STORYMIRROR

Dibyajyoti Mohanty

Tragedy

3  

Dibyajyoti Mohanty

Tragedy

ଶବଯାତ୍ରା

ଶବଯାତ୍ରା

1 min
14.7K


ପ୍ରତ୍ୟେକ ମାସ ଶେଷରେ ସୁନ୍ଦରୀ ଦେବୀଙ୍କ ଶବ ଯାତ୍ରା ହୁଏ । ତାଙ୍କ ଶବକୁ କାନ୍ଧରେ ବୁହାଇ ନିଅନ୍ତି ତାଙ୍କ ପୁଅ ମାନେ କେବେ ବଡ କେବେ ମଝିଆ ତ ପୁଣି କେବେ ସାନ । କିନ୍ତୁ କେବେ ଏ ଶବ ଯାତ୍ରାର ଅନ୍ତ ଘଟେ ନାହିଁ । ପକ୍ଷାଘାତରେ ପୀଡିତ ହେବା ଦିନଠୁ ରିତିମତ ତାଙ୍କର ଏମିତି ଶବଯାତ୍ରା ଚାଲିଥିଲା । କାରଣ ତିନି ପୁଅ ଭିନ୍ନେ ହେଲାବେଳେ ତାଙ୍କର ବି ଭାଗ ବାଣ୍ଟ କରିଥିଲେ ସେ କାହା ପାଖରେ କେତେ ଦିନ ରହିବେ । ବଡ ପୁଅ ପାଖରେ ମାସେ, ମଝିଆ ପୁଅ ପାଖରେ ମାସେ ଏବଂ ସାନ ପୁଅ ପାଖରେ ମାସେ । ଯାହା ପରଠୁ ଚାଲିଛି ତାଙ୍କର ଶବଯାତ୍ରା ।

ଖଟରେ ମୁର୍ଦ୍ଦାରଟେ ପରି ଶୋଇ ଆଖିରୁ କେବେ ଲିଭୁନଥିବା ଲୁହ ଗଡାଇ ସେ ଭାବୁଥିଲେ ତିନି ପୁଅଙ୍କୁ ଜନ୍ମ କଲା ବେଳେ ଭାଗ ବାଣ୍ଟ କରିଥିଲେ ବୋଲି କ’ଣ ପୁଅ ମାନେ ଆଜି ତାଙ୍କ ପରି ଗୋଟେ ପକ୍ଷାଘାତ ରୋଗୀର ଭାଗବାଣ୍ଟ କରିଛନ୍ତି କି ଆଉ ? ପୁଣି ଭାବୁଥିଲେ ପୁଅମାନଙ୍କ ଜନ୍ମ ମଧ୍ୟରେ ଦୁଇ ତିନି ବର୍ଷର ଅନ୍ତର କରିଥିଲେ ବି ସେମାନଙ୍କୁ ସେ ତ ଗୋଟିଏ ପେଟରୁ ଜନ୍ମ ଦେଇଥିଲେ, ଗୋଟିଏ ଛାତିରୁ କ୍ଷୀର ପିଆଇଥିଲେ, ତାଙ୍କରି ଗୋଟିଏ କୋଳରେ ହିଁ ବଢାଇ ବଡ କରିଥିଲେ ମାତ୍ର ପୁଅ ମାନେ ତାଙ୍କୁ ଏପରି ଶେଷ ସମୟରେ ଭାଗବାଣ୍ଟ କରିଦେଇଛନ୍ତି କାହିଁକି ? କାହିଁକି ପ୍ରତ୍ୟେକ ମାସ ଶେଷରେ ପୁଅ ମାନେ ତାଙ୍କର ଶବ ଶୋଭାଯାତ୍ରା କରନ୍ତି ଏ ଘରରୁ ସେ ଘରକୁ । ଏଥର ସେ ଚାହୁଁନଥିଲେ ମୁର୍ଦ୍ଦାରଟେ ହୋଇ ପୁଅ କାନ୍ଧରେ ଏପରି ରିତମତ ଶବଯାତ୍ରା କରିବାକୁ । ଚାହୁଁଥିଲେ ସବୁଦିନ ପାଇଁ ଚାଲିଯିବାକୁ ମାତ୍ର ସେ ନିଆଁଲଗା ମରଣଟା ବି ଆସୁନଥିଲା ।  

            

ଦିବ୍ୟଜ୍ୟୋତି ମହାନ୍ତି            

ph.no-7377510254

Email-mikunmohanty63@gmail.com

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy