେ ତ ସୁମତି ନାହିଁ

 ଆଉ ପାଖରେ କାଠ ଭଳି ବସିଛନ୍ତି ଶ୍ରାବଣୀ କିନ୍ତୁ ଏଥର ତାଙ୍କ ଦେହରେ ଆଉ ଜୀବନ ନାହିଁ।


ଆଉ ପାଖରେ ପଡି ରହିଛି ଏକ ଜଗନ୍ନାଥ ଫୁଲ ଥିବା ରାକ୍ଷୀ  ଓ ପାଖରେ ପଡ଼ିଛି ବୁନ୍ଦା ବୁନ୍ଦା ରକ୍ତ।


ସେଇଠି ଟଳି ପଡ଼ିଲା ସୁବୁ ହାତରେ ଥିବା କେଇଟା ଫଳ ଝୁମ୍ପୁଡି ଘର ଦେଇ ବାହାରକୁ ଚାଲିଗଲା।


କାହାଣୀଟି ଭଲ ଲାଗିଲେ କହିବେ।



Rate this content
Log in

More oriya story from Sumitra Sahoo

Similar oriya story from Tragedy