baishnaba meher

Thriller

4.0  

baishnaba meher

Thriller

ମିଥ୍ୟା ଅପମାନ

ମିଥ୍ୟା ଅପମାନ

4 mins
268


ଅନ୍ଧାର ରାତି, ରାସ୍ତା ଘାଟ ପୁରା ନିରୋଳା । କାଁ ଭାଁ ବେଳେବେଳେ ଦୁଇ-ଚାରିଚକିଆଟେ ଯାଉଛି । ରାତି ତିନିଟା ପାଖା ପାଖି, କୁହୁଡ଼ିରେ ଚାରିଆଡେ ଝାପ୍ସା ଝାପ୍ସା ଦେଖାଯାଉଛି । ରମେଶ ରାସ୍ତାରେ ଚାଲୁଚାଲୁ ହଠାତ୍ ବିଲୁଆଟି ତା ପାଖଦେଇ ଗଲା ମଧ୍ୟ ସେ ଖାତିର କଲା ନାହିଁ । ରାତିସାରା ଏମିତି ପେଟେ ନାଲିପାଣି ପିଇଛି ଯେ ତାର ଆଉ ହୋସ ନାହିଁ । 

କିଛି ଦିନ ତଳ କଥା ଯେବେ ତାଙ୍କର ପାୟଲ ସହ ପ୍ରଥମେ ପାର୍କରେ ଦେଖା ହେଇଥିଲା । ପାୟଲ ଦେଖିବାକୁ ଖୁବ ସୁନ୍ଦର, ଆଖି ତାର ମୃଣ୍ମୟୀ, କେଶ ତାର ଲମ୍ବା ଲମ୍ବା, ଓଠରୁ ସତେ ଯେମିତି ଝରିପଡୁଛି ହୀରା-ମୋତି । ବୟସ ମାତ୍ର 24 ବର୍ଷ, ଯେମିତି ସେ ପୂର୍ଣ୍ଣ ବିକଶିତ କମଳ ପରି ଯୌବନର ପରିପକ୍ଵତାରେ ପହଞ୍ଚି ଯାଇଛି । ରମେଶ ତାକୁ ପାର୍କରେ ତା ପରିବାର ସହ ଦେଖିଥିଲା, ସେଦିନୁ ମନେ ମନେ ପାୟଲକୁ ନିଜର କରିବ ବୋଲି ଭାବି ନେଇଛି । ରାତି ସାରା ରମେଶ ସ୍ୱପ୍ନର ପରିଧି ମଧ୍ୟରେ ଅଣାୟତ୍ତ, ମତି ଭ୍ରଷ୍ଟ ପରି ଗଢି ଚାଲିଛି କେତେ ଅସରନ୍ତି ପ୍ରେମ ଗଳ୍ପ । କିଛି ଦିନ ପରେ ପୁଣି ଦେଖା ହେଲା ସିନେମା ହଲ୍ ପାଖେ । ପାୟଲ ତା ସାଙ୍ଗମାନଙ୍କ ସହିତ ସିନେମା ଦେଖିବାକୁ ଯାଇଥିଲା । ପାୟଲର ଗୋଲାପୀ ରଙ୍ଗର ପର୍ସ ତଳେ ପଡ଼ିଗଲା, ହଠାତ ମିଳିଥିବା ସୁଯୋଗକୁ ହାତଛଡା ନକରି ରମେଶ ପର୍ସଟିକୁ ଉଠେଇ କହିଲା, "ଏକ୍ସ୍ୟୁଜ୍ ମି, ତମ ପର୍ସଟା ପଡିଯାଇଥିଲା", ପାୟଲ ତାକୁ ଥ୍ୟାଙ୍କ୍ ୟୁ କହିଲା । ପାୟଲର ସୁମଧୁର ସ୍ୱର ଶୁଣି ଆହୁରି ତା ପ୍ରେମରେ ମତୁଆଲା ହେଲା । ଭାଗ୍ୟକୁ ସିନେମା ହଲର ସିଧା ଧାଡିରେ ରମେଶ ଆଉ ପାୟଲ ବସିଥିଲେ, ରମେଶର ସିନେମା ଆଡକୁ କମ୍ ପାୟଲ ଆଡକୁ ବେଶି ଦେଖୁଛି । ଏକଥା ପାୟଲ ବି ଠିକ୍ ଜାଣିପାରିଲା । ଏମିତି ରାସ୍ତାଘାଟ, ଦୋକାନରେ କେବେ କେବେ ଦୁହେଁ ଦୁହିଁଙ୍କୁ ଦୂରରୁ ଦେଖୁଥିଲେ । 


ପାୟଲର ବାପା ଜଣେ ନାମୀ ଠିକାଦାର । ସାଇପଡ଼ିଶାରେ ତାଙ୍କ ବହୁତ ଖ୍ୟାତି ଅଛି । ଦିନେ ପାୟଲଘରର ପାଣି ଛଣା ଯନ୍ତ୍ର (ଫିଲ୍ଟର୍) ଖରାପ ହେଇଥିଲା, ଯନ୍ତ୍ରୀକୁ ଡକା ହେଲା । ରମେଶ ଆସି ପହଞ୍ଚିଲା ସଜାଡ଼ିବାକୁ । ପାୟଲ ତାକୁ ପୁଣି ତା ଘରେ ଦେଖିଲା । କିନ୍ତୁ କେଜାଣି କାହିଁକି ପାୟଲ ବି ରମେଶକୁ ଭଲ ପାଇ ବସିଥିଲା । ରମେଶ ଯେତେବେଳେ କାମ ସାରି ହାତଧୋଉଥିଲା, ପାଖେ କେହିନଥିବା ଦେଖି ପାୟଲ ସୁମଧୁର କଣ୍ଠ ସ୍ୱରରେ କହିଲା, " ଏକ୍ସ୍ୟୁଜ୍ ମି, ତମ ମୋବାଇଲ୍ ନମ୍ବର୍ ଦିଅ । " ରମେଶ କିଛି ସମୟ ପାଇଁ ଚେତା ଶୂନ୍ୟ ଯେମିତି ହେଇଗଲା, ଏତେ ବଡ଼ ଘର ଝିଅ ପୁଣି ତା ମୋବାଇଲ୍ ନମ୍ବର୍ ମାଗୁଛି । ସେ ଆଉ ବିଳମ୍ବ ନକରି ମୋବାଇଲ୍ ନମ୍ବର୍ ଦେଇଦେଲା । ରମେଶ ପାଖକୁ ରାତି ବାରଟାରେ ଗୋଟେ ଅଜଣା ନମ୍ବରରୁ ଫୋନ ଆସିଲା । ରମେଶ ଦିନ ତମାମ ଯୋଉ ନଖାଇ ନପିଇ ଫୋନ ଅପେକ୍ଷାରେ ଦିବାସ୍ୱପ୍ନ ଦେଖୁଥିଲା, ତାହା ସତ ହେଲା । ଏମିତି ଦୁହେଁ ରାତିସାରା ସେଦିନ ତିନି ଘଣ୍ଟା କଥା ହେଇ ନିଜ ନିଜର ପ୍ରେମ ସ୍ୱୀକୃତି ଦେଲେ । ରମେଶ ପଚାରିଲା, "ତମେ ଏତେ ବଡ଼ ଘର ଝିଅ ହେଇ ମତେ କେମିତି ପସନ୍ଦ କଲ" । ପାୟଲ ଉତ୍ତର ଦେଲା, "ପ୍ରେମ ଧନ ଦେଖି ହୁଏନି, ସେ ଖୋଜେ ପବିତ୍ର ମନଟିଏ; ଆଉ ହୃଦୟ ଖୋଜେ ଆଜନ୍ମ ସାଥିଟିଏ, ଯିଏ ପ୍ରତିମୁହୂର୍ତ୍ତେ ଭଲ ପାଉଥିବ ।" ଧୀରେ ଧୀରେ ଦୁହିଁଙ୍କ ଭଲ ପାଇବା ବଢିଚାଲିଲା, ଭଲ ପାଇବା କିନ୍ତୁ ଶରୀରର ନୁହଁ ଆତ୍ମାର । 


ପାୟଲର ଅଜାଣତରେ ପ୍ରକାଶ ବି ତାକୁ ଭଲ ପାଉଥିଲା । ପ୍ରକାଶ କିଛି କାମ ନକରି ଦିନ ତମାମ ବୁଲୁଥାଏ । କେବେ ମଦ ପିଇକି ବୁଲୁଥିବ ତ କେବେ ସିଗାରେଟ୍ ଫୁଙ୍କୁ ଥିବ । ଦିନେ ସେ ତା ଭଲ ପାଇବା ପାୟଲକୁ କହିବାରୁ, ପାୟଲ ପ୍ରକାଶର ଭଲ ପାଇବାକୁ ପ୍ରତ୍ୟାଖାନ କଲା । ସେଦିନୁ ପ୍ରକାଶ, ପାୟଲ ଉପରେ ରାଗ ଜର ଜର ହଉଥାଏ । 


ପାୟଲର ବାପା, ରମେଶ ଆଉ ପାୟଲର ଭଲ ପାଇବା ଲୋକଙ୍କ ଟାହି ଟାପର କଥା ଶୁଣି ଜାଣିଯାଇଥିଲେ । ସେ ଗୋଟେ ଇଞ୍ଜିନିୟର ମିହିର ସାଙ୍ଗରେ ପାୟଲର ବିନା ଅନୁମତିରେ ବାହାଘର ଠିକ୍ କରିଦେଲେ । ମିହିର ଆଉ ପାୟଲର ନିର୍ବନ୍ଧ ବି ହେଇଗଲା । ରମେଶର ପ୍ରେମାତୁର ଆତ୍ମାଟି କଇଁ କଇଁ କାନ୍ଦି ଉଠୁଥାଏ । ସେ ଭାବି ପାରୁନଥିଲା, ଜୀବନର ଅଧୁରାପଣକୁ ପାୟଲ ବିନା କେମିତି କଟେଇବ । 


ପରମ୍ପରା ଅନୁସାରେ ମିହିର ନିର୍ବନ୍ଧ ପରେ କେତେ ଦିନ ପାୟଲ ଘରେ ରହିଲା । ଦିନେ ଭୁଲରେ ମିହିର ଫୋନ୍ ବାହାରେ ଛାଡି ଗାଧେଇବାକୁ ଯାଇଥିଲା, ସେ ସମୟରେ ହ୍ଵାଟ୍ସଆପରେ କିଛି ସନ୍ଦେଶ ଆସିଲା । ପାୟଲ ପାଖେ ଥାଏ । ସେ ଫୋନ୍ ଦେଖିଲା, କିଛି ନଗ୍ନଚିତ୍ର ଆଉ ଉତ୍ତେଜକ ସଂଳାପ ମିହିର ଆଉ ଅନିଶା ମଧ୍ୟରେ । ଏ କଥା କେମିତି ପାୟଲ ତା ବୋଉକୁ ଜଣେଇଲା, ତା ବୋଉ ତା ବାପାଙ୍କୁ । କିନ୍ତୁ ପାୟଲର ବାପା ଏସବୁକୁ ଖାତିର କଲେ ନାହିଁ, କହିଲେ ଏସବୁ ଆଜିକାଲି ଦୁନିଆରେ ସାଧାରଣ କଥା । ହେଲେ ଏହା ଜାଣିସାରିବା ପରେ ମିହିର ଆଉ ପାୟଲମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହେଲା । 


ଦୁଇ ଦିନ ଉତ୍ତାରୁ ପାୟଲକୁ କିଏ ଜଣେ ହତ୍ୟା କରି ଦେଇଛି । ହତ୍ୟା ଦିନ ପଡିଶା ଘରେ ବାହାଘର ଚାଲିଥାଏ । କିଛି ସମୟ ରାତିରେ ଘରର କବାଟ ବି ଖୋଲା ଥିଲା । ହେଲେ ହତ୍ୟା କିଏ କରିଛି, ପ୍ରକାଶ ଯିଏ ପାୟଲକୁ ଏକତରଫା ଭଲ ପାଉଥିଲା, ରମେଶ ଯିଏ ପ୍ରେମରେ ଭାଙ୍ଗି ପଡିଥିଲା ନା ମିହିର ଯାହାର କଳା କାରନାମାର ସତ୍ୟତା ପାୟଲ ଜାଣି ଯାଇଥିଲା । 


ପୋଲିସ ତଦନ୍ତରୁ ଯାହା ତଥ୍ୟ ଆସିଲା, ସମସ୍ତଙ୍କର ପାଦ ତଳୁ ମାଟି ଖସିଗଲା । ପାୟଲକୁ ତା ବାପା ହତ୍ୟା କରିଥିଲେ । ଏହା ଛୁରୀରେ ଲାଗିଥିବା ଫିଙ୍ଗରପ୍ରିଣ୍ଟରୁ ଜଣା ପଡିଥିଲା । ହତ୍ୟାର ଉଦ୍ଦେଶ୍ୟ ହେଲା, ପାୟଲ ତା ମନର ମଣିଷ ରମେଶ ସାଙ୍ଗରେ ସଂସାର ଗଢ଼ିବା ପାଇଁ ଘରୁ ବାହାରି ଯାଇ କୋଉ ଏକ ମନ୍ଦିରରେ ବାହାହେଇଥାଆନ୍ତା । ପାୟଲର ବାପା ଏକଥା କବାଟ କୋଣରେ ଛୁପି ଜାଣି ପାରିଥିଲେ । ସେଦିନ ପଡିଶା ଘରେ ବାହାଘର ଥିଲା, ଘରେ କେହିନଥିବା ଦେଖି, ନିଜ ଇଜ୍ଜତର ବାହାରେ ଯେମିତି ଲୋକମାନେ ମଜାକ ନକରିବେ ଭାବି ମିଥ୍ୟା ଅପମାନ ଭୟରେ ନିଜ ଝିଅର ହତ୍ୟା କରିଥିଲେ । 


ଏସବୁ ରମେଶର ମନକୁ ବହୁତ ଆଘାତ ପହଞ୍ଚେଇଲା । ଆଉ ସେ ମସ୍ତିସ୍କର ଭାରସାମ୍ୟ ହରେଇ ରାତି ତମାମ ମଦ ପିଇ ଚାଲିଥିଲା । ଆଉ ସେ ବୁଲା କୁକୁରଙ୍କ ଭଳି ନିଶାସକ୍ତ ହୋଇ ରାତିରେ ପାଗଳପ୍ରାୟ ରାସ୍ତାରେ ବୁଲୁଥିଲା । 



Rate this content
Log in

Similar oriya story from Thriller