Govinda Chndra Marndi

Comedy

4.5  

Govinda Chndra Marndi

Comedy

ପ୍ରିୟ କାର୍ଟୁନ ଚରିତ୍ର -ଡୋରେମନ

ପ୍ରିୟ କାର୍ଟୁନ ଚରିତ୍ର -ଡୋରେମନ

2 mins
292


ରାଧାଶ୍ଯାମ ବାବୁଙ୍କ ଜୀବନରେ କେହି ଜଣେ ଡୋରେମନ ଅଛି। ସେ ପତ୍ନୀ ଠାରୁ ନିଜର। ପ୍ରେମିକା ଠାରୁ ପ୍ରିୟତମା ଆଉ ବନ୍ଧୁ ଠାରୁ ଅତି ଆପଣର । ତାଙ୍କରି ବିନା ରାଧାଶ୍ଯାମ ବାବୁ ଅଧୁରା । କୌଣସି କାମ ଡୋରେମନ ବିନା ପୁରା ହୁଏନା । ସତରେ ସେ ଯେମିତି ସତ ସତିକା ନବିତା ବନି ଯାଇଛନ୍ତି । ଆଉ ଡୋରେମନଙ୍କ ବିନା ଜୀବନ ତାଙ୍କର ଅଧୁରା । ଅତି ଆପଣା ପଣରେ ତାଙ୍କୁ ଡାର୍ଲିଂ ଡାକନ୍ତି ରାଧାଶ୍ଯାମ ବାବୁ । ଏଇ ଯେମିତି ହାତରେ କଲମ । ମନ ମସ୍ତିିିସ୍କଠରେ କାଳ୍ପନିକ ଚରିିତ୍ର ମାନେ।ସେ ବୁୁୁଣି ଚାଲିିିଛନ୍ତ୍ତି ଧଳା କାଗଜର ପୃଷ୍ଠାରେ ସୃଷ୍ଟି ର ଅନବଦ୍ଯ ରୂପ। ହେଲେ ତାଙ୍କୁ ଶୋଷ, ବୋଧେ ପ୍ରବଳ ଶୋଷ ପୁଣି ଡର।


କାଳେ ଚରିିିତ୍ର ମାନେ ବିିିଗିିଡି ଯିବେ। କାଳେ ଲେଖନୀ ଅଟକି ଯିବ । ପାଟିରୁ ବାହାରି ପଡିଲା ଡାର୍ଲିଂ ପାଣି ମିଳିିବ, ମୋତେ ଶୋଷ । ତାଙ୍କ ଡୋରେମନ ପାଣି ଗିିିଲାସ ଟେବୁଲରେ ଥୋଇ ଦେଲେ । ପାଣି ପିଇଲା ପରେ ପୁୁଣି ନିଜ କାମରେ ବ୍ଯସ୍ତ। ତାଙ୍କୁ କେତେ ବେଳେ କଣ ନ ମିିିଳିଲେ । ଖୋଜାପଡେ ଡୋରେମନର। ହଜିଲା ଜିନିଷ ଖୋଜି ଦିଅନ୍ତି ବିନା ଦ୍ବିଧାରେ।


ଥରେ ଥରେ ଚିଡିଯାନ୍ତି ରାଧାଶ୍ଯାମ ବାବୁଙ୍କ ଡୋରେମନ । କହନ୍ତି ମୋ ବିନା ତୁମର କିଛି ହୋଇ ପାରୁ ନାହିଁ । ମୋ ଅନୁପସ୍ଥିତିିରେ ତୁୁମେ କେମିତି ଚଳିିବ। ହଁ ସେ ଅଝଟ ହୋଇ ଯାଆନ୍ତି । ଛୋଟ ଶିଶୁ ନବିତା ପରି । ପାଖକୁ ଟାଣି ଆଣନ୍ତି ଡୋରେମନକୁ। ସେଇ ବସିବା ଅବସ୍ଥାରେ । ମୁଣ୍ଡ ଗୁଞ୍ଜି ପଚାରନ୍ତି ଡୋରେମନକୁ । ତୁୁମେ କୁଆଡେ ଯିବ । ପ୍ରମିିଜ୍ କର ଗଡ୍ ପ୍ରମିଜ୍ ମୋ ପ୍ରମିିିଜ୍।ରାଧାଶ୍ଯାମ ବାବୁଙ୍କ ପାଟି ରେ ହାତ ଦେଇ ଚୁପ୍ କରାନ୍ତି ।କହନ୍ତି ନିିଜ ପ୍ରମିଜ୍ କେଭେ ନ ଦେବାକୁ । ପେନ୍ କେଉଁଠି ହଜିଗଲେ, ହାତ ଘଣ୍ଟା ନମିିିଳିଲେ । କାଳ୍ପନିକ ଚରିତ୍ର ମାନେ ଦ୍ବିଧାରେ ପକାଇଲେ । ଖୋଜନ୍ତି ରାାଧାଶ୍ଯାମ ବାବୁ ଡୋରେମନକୁ ।


ସବୁର  ସମାଧାନ ରାଧାଶ୍ଯାମ ବାବୁଙ୍କ ଡାର୍ଲିଂ

ପାଖରେ ଅଛି । ଡାର୍ଲିଂ ଅରଫ୍ ଡୋରେମନ ।ଅଫିସ୍ ରେ  ଅଛନ୍ତି । ଫାଇଲର  ଅମୁକ ପୃଷ୍ଠା ର ସମୁକ କଥାରେ ଦ୍ବିଧା । ଫୋନ୍ କଲେ ଡୋରେମନକୁ ଡାର୍ଲିଂ କୁୁୁହ କଣ କରିବି ? ଡୋରେମନ ତାଙ୍କର ଚିିିଡନ୍ତି ହେଲେ ସମାଧାନ ନିିିସ୍ଚୟ ଦିଅନ୍ତି । ନ ହେଲେ ସନ୍ତୋଷ ଜନକ ଉତ୍ତର ପ୍ରସ୍ତୁତ କରି ଦିଅନ୍ତି । ସବୁ ଠାରେ ସବୁ ସମୟରେ ଡୋରେମନ ହାଜିର । ଖୁୁୁସିିରେ ଦୁଃଖରେ। ଏକଲା ପଣରେ । ଅବା ମୌଜ ମସ୍ତିରେ। ରାଧାଶ୍ଯାମ ବାବୁ ପରିବା ବଜାର ରେ। ପରିବା ଦର ଆକାଶ ଛୁୁଆଁ । ବୁୁଝି ପାରୁ ନାହାନ୍ତି ରାଧାଶ୍ଯାମ ବାବୁ । କଣ କିଣିବେ କଣ ନାଇଁ। ଡାର୍ଲିଂ ମୁଁ ପରିବା ବଜାରରେ  ପରିିିବା ମାନେ ଖୋତେଇ ହେଉଛନ୍ତି । ସେ ପଟୁ ନିର୍ଦ୍ଦେଶ ଆସିଲା । ଖୋତେଇ ହେଉ ଥିିବା ପରିିିବା କୁ ହିଁ କିିିଣ । ରାଧାଶ୍ଯାମ ବାବୁଙ୍କୁ ଖୋତେଇ ହେବେ । ସଯା ସେମାନଙ୍କୁ ନିଶ୍ଚୟ ମିଳିବ। ସେମାନଙ୍କର ପର୍ସମଟମ ହୋଇ । ତତଲା ତେଲରେ ଛଣା ହେବେ। ରାଧାଶ୍ଯାମ ବାବୁ ତାଙ୍କର କାଳହୋଇ ଉଦୋରସ୍ତ କରିବେ। ବାଃ କି ଚମତ୍କାର ପ୍ରତିଶୋଧ ହୋ । ଡୋରେମନର ବୁଦ୍ଧିର ଜବାବ ନାହିଁ । ରାଧାଶ୍ଯାମ ବାବୁଙ୍କ ହିସାବ କିତାବରେ ଗୋଳମାଳ । ପେଟରେ ଗୁୁଳଗୁୁୁଳ। ମୁଣ୍ଡରେ ବ୍ଯଥା ଦେହରେ ପିଡା । ଡାର୍ଲିଂ ହିସାବ ଠିକ୍ କରି ଦିିଅନ୍ତି ରାଧାଶ୍ଯାମ ବାବୁ ଙ୍କ ପାଇଁ । କହନ୍ତି ଜାଣିଛ ତମେ ଭାରି ବୁଦ୍ଦୁ । ପେଟ ଗୁଳୁ ଗୁୁଳୁ ପାଇଁ ପରା କଲିକତା ଗୁୁୁଣ୍ଡ ଅଛି । ମୁଣ୍ଡ ଆଉ ଦେହ ପିଡା । ଡାର୍ଲିଂ ର ହାତ ବାଜିିିଲେ-ସବୁ ଛୁ ମନ୍ତର । ଆପଣଙ୍କ ଜାଣିବା ପାଇଁ କହି ଦିଏ । ରାଧାଶ୍ଯାମ ବାବୁଙ୍କ ଏହି ଡୋରେମନ ହିଁ ହେଉଛନ୍ତି ତାଙ୍କ ପ୍ରାଣପ୍ରିିୟା ଜୀବନ ସଙ୍ଗୀନି, ପ୍ରିୟତମା ଧର୍ମ ପତ୍ନୀ ଶ୍ରୀମତୀ ମୁନ୍ ମୁନ୍ ଦେବୀ । ଆଦରରେ ରାଧାଶ୍ଯାମ ବାବୁ ଡାର୍ଲିଂ ଡାକନ୍ତି ଧର୍ମ ପତ୍ନୀଙ୍କୁ । ଡାର୍ଲିଂ ଓ ମୁନ୍ ମୁନ୍ ମିଶି କେତେ ବେଳୁ ଡୋରେମନ ହୋଇ ସାରିିି ଲେେେଣି । କହନ୍ତି ସେହି ବ୍ଯକ୍ତିମାନେ ସଂସା ରରେ ସବୁଠାରୁ ସୁଖୀ ।

ଯାହାର ପ୍ରେମିକା, ପତ୍ନୀ ଓ ବନ୍ଧୁ ଗୋଟିଏ ହୋଇ ଥିବ।

ସେ ସଂସାର ର ସବୁ ବେଶି ସୁଖର ଅଧିଶ୍ବର। ରାଧାଶ୍ଯାମ ବାବୁ ବୋଧେ ସେମାନଙ୍କ ମଧ୍ୟରୁ ଗୋଟେ।


          


Rate this content
Log in

Similar oriya story from Comedy