STORYMIRROR

satyam mishra

Tragedy

3  

satyam mishra

Tragedy

ପହିଲି ସୂର୍ଯ୍ୟୋଦୟ

ପହିଲି ସୂର୍ଯ୍ୟୋଦୟ

5 mins
356

ରାତି ପ୍ରାୟ ୧ ଟା ଆଡେ ହେବ । ମାମା ର କଣ ହେଲା କେଜାଣି ଜେଜେ ମା ବ୍ୟସ୍ତ ହୋଇ ବାପା ଙ୍କୁ ଡାକିଲା। ମୁଁ କିନ୍ତୁ ଭିତରେ ଖୁସି ଥାଏ। ଡାକ୍ତର ଅଙ୍କଲ କହିଥିଲେ କି ମୁଁ ଆଉ ଦୁଇ କି ତିନି ଦିନ ଭିତରେ ଜନ୍ମ ହେବି। ବୋଉକୁ ବହୁତ କଷ୍ଟ ହେଉଥିଲା ବୋଧେ ଚିଲେଇକି ଗଡି ଯାଉଥିଲା ବିଛଣା ଉପରେ। ବାପା ବ୍ୟସ୍ତ ହେଇକି ହସ୍ପିଟାଲକୁ ଫୋନେ କରୁଥିଲେ ଜଲଦି ଜଲଦି ଆସିବାକୁ ମୋ ଖୁସି ଆଉ ବନ୍ଧ ମାନୁ ନ ଥାଏ। ଦଶ ମାସ କଣ କମ ହେଇଛି। ମୁଁ ସେଇ ପେଟ ଭିତରେ ରହି ରହି ଅନ୍ଧାରରେ ଥକିଗଲାଣି। ଅଜା ଆଇ ଜେଜେମାକୁ ଦେଖିବି। ପାପା ମୋତେ କାଖେଇକି ବୁଲିବେ,ମାମା ମୋତେ ତା କୋଳରେ ଶୁଣେଇକି ଗୀତ ଗାଇବା ମୋତେ ଗେଲ କରିବ। ଠିକ ସମୟରେ ଆମ୍ବୁଲାନ୍ସ ଆସିଗଲା ଆମକୁ ହସ୍ପିଟାଲ ନେଇଗଲେ,ଗେଟ ପାଖରେ ଡକ୍ଟର ଅଙ୍କଲଥାନ୍ତି ମାମା କୁ ସଂଗେ ସଂଗେ କେତେଟା ଇନଜେକ୍ସନ ଦେଇଦେଲେ । ମାମା ସେମିତି ଶୋଇଥାଏ ଗୋଟିଏ ବେଡ଼ରେ କଷ୍ଟରେ ଛଟପଟ ହେଉଥାଏ। ସତରେ କଣ ଏତେ କଷ୍ଟ ଝିଅ ଜୀବନରେ। ମୋ ମାମାକୁ ଏତେ କଷ୍ଟ କାହିଁ ହେଉଛି ଏମିତି ହେଲେ ମୋର ଜନ୍ମ ହେବ ଦରକାର ନାହିଁ। ମୁଁ ଭିତରେ ଖୁସି ଅଛି କିନ୍ତୁ ମୁଁ କଣ କରିବି ଭିତରେ ଶୋଇ ଶୋଇ ଚିଡିଗଲିଣି। ଏଟା ପ୍ରଥମ ଥର ନୁହଁ ଯେ ମୁଁଁ ମାମା କୁ କଷ୍ଟ ଦେଇଛି ।ପାପା ଯେତେବେଳେ ଅଫିସରୁ ଆସି ମାମାକୁ ମୋ ସୁନା କଣ କରୁଛି କେବେ ଆସିବ ମୋ ସୁନା ଏତିକି ଶୁଣି ମୁଁ ଖୁସିରେ ଉଚ୍ଛନ୍ନ ହେଇ ଗୋଡ଼ ଛାଟିଦିଏ। ମୁଁ ଜାଣିଛି ମାମାକୁ ବହୁତ କଷ୍ଟ ହେଇଥାଏ ତଥାପି କଷ୍ଟକୁ ଚାପିକି ମୁଁହଁ ରେ ହସ ଖେଳାଏ ସେ।ଡାକ୍ତର ଅଙ୍କଲ ବି ବହୁତ ଖରାପ ଯେବେ ବି ଆମେ ଚେକ୍ଅପପାଇଁ ଯିବୁ ତାରିଖ ବଢ଼େଇଦେବେ। ଏପଟେ ମୋ ଜନ୍ମ ଦିନ ଘୁଞ୍ଚି ଘୁଞ୍ଚି ଚାଲିଛି।ବୋଉ ଆଖିରୁ ଲୁହ ଗୁଡା ବୋହି ଆସି ଓଠ ଧାରାରେ ବନ୍ଧା ବାନ୍ଧି ରହିଛି।ମୁଁଁ ମନେ ମନେ ଡାକୁଥାଏ ହେ ପ୍ରଭୁ ମୋତେ ଏବେ ଆଣିଦିଏ ବାହାରକୁ ମୋ ମାମାକୁ ଏତେ କଷ୍ଟ ଦିଅନି ଆଉ।

ରାତି ପ୍ରାୟ 2 କି 3 ଟା ହେବ ବୋଉ ସେମିତି କଷ୍ଟ ରେ ଚିତ୍କାର କରୁଥାଏ ମୁଁ ବି ଠାକୁରଙ୍କୁ ଡାକୁଥାଏ। ହଠାତ କଣ ସବୁ ନାଡୀ ପରିକା ଗୁଡ଼େଇଗଲା ମୋତେ ତଳକୁ ଖସି ଗଲା ପରି ଲାଗିଲା। ଅଣନିଶ୍ୱାସୀ ଲାଗିଲା। ମାମା ଜୋରରେ କାନ୍ଦୁଥିଲା। ମୋ ଦେହ ସାରା ଲାଳ ରକ୍ତ ସବୁ ଲାଗିଛି ପୁରା ଅସନା ଲାଗୁଥିଲା। ମୁଁ ଜାଣିପାରୁନି କଣ ହେଉଛି ଏ ସବୁ ଆଡେ ତ ଘୋ ଘୋ ଶବ୍ଦ ଶୁଭୁଚି। ମୋ ମାମା ପାଖେ କେତେ ଶାନ୍ତରେ ଥିଲି। ଆଖି ଖୋଲୁ ନଥିଲା। ବହୁତ ଜୋର ରେ ଶୀତ ଲାଗୁଥିଲା।ମାମା ର କାନ୍ଦ ଆଉ ଶୁଭୁନି କାହିଁ ଡରରେ କାଁ କରି କାନ୍ଦି ପକେଇଲି ମୁଁ। ସେଠୁ କିଏ ଜଣେ ଯାଇ କହିଲା ଝିଅ ହେଇଛି ଆଉ ଦୁଇ ଜଣ ସୁସ୍ଥ ଅଛନ୍ତି।ସେଇଠୁ ମୁଁଁ ଜାଣିଲି ଯେ ମୁଁ ବାହାରକୁ ଆସିଗଲି ଦିଦି ମୋତେ ମାମା ପାଖେ ସୋଆଦେଲେ।ମୋ ମାମା ମୋତେ କୋଳେଇ ନେଲା। କେତେ ନରମ ମୋ ମାମା ହାତ। ବହୁତ ଖୁସି ଲାଗୁଥିଲା। ତା ଆଖି ରୁ ଲୁହ ଝରିପଡୁଥିଲା ସେ ଲୁହକୁ ଖାତିର ନ କରି ମାମା ମୋତେ ଅନେଇଥାଏ ଅପଲକ ନୟନରେ। ଭଗବାନଙ୍କ ଉପରେ ମୁଁଁ ଏତେ ଖୁସି ଥିଲି କେତେ ସୁନ୍ଦର ମାମା ମୋର। ମୁଁ ତା ହସ ଜାଣିନଥିଲି ମୁଁ ମାମା କୁ କହୁଥିଲି ମାମା ମୁଁ ତୁମ ଦୁଇ ଜଣକୁ କେବେ ବି ଛାଡିବିନି।ତାକୁ କଣ ଶୁଭିଲା କେଜାଣି ମୋତେ ତାହାତ ରେ ଧରି ଛାତିରେ ଜାକି ନେଇ ଖୋଇଦେଲା।ମୁଁ ବହୁତ ଶାନ୍ତି ଥିଲି। ତା ପରେ ପାପା ଙ୍କୁ ଦେଖିବି। ମୁଁଁ ଜାଣିଥିଲି ପାପା ଟିକେ ରାଗିବେ ମାମା କୁ ଏତେ କଷ୍ଟ ଦେଇଛି ନା କିନ୍ତୁ ଶେଷରେ କୋଳେଇ ନେବେ।ସେ ନର୍ସ ଦିଦି ମୋତେ ବାହାରକୁ ନେଇଗଲେ। ପାପା ଙ୍କୁ ଦେଖିଲି ପାପା ମୋତେ ଦେଖି ହସିଲେ କିନ୍ତୁ କୋଳକୁ ନେଲେନି।ମୁଁ ଜାଣିଥିଲି ମୋ ପାପା ମୋ ଉପରେ କାହିଁ ରାଗିବେ। ଜେଜେ ମା ଅଜା ଆଇ ସବୁ ଘେରିଗଲେ ପାପାଙ୍କୁ। କିଏ ମୋ ହାତ ଦେଖି କହୁଥିଲା ଆମ ସୁମୀ ପରି ହେଇଛି। ମୋ ଆଇ କହିଲା ନା ୟେ ବାବୁଙ୍କ ପରି ହେଇଚି। ମୁଁ ଖୁସି ହେଇଗଲି ମୁଁ ମୋ ପାପାଙ୍କ ପରି ହେଇଛି। ମୁଁ ମୋ ପାପା ଙ୍କ ଝିଅ। ସବୁ ବାହାରେ ଥାନ୍ତି ପାପା ଭିତରକୁ ଗଲେ ମାମା ପାଖକୁ ଗଲେ କଣ କଥା ହେଲେ କେଜାଣି ମାମା କାନ୍ଦୁଥିଲା। ମୋତେ ତା କୋଳକୁ ଆଉଜି ଆଉସିଦେଲା।କେତେ ସାରା ଗୀତ ଗାଇ ଶୁଣେଇଲା କିନ୍ତୁ ମାମା ମୁଁହଁ ସେମିତି ଶୁଖିଲା ଥିଲା। କଣ ହେଉଛି କିଛି ଜାଣିପାରୁନି ମୁଁ କିନ୍ତୁ ମନେ ମନେ ବହୁତ ଖୁସି ଥିଲି।ମୁଁଁ ଖୁସି ରେ ଗୋଡ ହାତ ଛାଟୁଥିଲି ।ଆମ ଘରକୁ ଯିବି ମାମା ଆଗରୁ ମୋ ପାଇଁ ଝୁଲଣ କରିକି ରଖିଛି। ପାପା ମୋ ପାଇଁ କେତେ ସାରା ଖେଳଣା ଆଣି ରଖିଛନ୍ତି। ଜେଜେମା ମୋ ପାଇଁ ସୁନାର ଲକେଟ କିଣିଛି।ଜେଜେ ମୋ ପାଇଁ ରୂପ ର ହାତ ବଳା । ସତରେ ମୋତେ ଏମିତି ପରିବାର ଦେଇଥିବାରୁ।ଭଗବାନଙ୍କ ଉପରେ ବହୁତ ଖୁସି ହେଉଥିଲି । ମୋତେ ପାପା ଶୁଣେଇକି କୁହନ୍ତି ମୋ ସୁନା ବାହାରକୁ ଆସିଲା ପରେ ମୁଁ ତାକୁ ଚଲେଇବା ଶିଖେଇବି ଲୋରୀ ଶୁଣେଇବି। ଏବେ ମୋ ସବୁ ସ୍ୱପ୍ନ ପୂରଣ ହେବ। ବାହାର ଦୁନିଆଟା ବି ଚକ ଚିକ ମାରୁଛି। ସବୁ ଆଡେ ନାଲି ନେଳି ରଙ୍ଗର ଆଲୋକ। ବହୁତ ମଜା ଲାଗୁଛି ଖୁସିରେ ଗୋଡ ତଳେ ଲାଗୁନି।ମାମା ମୋତେ ଶୁଣେଇକି କୁହେ ମୋ ସୁନାର ଅନ୍ନପ୍ରସନ ହେବ ଏକୋଇସିଆ ହେବ ମୁଁ ଖୁସିରେ କୂତକୁତ ହେଇଯାଏ।ସେଇ କଥା ଗୁଡା ଏବେ ପୂରଣ ହେବ।ମାମା ଆହୁରି କହିଛି ସୂର୍ଯ୍ୟ ଆଉ ଜହ୍ନମାମୁଁ କୁ ଦେଖେଇବା। ମୁଁ ସବୁ ମନେ ରଖିଛି ସୂର୍ଯ୍ୟ ଯିଏ ସେ ନାଲି ରଙ୍ଗ ଆଉ ଜହ୍ନ ଧଳା ରଙ୍ଗ। ଆମେ ହସ୍ପିଟାଲରୁ ବାହାରିଲୁ। ପାପା କିନ୍ତୁ ମୋ ଉପରେ ରାଗଛନ୍ତି ବୋଧେ ହମ୍ମ ରାଗିବେନି ବି କାହିଁକି ମୁଁ ମାମା କୁ କେତେ କଷ୍ଟ ଦେଲି ରାଗିବେନି କି।ଆମେ ସବୁ କାର ରେ ବସିଚୁ ପାପା ଚୁପଚାପ ବସିଛନ୍ତି। ମାମା ସେଇ ପରି କାନ୍ଦ କାନ୍ଦ ମୁଁହଁ ରେ ପାପାଙ୍କୁ ଅନାଉଛି। ଧର ଧର ଲୁହ ବୋହିଯାଉଛି। ମାମା ର କଣ ହେଇଛି ବୁଝିପାରୁନି ମୁଁଁ। ଗାଡି ଚାଲିଥିଲା ସିଧା ରାସ୍ତାରେ। ପାପା ଗାଡି ଅଟକେଇବାକୁ କହିଲେ ।ମାମା ମୋତେ ଛାଡୁନଥିଲା ପାପା ମୋତେ ନେଇଗଲେ ଟାଣିକି। ମାମା କୋହ ସମ୍ଭାଳି ନ ପାରି ଭୋ ଭୋ ହେଇ କାନ୍ଦୁଛି। ସବୁ ଦେଖୁଥାନ୍ତି କିଛି କହୁନଥାନ୍ତି ମୁଁ କିଛି ବୁଝିପାରୁନ ଏସବୁ। ତା ପରେ ପାପା ମୋତେ ସୋଇଦେଲେ ଗୋଟେ ଗଛ ମୂଳ ରେ।ମୁଁ ତୁନି ପରି ସୋଇଥାଏ ଗଛ ମୂଳରେ। ଏମିତି କିଛି ସମୟ ଗଲାଣି ପାପା ମାମା ର ସ୍ୱର ଶୁଭୁନି କାହିଁ। ଉପରେ ଗୋଟେ ନାଲି ଗୋଲ ଜିନିଷଟି ଜଳିବା ପରି ଲାଗୁଛି।ଓହୋ ଜାଣିଗଲି ମାମା କହିଥିଲା ପରା ଏଟା ସୂର୍ଯ୍ୟ ବୋଲି। ମୁଁଁ ଗୋଡ ହାତ ଛାଟି ପିଟି ଖୁସି ହେଇଗଲି। ମୋତେ ଜୋର ରେ ନିଦ ଲାଗିଲାଣି ମାମା କୁଆଡେ ଗଲା କେଜାଣି ମୋ ଆଖି ମୁଁଦି ହେବାକୁ ବସିଲାଣି। ଭୋକ ବି ଲାଗିଲାଣି ଜୋର ରେ।ସବୁ ଆଡେ ଧଳା ଧଳା ଆଲୁଅ ଖେଲିଗଲାଣି। ସୂର୍ଯ୍ୟ ଆସିବ ପରଠୁ ଏମିତି ହେଉଛି। ମାମା କହଉଥିଲା ସୂର୍ଯ୍ୟ ଆସିବା ପର ଠୁ ସବୁ ଭଲ ହୁଏ।ମୋତେ ଜୋର ରେ ଶୀତତ ଲାଗିଲାଣି ପାପା ଆଉ ମାମା କୁଆଡେ ଗଲେ କେଜାଣି। କୁନିପିଲା ଟାକୁ ଏକୁଟିଆ କେମିତି ଛାଡି ଚାଲିଗଲେ। ମୁଁ ତ ରାସ୍ତା ବି ଦେଖିନି ଚାଲିକି ବି ଯାଇପାରିବିନି।ଭୋକ ହେତୁ ବହୁତ ଦୁର୍ବଳ ଲାଗିଲାଣି ଥଣ୍ଡା ଯୋଗୁ ଦେହ ଥରି ଯାଉଛି। ମାମା କୁଆଡେ ଗଲୁ ତୁ ମୋତେ ଭୋକ ହେଲାଣି ଡର ଲାଗୁଚି ଶୀତ ରେ ମୋତେ ଟିକେ କୋଳେଇ ନେ। ସେଠୁ ମୁଁ ଜୋର ଜୋର ରେ କାନ୍ଦିଲି। ସବୁ ବଳ ମୋର ଲାଗେଇକି। କଣ ଗୋଟେ ଆସିବ ପରି ଲାଗିଲା ଦଳେ କୁକୁର ମୋତେ ଘେରିଗଲେ। ସେ ଦିଦି ଯେମିତି ଜନ୍ମ ପରେ ମୋତେ ପୋଛି ଦେଇଥିଲେ ସମିତି ମୋତେ ଚାଟିଦେଇଗଲେ। ମୋତେ ଡର ଲାଗିଲାଣି ମାମା ପାପା ମୁଁଁ ଜୋର ରେ କାନ୍ଦିଲି।ସେମାନଙ୍କ ଭିତରୁ ଜଣେ ମୋ କୁନି ଛାତି ରେ ତା ନଖ ପୁରେଇଦେଲା। ମୋ ନିଃଶ୍ୱାସ ଟାଣି ହେଇଗଲା ମମାମା ମମାମା ପାପା ବା ମୁଁ ଜୋର ରେ କାନ୍ଦିଲି କିନ୍ତୁ ମୋ ସ୍ୱର ଠାରୁ ସେମାଙ୍କ କୋଳାହଳ ବେଶି ଥିଲା ବୋଧେ ମାମାକୁ ଶୁଭୁନି କିଛି। ଜଣେ ମୋ ହାତକୁ ଟାଣିନେଇଗଲା କଷ୍ଟରେ ଚିତ୍କାର କରିଉଠିଲି ମୁଁ।ପାପା କୁଆଡେ ଗଲା ମୋତେ ଛାଡ଼ିଦେଇ ଏମାନେ ମୋ ସହ ନ ଖେଳି ମୋତେ କଷ୍ଟ ଦେଉଛନ୍ତି।କିଛି ନାହିଁ ମୁଁ ସହିଯିବି ମୋ ପାପା ଖାଲି ଆସନ୍ତୁ ଦେଖିବା ତା ପରେ କେମିତି ଗୋଡେଇ ଗୋଡେଇ ମାରିବେ। ଏକ ଥରେ ଦୁଇ ତିନି ଜଣ ମୋ ଗୋଡକୁ ଟାଣି ବସିଲେ ।ମାମା ମୁଁ ଆଉ ପାରୁନି।ଆଉ ଜୁ ରଖିପାରୁନି। ଆଖି ବନ୍ଦ ହେଇଯାଉଛି ନିଶ୍ୱାସ ଅଟକି ଯାଉଛି କିଏ ଗୋଟେ ପିଠି ଆଡୁ ଫାଳେ ମାଂସ ଟାଣି ନେଇଗଲାଣି।ମାମା ମୁଁ ଆଉ ବଞ୍ଚିବିନି ଲୋ ପାପାଙ୍କୁ କହିବୁ ଏସବୁଙ୍କୁ ଗୋଡେଇ ଗୋଡେଇ ମାରିବେ। ମନ କଷ୍ଟ କରିବୁନି ମୁଁ ଆରଥର ପୁଣି ଥରେ ତୋ ଝିଅ ହେବି ଖାଲି ପାପା ଙ୍କୁ କହିବୁ ମୋତେ ଘରକୁ ନେଇଯିବେ ତା ପରେ ପାପା ଆଉ ମୁଁ ମିଶିକି ଏ କୁକୁରଙ୍କୁ ମାରିବୁ। ମୁଁ ସୋଇଲି ମାମା ଏ କଷ୍ଟ ସବୁକୁ ବଳିଯାଉଛି। ମୋ ଆଖି ଖୋଲିବାକୁ ବଳ ନହିଁ କାନ୍ଦିବାକୁ ରାହା ଧରିପାରୁନି। ମୁଁ ବୋଧେ ଘରକୁ ଯାଇପାରିବିନି ଆଉ। 


Rate this content
Log in

Similar oriya story from Tragedy