STORYMIRROR

Swaruparani Sahoo

Tragedy

3  

Swaruparani Sahoo

Tragedy

ମମତା ର ଜୀବନ୍ତ ମୂର୍ତ୍ତୀ

ମମତା ର ଜୀବନ୍ତ ମୂର୍ତ୍ତୀ

2 mins
193

   ସେଇ ରକ୍ତ ଜୁଡ଼ୁବୁଡ଼ୁ ହାତରେ ସେ ଚାଲିଥାଏ ଆଗକୁ ଆଉ ଆଗକୁ। ପଛକୁ ଫେରି ଚାହିଁବା ପାଇଁ ସମୟ ବି ନାହିଁ। ରାତିର ଘନ ଅନ୍ଧକାରରେ ପଥ ବି ସ୍ପଷ୍ଟ ଭାବେ ଦିଶୁ ନଥାଏ, ତଥାପି ମୀରା ବଢ଼ି ଚାଲିଥାଏ ଆଗକୁ ଆଉ ଆଗକୁ। ମନେ ମନେ ଭାବୁଥାଏ କେହିଜଣେ ଦେବଦୂତ ସାଜି ତା ପାଖରେ ଆସି ପହଞ୍ଚି ଯାଆନ୍ତା କି, ହେଲେ ସବୁ ଆଶା ନିରାଶା ରେ ପରିବର୍ତ୍ତନ ହେଇଯାଉଛି।  


   ନିଜ ମନ କୁ ବୁଝାଇ, ଅବିରତ ଆଗେଇ ଚାଲିଛି। କେତେ ବାଟ ଆଉ ଚାଲିବ ? ଚାଲି ଚାଲି ପାଦ ଥକି ପଡ଼ିନି କି ସାହସ ବି କମିନି। ଇଶ୍ଵର ଙ୍କୁ କହୁଥାଏ " ହେ ଇଶ୍ଵର ମୋ ବିଶ୍ବାସ ଭାଙ୍ଗିବାକୁ ଦେବନି।" ଏମିତି ଭାବୁ ଭାବୁ ଦୀର୍ଘ ବାର କିଲୋମିଟର ରାସ୍ତା ସେ ଅତିକ୍ରମ କରି, ପରିଶେଷରେ ଡାକ୍ତରଖାନାରେ ପହଞ୍ଚିଗଲା।  


   ଡାକ୍ତର! ଡାକ୍ତର ବାବୁ କୋଉଠି ଅଛନ୍ତି? କେହିଜଣେ ଜଣେ ନିର୍ଦ୍ଦେଶ କରି କହିଲେ ସେପଟେ। ମୀରା ଦୌଡିଲା ସେହି ଦିଗରେ। ଡାକ୍ତର ବାବୁ! ଦେଖିଲେ କ'ଣ ହେଇଛି ମୋ ଧନର ? ସେ ଆଖି ଖୋଲୁନି କ'ଣ ପାଇଁ? ସେ ଠିକ୍ ଅଛି ତ? ତା'ର କିଛି ଅସୁବିଧା ହୋଇନି ତ ? ଏମିତି କତେ ନା କତେ ପ୍ରଶ୍ନ ସେ ପଚାରି ଚାଲିଥାଏ। 


   ବହୁତ ଜୋର୍ ରେ ଆଘାତ ଲାଗିଛି ତା ମୁଣ୍ଡରେ, ଅସ୍ତ୍ରୋପଚାର କରିବା ପାଇଁ ପଡ଼ିବ। ଏହା କହି ଲକ୍ଷ୍ମୀକୁ ଭିତରକୁ ନେଇଗଲେ । କିଛି ସମୟ ପରେ ସେବିକା ଆସି କହିଲେ, ରକ୍ତ ଦରକାର ହେଉଛି। ସେବିକାଙ୍କ ପାଟିରୁ କଥା ସରିନାହିଁ ; ମୀରା କହି ଉଠିଲା, ମୁଁ, ମୁଁ ଦେବି ରକ୍ତ। ସବୁ ରକ୍ତ ମୋ ଦେହରୁ ନିଗାଡ଼ି ନିଅ, ହେଲେ ମୋ ଲକ୍ଷ୍ମୀ କୁ ବଞ୍ଚେଇ ଦିଅ। ସେବିକା ମୀରାକୁ ଦେଖି କହି ଉଠିଲେ, ଆରେ ! ତୁମର ତ ହାତରେ ଆଘାତ ଲାଗିଛି। ଚାଲ ପଟ୍ଟି କରାଇ ନେବ। ମୀରା କହି ଉଠିଲା, ନା ଥାଉ; ମୋର ପଟ୍ଟି କିଛି ଆବଶ୍ୟକ ନାହିଁ। ଖାଲି ମୋ ଝିଅକୁ ବଞ୍ଚେଇ ଦିଅ, ମୁଁ ଆପେ ଭଲ ହୋଇଯିବି। 

 

   ଭାଗ୍ୟକୁ ମୀରା ର ରକ୍ତ ମିଶିଗଲା ଓ ଲକ୍ଷ୍ମୀର ଅସ୍ତ୍ରୋପଚାର ହେଲା। ଦୀର୍ଘ ସମୟ ଧରି ଅସ୍ତ୍ରୋପଚାର  ଚାଲିଥାଏ। ମୀରା ଇଶ୍ଵର ଙ୍କୁ କହୁଥାଏ ହେ ପ୍ରଭୁ! ମୋ ଛୁଆକୁ ରକ୍ଷା କର, ନହେଲେ ମୁଁ ତୁମ ମନ୍ଦିର ଦୁଆର ମାଡିବିନି। ଏମିତି ଚିନ୍ତା କରୁଥାଏ ସେବିକା ଆସି କହିଲେ ଆଉ କିଛି ବ୍ୟସ୍ତ ହୁଅନ୍ତୁ ନାହିଁ। ଲକ୍ଷ୍ମୀ ଏବେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ , ଆଉ ଡରିବାର କିଛି ନାହିଁ। ଏହା ଶୁଣି ମୀରାର ଖୁସିର ସୀମା ରହିଲା ନାହିଁ। ସେ ଭଗବାନ ଙ୍କୁ କେତେ ନା କେତେ ଧନ୍ୟବାଦ ଅର୍ପଣ କରିଲା।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy