Tapas Manohari

Tragedy

5.0  

Tapas Manohari

Tragedy

ସାହାଡ଼ା ସୁନ୍ଦରୀ

ସାହାଡ଼ା ସୁନ୍ଦରୀ

3 mins
617


ପ୍ରାୟ ଛ ମାସ ପରେ ବେଙ୍ଗାଲୁରୁରୁ ଗାଁକୁ ଫେରୁଥାଏ , ମୋ ଟ୍ରେନ 4 ଘଣ୍ଟା ଲେଟ ଥାଏ ଭୁବନେଶ୍ୱରରେ ପହଁଚୁ ପହଁଚୁ ପ୍ରାୟ ରାତି 11ଟା ଯୋଗକୁ ଆମ ଗାଁ ପାଖ ଗାଡିଟେ ମିଳିଗଲା ଅଧାରାତିରେ ସେ ମୋତେ ଆମ ଗାଁ ମୁଣ୍ଡରେ ଛାଡିଦେଲା ଝାପ୍ସା ଝାପ୍ସା ଜହ୍ନ ଆଲୁଅରେ ଗାଁ ରାସ୍ତାଟା ମୋତେ ଆହୁରି ନିଜର ନିଜର ଲାଗୁଥିଲା । ଏଇ ତ ଆଉ ଅଳ୍ପ ବାଟ ଗଲେ ଆମ ଘର ବ୍ୟାଗ ଗୋଟେ କାନ୍ଧରେ ଗୋଟେ ହାତରେ ଧରି ଗୋଟିଏ ଗୋଟିଏ ପାଦ ପକାଇ ଆଗେଇ ଚାଲିଲି ମୁଁ । ଏଇ ପରା ଆଉ ଟିକେ ଆଗରେ ଆମ ସ୍କୁଲ ଆଉ ତା ପରେ ଚାରି ଛ କ ଆଉ କୋସେ ଦୂର ଗଲେ ଘର । ସତରେ ଘରେ ସମସ୍ତେ ଦେଖିଲେ କେତେ ଖୁସି ନହେବେ ସତେ ସାନ ପୁତୁରାଟା ତ କାନ୍ଧରେ ଚଢିଯିବ କାକା ମୋ ପାଇଁ କଣ ଆଣିଛ । ସାଇତି ରଖିଥିବା ତା ଖେଳନାକୁ ବ୍ୟାଗରେ ଆଉଥରେ ହାତ ମାରି ପରଖି ନେଲି। ଚାଂହୁ ଚାଂହୁ କେତେବେଳେ ସ୍କୁଲ ଡେଇଁ ଚାରିଛକରେ ପଂହଁଚି ସାରିଥିଲି ମୁଁ । ନଜରରେ ପଡିଲା ପିଲା ଦିନୁ ଦେଖି ଆସୁଥିବା ଝଙ୍କାଳିଆ ସାହାଡ଼ା ଗଛ ଉପରେ ଝାପ୍ସା ଜହ୍ନ ଆଲୁଅରେ ଗଛ ଟି ମୋତେ ଆହୁରି ଅଧିକ ଗହଳିଆ ଦେଖା ଯାଉଥିଲା । ଲୋକେ କୁହନ୍ତି ମିନା ମା କୁଆଡେ ଏବେ ବି ଅତୃପ୍ତ ଆତ୍ମା ହୋଇ ଗା ମୁଣ୍ଡରେ ଥିବା ସାହାଡ଼ା ଗଛରେ ରୁହେ । ଛୋଟାବେଳେ ସ୍କୁଲ ଗଲା ବେଳେ ରାସ୍ତାରେ ପଡେ ସାହାଡ଼ା ଗଛଟି । ଗଛ ଟି ବହୁତ ଘନଚ ଆଉ ତା ଡାଳ ଗୁଡାକ ବାହୁ ବିସ୍ତାରି ତାକୁ ଆଉ ଗହଳିଆ କରିଥିଲା । ସେ ରାସ୍ତାରେ କେହି କେବେ ଏକୁଟିଆ ଯିବାକୁ ସାହସ କରୁନଥିଲେ। ମିନା ଯେତେବେଳେ ଛୋଟ ହୋଇଥିଲା ମିନା ମା ଏଇ ସାହାଡ଼ା ଗଛରେ ଦଉଡି ଦେଇ ଆତ୍ମ ହତ୍ୟା କରିଥିଲା ।ସେଦିନ ମୁଁ ବି ଆସିଥିଲି ଦେଖିବାକୁ ଗଛର ଗୋଟେ ଡାଳରେ ଝୁଲିଥିଲା ମିନା ମା, କଳାକାଠ ପଡିଯାଇଥିକ ତା ଶରୀର ଆଉ ଆଖି ଯୋଡ଼ାକ ବାହାରି ଯାଇଥିଲା ବାହାରକୁ । ସେ ଦିନ କଥା ଏବେ ବି ମନେ ପଡିଲେ ଦେହ କେମିତି ଶୀତେଇ ଯାଏ ।ଆଉ ଲୋକେ କୁହନ୍ତି ରାତି ହେଲେ ମିନା ମାର ପାଁଉଜିର ଶବ୍ଦ ଶୁଣା ଯାଏ । ସେ କୁଆଡେ ଆତ୍ମା ହେଇ ଘୁରି ବୁଲେ ଗାଁ ସାରା । ମଝି ରାତିରେ ବି ତା କାନ୍ଦଣା ସୁଣା ଯାଏ ସେଇ ସାହାଡ଼ା ଗଛର ମୂଳରୁ । ମୋ ବୋଉ କୁହେ ମିନା ମା କୁଆଡେ ବହୁତ ସୁନ୍ଦରୀ ଥିଲା । କିନ୍ତୁ ତା ଗେରସ୍ତ ଯୋଉ ଦିନ ଆଉ ଗୋଟେ ସ୍ତ୍ରୀ ଘରକୁ ଆଣିଲା ମିନା ମା ଦଉଡି ଦେଇ ମରିଗଲା । ମରିଗଲେ କଣ ହେବ ତା ଆତ୍ମା ଏବେ ବି ରାତି ସାରା ଘୁରି ବୁଲେ । କୁଆଡେ ମିନାକୁ ଦୂର ରୁ ଥାଇ ବି ସେ ଦେଖୁଥାଏ । ରାତି ହେଲେ ମିନା ଘର ବାଡ଼ି ପଟେ ସ୍ତ୍ରୀ ଲୋକଟେ କିଏ ବସି କାନ୍ଦୁଥିବାର କେତେ ଜଣ ଦେଖିଛନ୍ତି । ସମସ୍ତେ କୁହନ୍ତି ମିନା ମା କୁଆଡେ ତା ଝିଅକୁ ଛାଡି ଯାଇ ପାରୁନି । ଦୂର ରୁ ଦୁଇଟା ବିଲୁଆ ଭୋକିଲା ପରେ ପ୍ରକୃତିସ୍ତ ହେଲି ମୁଁ । ନିଛାଟିଆ ଖାଁ ଖାଁ ରାତିରେ ମୁଁ ଯେମିତି ଏକ ପ୍ରକାର ଅଟକି ଯାଇଥିଲି ସେଇ ସାହାଡ଼ା ଗଛ ପାଖରେ ମୋ ଗୋଡ଼ ଦୁଇଟା ସତେ ଯେମିତି କିଏ ଜାବୁଡି ଧରିଥିଲା ଏକ ପ୍ରକାର । ସାହାଡା ଗଛ ପଛରୁ କିଏ ଯେମିତି ସଁ ସଁ କରି କାନ୍ଦୁଥିଲା । ମୋ ଶରୀର ଧୀରେ ଧୀରେ ନିସ୍ତେଜ ହେବାକୁ ଲାଗୁଥିଲା । ସତେ ଯେମିତି କିଏ ଗୋଟେ ମଜଭୁତ ଶକ୍ତି ଭିଡି ଧରିଛି ମତେ । ସେତିକିବେଳେ କିଏ ଯେମିତି ମୋ ନାଁ ଧରି ଡାକୁଥିଲେ ଝାପ୍ସା ଝାପ୍ସା ଆଖିରେ କେବଳ ଏତିକି ଜାଣି ପାରିଲି ଏ ଆମ ଗାଁର ସନିଆ ଦାଦା ବୋଲି ସେ ମୋ ଗୋଟେ ହାତ ଧରି ତାଙ୍କ ସାଇକେଲର ପଛ କେରିଅରରେ ବସେଇଦେଲେ । ଆଉ କହିଲେ ଆ ଘରେ ଛାଡି ଦେବି ମୋର ବହୁତ ଡେରି ହେଲାଣି ପରିବା ନେଇ ପାଖ ହାଟ ଯାଇଥିଲି । ଏତେ ରାତିରେ କଣ ଆସନ୍ତି ବାପା ଏ ଜାଗାଟା ପରା ଭଲ ନୁହଁ, ମତେ ଆମ ଘରେ ଛାଡ଼ି ସେ ତାଙ୍କ ପୁରୁଣା ସାଇକଲର ପେଡଲ ମାରି ଆଗକୁ ପଳାଇଲେ । ତା ପରଦିନ ସକାଳୁ ବୋଉକୁ କହିଲି ସନିଆ ଦାଦା କଣ ଏବେ ଘରେ ଥିବ । ମୋ କଥା ଶୁଣି ବୋଉ ମୋର ମୋ ମୁଂହକୁ କେମିତି ଗୋଟେ ବଲ ବଲ କରି ଅନାଇଲା । କହିଲା ଆରେ ସାନିଆ ମରିବା ପରା ଆଜିକୁ ଦୁଇ ମାସ ହେଲାଣି । ବିଚରା ରାତିରେ ପରିବା ବିକି ଫେରୁଥିଲା ଗାଡି ଧକ୍କାରେ ଜୀବନ ଗଲା । ଏଇ ତ ତା ଅଧା ଭଙ୍ଗା ସାଇକଲଟା ଦେଖୁନୁ ଦାଣ୍ଡରେ ପଡିଛି । ସେ ସାଇକେଲକୁ କିଛି ସମୟ ନିରେଖି ଦେଖିଲି ମୁଁ । ସାଇକେଲ ଚକାରେ ଲାଗିଥିବା ଗାଁ ରାସ୍ତାର ସଦ୍ୟ କାଦୁଅ ଚିକିଟା ଜଳ ଜଳ ଦେଖା ଯାଉଥିଲା । 


Rate this content
Log in

Similar oriya story from Tragedy