ରଙ୍ଗ କୁ ଭଲ ପାଉଥିବା ଝିଅଟିଏ।
ରଙ୍ଗ କୁ ଭଲ ପାଉଥିବା ଝିଅଟିଏ।
ସ୍ନାତକୋତ୍ତର ପଢିଲା ବେଳେ ଚିହ୍ନା ପରିଚୟ ଜ୍ୟୋତିପ୍ରଭା ସହ। ଜ୍ୟୋତିପ୍ରଭା ' ବାଲେଶ୍ୱର ଜିଲ୍ଳା ର ଝିଅଟିଏ,ଦେଖିବାକୁ ଖୁବ ସୁନ୍ଦର.......... ବଡ ବଡ ଆଖି ,ଘନ କଳା ବାଳ ସାଙ୍ଗ କୁ ଡୌଲ ଡୌଲ ଚେହେର। ମିତ୍ର ତ ମିତ୍ର ଶତ୍ରୁ ବୁ ବୁଲି ଚାହିଁବ ତା ରୂପ ଲାବଣ୍ୟ କୁ। କଥା ରେ ନାହିଁ ବାଲେଶ୍ୱର ସୁନ୍ଦରୀ ମାନଙ୍କ ଖଣି," ଆଉ ଜ୍ୟୋତିପ୍ରଭା ଥିଲା ତାର ଜ୍ୱଳନ୍ତ ଉଦାହରଣ। ମୁ କିନ୍ତୁ' ତା ପ୍ରତି, ତା ବନ୍ଧୁତ୍ୱ ପ୍ରତି ଆକର୍ଷିତ ହେଇଥିଲି ତା ବଡ଼ ବଡ଼ ଆଖିର କଜଳ ଆଉ ଲାଲ ଟହ ଟହ ଓଠ କୁ ଦେଖି, ସତେ କି ଜ୍ୟୋତିପ୍ରଭା ର ସ୍ପର୍ଶ ପାଇ କଜଳ ଆଉ ଲାଳି ରଙ୍ଗ ପୁନର ଯୌବନ ପଇଯାନ୍ତି।ଦି ବର୍ଷ ଭିତରେ ଏମିତି ଗୋଟେ ଦିନ ନଥାଏ ଯେବେ ସିଏ ବିନା କଜଳ ଆଉ ଲାଲି, ଗୋଲାପି ରଙ୍ଗ ନ ଲାଗେଇକି ରୁମ ବାହାରକୁ ଆସିଥିବ।ତା ସାଙ୍ଗକୁ ରଙ୍ଗ ବେରଙ୍ଗ ପୋଷାକ ସତେ ଯେମିତି ଦୁନିଆ ଯାକ ର ରଙ୍ଗ ତା ପାଇଁ ତିଆରି ହେଇଚି।
ପିଲା ତ ପିଲା, ସାର ମ୍ୟାମ ବି ପଚାରନ୍ତି" ଜ୍ୟୋତି ପାଠ ପଢା ହଉଚି? ନା ଖାଲି ସଜ ହେବାରେ ଦିନ ଯାଉଛି? " ବିଚାରି ଜ୍ୟୋତି, କାହାକୁ କିଛି ନ କହି ତଳକୁ ମୁଂହ କରି ଛିଡା ହୁଏ। କିନ୍ତୁ ତା ଆର ଦିନ ଯଉକୁ ସେଇ କିଛି ପରିବର୍ତ୍ତନ ନଥାଏ ତା ରୂପଶଯ୍ୟାରେ। କିଛି ଦିନ ର ଦେଖା ଦେଖି ତାପରେ ବନ୍ଧୁତା........ତା ପରେ ଖୁବ ଭଲ ବନ୍ଧୁ........ ସତେ ଯେମିତି କେଉଁ ଯୁଗରୁ ଦିହେଁ ଦୁହିଁଙ୍କୁ ଜଣିଛୁ.......ଅନେକ କିଛି ଦିନର ବନ୍ଧୁତ୍ୱ ପରେ ଦିନେ ସାହସ କରି ପଚାରିଲି " ଜ୍ୟୋତି' ତମକୁ ଏତେ ଜଣ ଏତେ କଥା କହୁଛନ୍ତି ତା ପରେ ବି ତମେ ରଙ୍ଗ ମାଖିକି ଆସୁଛ? ତମକୁ କ'ଣ ଏମାନଙ୍କ କଥା ଫରକ ପଡେନି?
ନା' ନିଜ ପୁରୁଷ ବନ୍ଧୁ ର ମନ ରଖିବା ପାଇଁ ଏତେ ସଜେଇ ହେଇକି ଆସ..........
ମୋ କଥା ନ ସରୁଣୁ ଜ୍ୟୋତି କହିଲା
'ମୁ ରଙ୍ଗ କୁ ଭଲ ପାଉଥିବା ଝିଅ ଟିଏ, କାହା ମନ ରଖିବାକୁ ସଜ ହୁଏନି "କି କିଏ ବାରଣ କଲେ ରଙ୍ଗ ଠୁ ଦୁରେଇ ରହିପରେନି। ରଙ୍ଗ ପ୍ରତି ମୋର ଅନେକ ଦୁର୍ବଳତା ସତେ ଯେମିତି ଟିକିଲି, କଜଳ କୁକୁମ, ରଙ୍ଗ ବେରଙ୍ଗୀ ଜାମା ପଟ୍ଟା ମତେ ହାତ ଠାରି ଡାକେ, ତାଙ୍କୁ ନାଇ ଦେଲେ ମୁଁ ଆତ୍ମସନ୍ତୁଷ୍ଟି ଲାଭ କରେ, ଅଜାଣତରେ ମୋ ଭିତରେ ସାହସ ଜାଗି ଉଠେ......ସବୁ କିଛି ଭାରି ସହଜ ଲାଗେ, କିଛି ବି ପରିସ୍ଥିତି କୁ ମୁଁ ସାମ୍ନା କରିପାରେ........ନିଜ କୁ ସଜେଇବାକୁ ଯାଇ ଯେବେ ଆଇନା ସାମ୍ନା ରେ ବସି ପଡ଼ି ଜୀବନ ରେ ଘଟୁଥିବା ଦୁଃଖ , ଅଶାନ୍ତି ରୁ କିଛି ସମୟ ପାଇଁ ନିଜକୁ ଦୂରେଇ ରଖିପାରେ, କିସ ପାଇଁ କାହା କଥା ରେ ପଡି ମୁ ସେ ସବୁରୁ ଦୁରେଇ ଯିବି...... ଗୋଟେ ନିଶ୍ୱାସ ରେ ଗାଇଗଲା ଜ୍ୟୋତି, ତା କଥା କହିବା ଶୈଳୀ ଆଉ ରଙ୍ଗ କୁ ଆବୋରି ବସିବା ର ଯୁକ୍ତି ରୁ ବୁଝିପାରୁଥିଲି ତା ମନରେ ରଙ୍ଗ ପ୍ରତି ଥିବା ଦୁର୍ବଳତା କୁ। ଜ୍ୟୋତିପ୍ରଭା ର କଥା ଶୁଣି ମୁଁ ନିରବି ଗଲି, କାରଣ ମୋତେ ବି ଠିକ ସେଇୟା ଲାଗେ ଦୁନିଆରେ ରଙ୍ଗ କେବଳ ତା ପାଇଁ ହି ତିଆରି ହେଇଚି, ସତରେ' ରଙ୍ଗ ମାଖିଲା ପରେ ତା ମୁଁହରୁ ଏକ ଭିନ୍ନ ଜ୍ୟୋତି ଉଦ୍ଭାସିତ ହୁଏ ଯାହାକୁ ସାମ୍ନା କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହଁ।
ତାର ଏ ନିରିହାପଣ, ସଚୋଟ କଥାବାର୍ତ୍ତା ସାଙ୍ଗକୁ ତା କଜଳ ମଖା ବଡ ବଡ ଆଖି ମୋତେ ତା ବନ୍ଧୁତ୍ୱ ରେ ବାନ୍ଧି ରଖିଥିଲା.......କେତେବେଳେ ଚାଂହୁ ଚାଂହୁ ଦୁଇ ବର୍ଷ ବିତିଗଲା ଜଣା ହି ପଡ଼ିଲାଣି, ଅସରନ୍ତି ସ୍ମୃତି ନେଇ ଯିଏ ଯାହା ଘର କୁ ଫେରିଆସିଥିଲୁ..........।
ଏ ଭିତରେ ଚାରି ବର୍ଷ ବିତିଗଲାଣି........................ବୟସ ବଢ଼ିବା ସହ ସାଙ୍ଗ ସାଥି ଙ୍କ ସଂଖ୍ୟା କମିବାକୁ ଲାଗିଲା, କ୍ଵଚିତ ସାଙ୍ଗଙ୍କ ସହ ଯୋଗାଯୋଗ ରହିଲା, କିନ୍ତୁ........ଜ୍ୟୋତିପ୍ରଭା ...............ଯେମିତି କୁଆଡେ ହଜି ଯାଇଥିଲା। ଅନେକ ସାଙ୍ଗ କୁ ତା ବିଷୟରେ ପଚାରିଛି ଯୋଗାଯୋଗ କରିବାର ଠିକଣା ଖୋଜିଛି,କିନ୍ତୁ ..............କାହା ପାଖେ ତାକୁ ଯୋଗାଯୋଗ କରିବାର କିଛି ବି ମାଧ୍ୟମ ନାହିଁ । ବେଳେ ବେଳେ ଖୁବ ମନେ ପଡେ ତା କଥା, ତା ବଡ ବଡ ଆଖି, ରଙ୍ଗ ପ୍ରତି ତା ଅହେତୁକ ଭଲ ପାଇବା...............ସତରେ ସେ ରଙ୍ଗ କୁ ଭଲ ପାଉଥିବା ଝିଅ ଟିଏ.... ରଙ୍ଗ କେବଳ ତା ପାଇଁ ହି ଗଢ଼ା, କାରଣ ଏଇ ଚବିଶ ପଚିଶ ବର୍ଷ ଜୀବନ ଭିତରେ ଏମିତି ଝିଅ ଆଉ ଦେଖିନି....... ହୁଏତ ଆଉ ଦେଖିବିନି କାରଣ ସେ ଥିଲା ଭଗବାନ ଙ୍କ ଅନନ୍ୟ ଉପହାର।
ଏବେ ଏଇ କିଛି ଦିନ ତଳେ ଅଚାନକ ଜ୍ୟୋତିପ୍ରଭା କୁ ଭେଟିଥିଲି ...........ଫେସବୁକ ରେ.......ସତେ ଯେମିତି ଅନେକ ଦିନ ର ଆଶା ପୂରଣ ହେଇଗଲା। ସତରେ କେତେବଡ ଉପକାର ନ କଲା ଏ ଫେସବୁକ, ଯାହାକୁ ମନେ ମନେ ଖଜୁଥିଲି ତାକୁ ଏଇ ଫେସବୁକ ପାଇଁ ପାଇପାରିଲି। ସାଙ୍ଗେ ସାଙ୍ଗେ ରିକଏସ୍ଟ ପଠେଇଲି...... ସିଏ ବି ସାଙ୍ଗେ ସାଙ୍ଗ ଗ୍ରହଣ କଲା।
ଓଃ!!!
କି ସୁନ୍ଦର ଫଟୋ ଲାଗେଇଛି, ତା ପ୍ରୋଫାଇଲ ରେ, ଲାଲ ତକ ତକ ଶାଢ଼ୀ, ସିନ୍ଦୁର, ଗଜରା , ଚୁଡି , ଟିକିଲି ରେ ସଜେଇ ହେଇ ଠିକ ସାଧବ ବୋହୁ ପରି ଦିସୁଥାଏ । ଫଟୋ ରୁ ସ୍ପଷ୍ଟ ବାରି ହେଇଗଲା ଏଇ ଭିତରେ ସେ ବିବାହ କରିନେଇଛି.................
ଢ଼େର ଦିନ ପରେ ତା ସହ ଅସରନ୍ତି କଥା ବାର୍ତା................. ସତେକି ଆମ କଲେଜ ସମୟ ଅନୁଭୁତି ସବୁ ତାଜା ହେଇଯାଇଥିଲା। ଅନେକ ସମୟ କଥା ବାର୍ତା ପରେ ଜାଣିଲି ସେ ଏବେ ପୁରୀ ରେ ରହୁଛି, ଏଇ ଆଠ ମାସ ତଳେ ପୁରୀ ନିବାସୀ ଶୁଭ୍ରାଂଶୁ ଙ୍କୁ ବିବାହ କରିନେଇଛି............. ଖୁବ ସୁନ୍ଦର ପରିବାର ସାଙ୍ଗ କୁ ଖୁବ ଭଲ ପାଉଥିବା ଜୀବନ ସାଥି ଟେ ପାଇ ଖୁବ ଖୁସି ଅଛି। ତା ସବୁ କଥା ଶୁଣି ଖୁବ ଖୁସି ଲାଗିଲା, କିନ୍ତୁ ତା ସାଧବାଣୀ ବେଶ ଦେଖିବା ପାଇଁ କେଜାଣି କାହିଁକି ମନ ବହୁତ ବ୍ୟାକୁଳ ହେଲା , ତାଠୁ ତା ଶଶୁର ଘର ଠିକଣା ମାଗିନେଲି, କାହିଁକି କେଜାଣି ତା ଲାଲ ଟୁକ ଟୁକ ରୂପ କୁ ଆଖି ପୁରେଇ ଦେଖି ବାକୁ ମୋତେ ବହୁତ ଇଚ୍ଛା ହଉଥିଲା, ସେଥିପାଇଁ ତାକୁ କହିଲି ଶୁଣ; 'ମୁ ଏଇ ଭିତରେ ପୁରୀ ଆସୁଛି..........., ଆସିଲା ପରେ ତୋ ରଙ୍ଗ ବେରଙ୍ଗୀ ଭେସଭୁଷା ସାଙ୍ଗକୁ ଶୁଭ୍ରାଂଶୁ ଙ୍କୁ ବି ଦେଖିବି ତା ପୂର୍ବରୁ ଫୋନ ରେ ଦେଖିବାକୁ ଇଛା ନାହିଁ କହି ମୁଁ ଫୋନ ରଖିଲି।
ମନେ ରେ ଅନେକ ଆଶା ଅନେକ ଉଦିପନା କାରଣ ଏତେ ଦିନ ପରେ ମୁ ମୋ ଘନିଷ୍ଠ ବନ୍ଧୁ କୁ ଦେଖା କରିବାକୁ ଯିବି, କ'ଣ ନେବି କ'ଣ ନନେବି ଏଇ ଦ୍ଵନ୍ଦ ରେ ଥାଇ ବଜାରକୁ ବାହାରିଲି ........ତା ପାଇଁ କିଛି ଉପହାର କିଣିବା ଉଦ୍ଧେଶ୍ୟରେ।ରଙ୍ଗ ବେରଙ୍ଗୀ ଦୁଇଟା ଶାଢ଼ୀ, ଚୁଡି, ସିନ୍ଦୁର , ଅଳତା ଶୁଭ୍ରାଂଶୁ ଙ୍କ ପାଇଁ କୁର୍ତ୍ତା କିଣି ଫେରୁ ଫେରୁ ଆଖିରେ ପଡ଼ିଲା ଅଭିର......। ଏବେ କଣ ଅଭିର ବିକ୍ରି ହଉଚି .......ହୋଲି କେବେକି ଭାଇନା ପଚାରିଲା ରୁ ଦୋକାନୀ କହିଲା " ଅପା ହୋଲି ପା ଆଉ କୋଡିଏ ଟା ଦିନ ରହିଲା" ତା କଥା ଶୁଣି ମୋ ମନ ଖୁବ ଖୁଶି ହେଇଗଲା .......ମନେ ମନେ ସ୍ଥିର କଲି ଠିକ ହୋଲି ଦିନ ଯାଇ ପହଞ୍ଚିବି ଜ୍ୟୋତି ର ଶଶୁର ଘରେ, ସାଙ୍ଗରେ ରଙ୍ଗ ବେରଙ୍ଗୀ ଅଭିର ବି ନେଇଯିବି। ଏମତି ରେ ବାହାଘର ପରେ ଇଏ ତାର ପ୍ରଥମ ହୋଲି...... ଖୁବ ମଜା ହେବ..... ରଙ୍ଗ କୁ ଦେଖି ସିଏ ବି ଖୁସି ହେଇଯିବ, ଦେଖା ସାଙ୍ଗ କୁ ହୋଲି ଖେଳ ବି ହେଇଯିବ ଭାବି ସବୁ ରଙ୍ଗ ରୁ କିଛି କିଛି ନେଇ ମୁ ଘରକୁ ଫେରି ଆସିଲି। ମନେ ମନେ ସ୍ଥିର କଲି ଏଇ କିଛି ଦିନ ତା ସହ ଯୋଗାଯୋଗ କରିବିନି ହଠାତ ଯାଇ ହୋଲି ଦିନ ତା ଘରେ ପହଂଚିଯିବି...............।
ଚାଂହୁ ଚାଂହୁ କୋଡିଏ ଟା ଦିନ କୁଆଡେ ଚାକିଗଲା, ପୂର୍ବ ପ୍ରସ୍ତୁତି ମୁତାବକ ମୁ ଏଇ ଭିତରେ ତାକୁ ଯୋଗାଯୋଗ କଲି ନାହିଁ, ବ୍ୟସ୍ତତା ଭିତରେ ରହି ସିଏ ବି ମୋତେ ଯୋଗ ଯୋଗ କରିପାରିଲା ନାହିଁ।କିନ୍ତୁ; ଏଇ କୋଡିଏ ଦିନରେ ମୋ ଆଖିରେ କେବଳ ତା ଲାଲ ଟୁକ ଟୁକ ରୂପ ହି ନାଚୁଥାଏ,ମନରେ ଅନେକ ଆକାଂକ୍ଷା ଜନ୍ମ ନେଉଥାଏ..... ରଙ୍ଗ ବେରଙ୍ଗୀ ଶାଢ଼ୀ ସାଙ୍ଗକୁ ସିନ୍ଦୁର ଅଳତା ରୂପ ସତରେ କେତେ ସୁନ୍ଦର ଲାଗୁଥିବ....... ଏଇ ସବୁ ଭାବନା ଭିତରେ ସମୟ କଟୁ ଥାଏ.............।
ଠିକ ହୋଲି ଦିନ ସକାଳୁ ବାହାରି ପଡ଼ିଲି ପୁରୀ ଅଭିମୁଖେ.......।ଖୋର୍ଦ୍ଧା ରୁ ପୁରୀ ସେମିତି ରେ ବି ଘଣ୍ଟାକ ର ବାଟ ସକାଳ ନଅଟାରେ ଯାଇ ତା ଘର ପାଖେ ହାଜର ହେଇଗଲି। ସେତେବେଳକୁ ହୋଲି ଖେଳ ଅଳ୍ପ ବହୁତେ ଆରମ୍ଭ ହେଇ ଯାଇଥାଏ। ଘରେ ପାଦ ଦେଉ ଦେଉ ଦେଖା ହେଲେ ଜଣେ ମଧ୍ୟ ବୟସ୍କ ସ୍ତ୍ରୀ ଲୋକ, ପରିଚୟ ହେଲାରୁ ଜାଣିଲି ସେ ଜ୍ୟୋତି ର ଶାଶୁ,ମୁ ମୋ ପରିଚୟ ଦେଲା ରୁ ସେ ଭିତର ଘରକୁ ଡାକି ସୋଫା ରେ ବସିବାକୁ କହିଲେ।ଇତି ମଧ୍ୟ ରେ ଜଣେ ଝିଅ ଆସି ମୋତେ କିଛି ଜଳଖିଆ ସାଙ୍ଗକୁ ସର୍ବତ ଦେଇଗଲା.........।
ହଉ ମା, ତମେ ଖାଉଥାଅ ମୁ ବୋହୁ କୁ ଡାକି ଦଉଛି କହି ମାଉସୀ ଭିତର ଘରକୁ ଗଲେ......।ମୁ ଏବେ ଅନେକ ଆକାଂକ୍ଷା ସହ ଚାହିଁ ରହିଲି ଜ୍ୟୋତିର୍ଲକ୍ଷ୍ମୀ କୁ ..............ସାଙ୍ଗରେ ଆଣିଥିବା ରଙ୍ଗ ଆଉ ଲୁଗାପଟା କୁ ଟେବଲ ଉପରେ ଥୋଇ ଦେଇଥାଏ...... ସେସବୁକୁ ବାରବାର ଦେଖି ମନେ ରେ କେତେ କଥା ଆସୁଥାଏ..... ସତରେ କେତେ ଖୁସି ନହେବ ଜ୍ୟୋତିପ୍ରଭା ଏଇ ଲାଳି ଶାଢ଼ୀ ଆଉ ବାଇଗଣୀ ରଙ୍ଗ ର ପାଟ କୁ ଦେଖି ତା ସାଙ୍ଗକୁ ରଙ୍ଗ ବେରଙ୍ଗୀ ଅଭିର ଏଇ କଥା ଭାବୁ ଭାବୁ ମୋ ଫୋନ ରେ କିଛି ମେସେଜ ଆସିଲା ..........ସେ ସବୁ ଦେଖୁ ଦେଖୁ ମୋ ସାମ୍ନାକୁ ଜଣେ ସ୍ତ୍ରୀ ଲୋକ ଆସିଲେ ଅନ୍ୟମନସ୍କତା ସହ ତାଙ୍କୁ ଚାହିଁଲି ପ୍ରଥମେ ନଜର ପଡିଲା ଗୋରା ତକ ତକ ପାଦ ଦୁଇଟି ଉପରେ ,କାହାର ଏ ସୁନ୍ଦର ପାଦ ଭାବି ପ୍ରଶ୍ନବାଚୀ ନଜର ରେ ଉପରକୁ ଦେଖେ ତ ସାମ୍ନାରେ ଜ୍ୟୋତିପ୍ରଭା.................
ଏ କ'ଣ.................................ଖାଲି ମଥା ,ଖାଲି କାନ, ଖାଲି ହାତ ସହ ଧଳା ଶାଢ଼ୀ ........
କିଛି ସମୟ ପାଇଁ ଆଖିକୁ ଵିଶ୍ଵାସ ହେଲା ନାହିଁ.....ପୁଣି ଥରେ ଆଖି ଦଳି ତାକୁ ଚାହିଁଲି ଧାର ଧାର ଲୁହ ବୋହି ଯାଉଥିଲା ସେଇ ବଡ଼ ବଡ଼ ଅଖିରୁ...... ଧାଇଁ ଆସି ମୋତେ କୁଂଢ଼େଇ କାନ୍ଦିବାକୁ ଲାଗିଲା ......କିନ୍ତୁ ମୋ ପାଇଁ ସବୁ କିଛି ଏକ ଦୁଃସ୍ୱପ୍ନ ପରି ଲାଗୁଥିଲା....... ହିତାହିତ ଜ୍ଞାନ ଭୁଲି ମୁ ସ୍ଥାଣୁ ପାଲଟି ଯାଇଥିଲି, କଣ କହିବି କଣ ନ କହିବି ବୁଝିପାରୁ ନାଥଏ।
"ଅରେ ଅରେ କ'ଣ କଲୁ ମା....... ଗୋଡ ବଜେଇ ସବୁ ରଙ୍ଗ ତୋ ଶାଢ଼ୀ ଆଉ ଗୋଡ ରେ ଢାଳି ଦେଲୁ.......ଯା ଯା ଆଗ ସେ ଲୁଗା ଓଲହେଇକି ଗାଧେଇ ପଡ, ଘସି ମାଜି ହେଇ ଆଗ ସେ ରଙ୍ଗକୁ ଦେହରୁ ଛଡ଼ା" ଲୋକେ ଦେଖିଲେ କେତେ କଣ କହିବେ......... ଉଠିଲୁ ଉଠିଲୁ ମା...........ମାଉସୀ ଙ୍କ କଥା ଶୁଣି ମୋ ହୋସ ଫେରିଲା ...... ଜ୍ୟୋତି ଗୋଡ ପାଖେ ବସି କାନ୍ଦୁଥିଲା ....ତା ଗୋଡ଼ ବାଜି ଟେବଲ ଉପରେ ଥିବା ବ୍ୟାଗ ଢଳି ପଡିଥିଲା ବ୍ୟାଗ ଭିତରେ ଥିବା ରଙ୍ଗ ସବୁ ତା ଉପରେ ଢାଳି ହେଇ ଯାଇଥିଲା...........
ମାଉସୀ ତାକୁ ଧରି ଭିତରକୁ ଚାଲିଗଲେ............,ମୋ ସାମ୍ନା ରେ କଣ ସବୁ ଘଟିଗଲା ବୁଝିଲା ବେଳକୁ ମାଉସୀ ଆସି ପହଞ୍ଚିଲେ........ କଣ ହେଲା କେମିତି ହେଲା ପଚାରିବା ଆଗରୁ, ସେ ସବୁ କହିଲେ ...............
ଅଠର ଦିନ ତଳେ ଶୁଭ୍ରାଂଶୁ ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ରାସ୍ତା ଉପରେ ପାଇଥିଲେ........ ଦୁର୍ଭାଗ୍ୟ ବଶତଃ ସଡକ ଦୁର୍ଘଟଣା ରେ ଶେଷରେ ଏ ଦୁନିଆ ଛାଡିଲେ ଶୁଭ୍ରାଂଶୁ। ତାଙ୍କ କଥା ସବୁ କାନ ରେ ବାଜୁ ଥାଏ, ହେଲେ; କିଛି ବୁଝା ପଡୁନଥାଏ। ନିଜ ଭାବନା ଆଉ ବାସ୍ତବତା ଭିତରୁ ନିଜକୁ ଗୋଟେଇ ଆଣି ମୁ ବାହାରିଲି ଘରକୁ ଫେରିବାକୁ......... କାରଣ ସେ ପରିସ୍ଥିତି ମୋତେ ପାଗଳ କରିଦେଉଥାଏ, କିଛି ବୁଝିବା, ବୁଝେଇବା ଅବସ୍ଥା ରେ ମୁ ନଥାଏ। ମୁ ଯିବାର ଦେଖି,ମାଉସୀ କହିଲେ "ଝିଅ ବୋହୁ ଆସୁଛି ଟିକେ ଅପେକ୍ଷା କର.......................",ନାହିଁ ମାଉସୀ ମୋର ସେ ଧୈର୍ଯ୍ୟ କି ସାହସ ନାହିଁ ତାକୁ ପୁଣି ଥରେ ସେ ରୂପରେ ଦେଖିବାକୁ କହି ମୁଁ ଘରୁ ବାହାରି ଆସିଲି। ପଛରୁ ଶୁଭିଲା ଏ ଝିଅ ରୁହ ରୁହ...... ପଛକୁ ଚାହିଁ ଦେଖେ ମାଉସୀ ମୋ ପଛେ ପଛେ ଧାଇଁଛନ୍ତି; " ଏ ମା, ଏ ଅଭିର ଏ ରଙ୍ଗ ବେରଙ୍ଗୀ ଶାଢ଼ୀ ତାର ଆଉ କ'ଣ ହେବ? ସେ ତ ବାକି ଜୀବନ ଏଇ ଧଳା ଲୁଗା ରେ କାଟିବ............ ତମେ ବରଂ ଏସବୁ ନେଇଯାଅ କହି ମାଉସୀ ବ୍ୟାଗ କୁ ମୋ ହାତରେ ଧରେଇ ଦେଲେ............
ଇଛା ତ ହଉଥିଲା କହିବାକୁ ମାଉସୀ ସେ ରଙ୍ଗକୁ ଭଲ ପାଉଥିବା ଝିଅ ଟିଏ, ରଙ୍ଗ ବିନା ମରିଯିବ.......................ରଙ୍ଗ ବିନା ନା ସେ ନିଜ ପାଇଁ କିଛି କରିପାରିବ ନା ଆପଣମାନଙ୍କ ପାଇଁ କିଛି କରିପାରିବ କେବଳ ଜୀଅନ୍ତା ଶବ ହେଇ ରହିବା ସାର ହେବ............କିନ୍ତୁ ସେ ରଙ୍ଗ ଠୁ ଦୁରେଇବା କାହିଁକି? ଅପଣଙ୍କ ପୁଅକୁ ହରେଇ ଦେଇଛି ବୋଲି କିନ୍ତୁ........... ଆପଣଙ୍କ ପୁଅକୁ ବିବାହ କରିବା ଆଗରୁ ସେ ରଙ୍ଗ କୁ ବିବାହ କରିଥିଲା, ହୁଏତ ସେ ଅପଣଙ୍କ ପୁଅ ବିନା ବଞ୍ଚି ଯାଇପାରେ କିନ୍ତୁ ରଙ୍ଗ ବିନା.................... ନା ସେ ବଞ୍ଚି ପାରିବ...... ନା ରାସ୍ତା ରେ ଚାଲି ପାରିବ ..........କିନ୍ତୁ କିଛି କହିପାରିଲି ନାହିଁ, କାରଣ ସମାଜ ବନେଇଥିବା ଅଦ୍ଭୁତ କଟକଣା ଆଗରେ ସାଧାରଣ ଝିଅ ର ପସନ୍ଦ, ନାପସନ୍ଦ, ଭଲ, ମବ୍ଦ ର ମୂଲ୍ୟ କଣ ଯେ..........
ମୁ ନିରବ ରହି ଫେରି ଆସିଲି ...............
କିନ୍ତୁ; ଗୋଟେ କଥା ମୋ ମନରେ ଚାଲୁଥାଏ ସତରେ କେତେ ଅଦ୍ଭୁତ ସମାଜ ର ନିୟମ ସ୍ୱାମୀ ଗଲା ପରେ ରଙ୍ଗ ଅଭିଶାପ ସାଜି ଯାଏ ଝିଅ ଟିଏ ପାଇଁ .........କିନ୍ତୁ ଝିଅଟି ର ଜୀବନ କୁ ସ୍ୱାମୀ ଆସିବା ଅନେକ ଆଗରୁ ରଙ୍ଗ ଆସିଥାଏ, ତେବେ କାହିଁକି ସ୍ୱାମୀ ଗଲା ପରେ ଗୋଟେ ଝିଅ ପାଇଁ ରଙ୍ଗ ଅଭିଶାପ ପାଲଟି ଯାଏ.............ଏ ନିୟମ କଣ ପୁରୁଷଙ୍କ ପାଇଁ ବି ପ୍ରଯୁଜ୍ୟ ହୁଏ....... କଣ କଉ ପୁରୁଷ ସ୍ତ୍ରୀ କୁ ହରେଇଲା ପରେ ରଙ୍ଗ ଠୁ ଦୁରେଇ ଯାଏ? ତେବେ ସ୍ତ୍ରୀ ଟିଏ ର ବାକି ଜୀବନ କାହିଁକି ରଙ୍ଗ ହୀନ ହେଇଯାଏ..............
