ନିର୍ବାକ
ନିର୍ବାକ


ଡଉଲ ଡାଉଲ ସୁନ୍ଦର ଚେହେରା ତା ଠି ଖୁନ୍ଦି ହୋଇଥିଲା | ସମ୍ଭ୍ରାନ୍ତ ପରିବାରର କନ୍ୟାଟିଏ | ଉଚ୍ଚଶିକ୍ଷିତା ମଧ୍ୟ | ଯେତେବେଳେ ଯୌବନରେ ପଦାର୍ପଣ କଲା ,ନିଜ ପାଇଁ ସାଥିଟିଏ ଖୋଜୁଥିଲା |ତା ମନମୁତାବକ ମିଳିଗଲା |ପୁଅଟି ବି ସବୁଥିରେ ଭରପୁର ଥିଲା | ଝିଅଟି ଖୁସି କହିଲେ ନ ସରେ |ଦୁଇଜଣ ଦୁଇଜଣଙ୍କୁ ଦିନେ ନ ଦେଖିଲେ ପାଗଳ ହୋଇଯାନ୍ତି |ପୁଅଟି ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାପାଇଁ ବାହାରିଲା |ଝିଅଟିର ଇଛା ନ ଥିଲେ ବି ଭବିଷ୍ୟତ ପାଇଁ ରାଜି ହେଲା |ପୁଅଟିର ଶୁଭ ମନାସିବାକୁ ମନ୍ଦିର ଗଲା |ସେ ଜାଣି ନଥିଲା ସେଦିନ ତା ପାଇଁ କାଳ ଉଭହେଲା | ପାଶବିକତାର ଶିକାର ହେଲା |ବାଟରେ ପଡିଥିବା ଦେଖି ରିକ୍ସାବାଲା ଟିଏ ଆକୁଳରେ ପାଖରେ ପଡିଥିବା ପ୍ରଚାର ବ୍ୟାନରରେ ଗୁଡ଼ାଇ ନେଇ ଆସିବା ସମୟରେ ପୁଅଟି ଦେଖି ନିର୍ବାକ ହୋଇଗଲା | ତା ମୁଣ୍ଡ ଗୋଳମାଳ ହୋଇଗଲା |ସବୁ ଭୁଲିଯାଇ ପୁଣି ସେ ଝିଅର ହାତ ଧରି ସଂସାର ଗଢିଲା |