କର୍ମ ବନାମ କର୍ତ୍ତବ୍ୟ
କର୍ମ ବନାମ କର୍ତ୍ତବ୍ୟ
ନୂତନ ବର୍ଷର ମସ୍ତି ଆଉ ତାର ଅନୁଭୂତି ନିଶ୍ଚିତ ଭାବେ ନିଆରା, ଭୋଜି, ଭାତ, ନାଚ, ଗୀତ, ଖେଳ ଜଣେ ଶିଶୁର ପିଲା ବେଳର ଏହି ସ୍ମୃତି ସବୁବେଳ ପାଇଁ ଏକ ଅଲିଭା ଛବି ହୋଇ ରହିଯାଏ, କିନ୍ତୁ ଆଜିର ନୂଆଁ ବର୍ଷର ପାଳନ କରିବା ଏକ ପ୍ରକାର ପ୍ରହସନ ହେଇଗଲାଣି l ବିନା ମଦ, ମାଂସ, ଅଶ୍ଳୀଳ ସଙ୍ଗୀତ ନୃତ୍ୟ ବିନା ଯେମିତି ନୂତନ ବର୍ଷ ପାଳନ ହୋଇପାରିବନାହିଁ !
କିନ୍ତୁ ଜଣେ ପ୍ରାପ୍ତ ବୟସ୍କ ଯୁବକକୁ ଏହା କେତେ ଦୂର ଶୋଭା ପାଉଛି ତାହା ଚିନ୍ତା କରିବାରର ବିଷୟ ! ଆମେ ଆଜି ନୂଆ ଯୁଗରେ ନୂଆ ପ୍ରଥାକୁ ଆପଣା କରିଛୁ l କିନ୍ତୁ ଏହା ଭିତରେ ଅଧିକାଂଶ ନିଜର ମୌଳିକ କର୍ତ୍ତବ୍ୟ ବି ଭୁଲି ଯାଇ ମଦ, ମାଂସ, ଶାରୀରିକ ସୁଖ, ଆଉ ମୋବାଇଲ୍ ଭିତରେ ଆବଦ୍ଧ ହୋଇ ରହି ଯାଇଛନ୍ତି ଜନ୍ମ ଦିନ ହେଉ କିମ୍ବା କୌଣସି ବିଶେଷ ଦିନ ଲୋକେ ନିଜର ସକ୍ଷମତା ଦେଖାଇବାକୁ ଯାଇ କେତେ ଯେ ଧନ ବ୍ୟୟ କରିଦିଅନ୍ତି ତାହାର ହିସାବ ନଥାଏ, କିନ୍ତୁ କେତେ ଯେ ଗରୀବ ସେହି ଧନ ନାହିଁ ବୋଲି ମୁଠାଏ ଖାଇବା ନ ପାଇ ଅଳିଆ ଆବର୍ଜ୍ଜନାରୁ ଖାଇବା ଗୋଟାଇ ଖାଉଛି, କେତେ ଯେ ଖାଦ୍ୟ ଅଭାବରୁ ମୃତ୍ୟୁ ମୁଖରେ ପଡୁଛନ୍ତି କିନ୍ତୁ କାହା ପାଖରେ ଏସବୁ ଭାବିବାକୁ ସମୟ ନାହିଁ ।
ଆମର ଯୁବ ବର୍ଗ ଧୀରେ ଧୀରେ ପାଶ୍ଚାତ୍ୟ ପରମ୍ପରାକୁ ଏତେ ମାତ୍ରାରେ ଆପଣେଇ ନେଇଛନ୍ତି ଯେ ନିଜେ ନିଜର ଏକ ସ୍ବତନ୍ତ୍ର ଦୁନିଆ ବନେଇ ନେଇଛନ୍ତି ସୋସିଆଲ ମିଡିଆରେ ଏମିତି ନିଜକୁ ଅର୍ପିତ କରିଦେଇଛନ୍ତି ଯେ ସାମାନ୍ୟ କିଛି ଲାଇକ୍, କମେଣ୍ଟ ପାଇବା ପାଇଁ ଆଇନ୍କୁ ମଧ୍ୟ ହାତରେ ନେବାକୁ ପଛାଉ ନାହାଁନ୍ତି, ସୋସିଆଲ ମିଡିଆରେ ହଜାର ହଜାର ବନ୍ଧୁ ଥିଲେ ମଧ୍ୟ ଅସୁବିଧାରେ ଛିଡ଼ା ହେଲା ଭଳିଆ ପ୍ରକୃତ ବନ୍ଧୁ ଜଣେ ଭି ନାହାନ୍ତି, ସୋସିଆଲ ମିଡ଼ିଆରେ ପ୍ରେମ ଏବଂ ଶାରୀରିକ ସମ୍ପର୍କ ଏବଂ ଶେଷରେ ପୁଣି ନୂଆ ପ୍ରେମ ନୂଆ ବନ୍ଧୁ ଅନ୍ୱେଷଣରେ ।
ଆଜିର ସମୟରେ ପାଣି ପଛେ ଖରାପ ହେଲେ ଚଳିବ, ପାଣି କମ୍ ଥିଲେ ବି ହେଇଯିବ କିନ୍ତୁ ଯଦି ଭୋଜି ବା କୌଣସି ପର୍ବ ହେଉଛି ତାହାଲେ ବିନା ମଦରେ ଚଳିବ ନାହିଁ, ମଦ ପିଇବା ପରେ ହିତାହିତ ଜ୍ଞାନ ହରାଇ ଯାନ ବାହାନ ଦ୍ରୁତ ବେଗରେ ଚଳାଇ ନିଜର ତଥା ଅନ୍ୟର ଜୀବନକୁ ବିପଦ ମୁଖକୁ ଟାଣି ନେଉଛନ୍ତି କେବେ ଚିନ୍ତା କରିଛେ ରାସ୍ତାରେ ପାଣି ଭଳି ରକ୍ତ ବ୍ୟୟ କରିବା ଦ୍ୱାରା ମିଳିବ କଣ ? ଆଜି ରକ୍ତର ଅଭାବ ତଥା ରକ୍ତ ଅଭାବ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରକ୍ତ ଦାତା କିନ୍ତୁ ହାତ ଗଣତି ।
ଉପୋରକ୍ତ ସମସ୍ତ ବିଷୟକୁ ଆଖିରେ ରଖି ମୋର ଜଣେ ବନ୍ଧୁଙ୍କ କାହାଣୀ ସମସ୍ତ ପାଠକ ପାଠିକା ମାନଙ୍କ ପାଇଁ ରଖିବାକୁ ଚାହୁଁଛି,
ଶ୍ୟାମ, ଗୋପାଳ, ରମେଶ ଏବଂ ଅନ୍ୟ ବନ୍ଧୁମାନେ ସବୁ ବର୍ଷ ଭଳି ଗତ ବର୍ଷ ମଧ୍ୟ ବଣ ଭୋଜି ପାଇଁ ଆୟୋଜନ କଲେ, ୩ ଟି କାର୍ ଆଗ ପଛ ହୋଇ ଦ୍ରୁତ ଗତିରେ ପୁରୀ ଅଭିମୁଖେ ଚାଲିଥାଏ, ସେହି ଚଳନ୍ତା ଗାଡ଼ି ମଧ୍ୟରେ ମଦ ମାଂସ ଏବଂ ନୃତ୍ୟ ଆରମ୍ଭ ହୋଇ ସାରିଥାଏ ହଠାତ୍ ଗୋପାଳ (ଛଦ୍ମ ନାମ) ରମେଶ ଏବଂ ଶ୍ୟାମକୁ ନୂତନ ବର୍ଷରେ ଏକ ରକ୍ତ ଦାନ ଶିବିର ଆୟୋଜନ କରିବାର ପରାମର୍ଶ ଦେଇଥିଲା ଏବଂ ଧନ ଜୀବନର ଏମିତି ବ୍ୟୟ କରିବାକୁ ବାରଣ କରିଥିଲା, ତାଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ତଥା ଲଜ୍ଜିତ ହୋଇ ଅନ୍ୟ ଏକ ଗାଡ଼ିରେ ଯାଇ ବସିଥିଲା ଏବଂ ନିଜର ଯାତ୍ରା ପୁନଃ ଆରମ୍ଭ କରିଥିଲା ହଠାତ୍ ଏକ ବିରାଟ ଶବ୍ଦରେ ସବୁ ସ୍ତବ୍ଧ ହୋଇ ରହିଗଲେ କିଛି ସମୟ ପରେ ଜାଣିବାକୁ ପାଇଲେ ରମେଶ ନିଜର ନିୟନ୍ତ୍ରଣ ହରାଇ ଏକ ରାସ୍ତା କଡରେ ଲାଗିଥିବା ଫଳକରେ ବାଡେଇ ହୋଇ ରମେଶ, ଶ୍ୟାମ ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି ଏବଂ ଅନ୍ୟ ଦୁଇ ସାଙ୍ଗ ମଧ୍ୟ ଆହତ ଅବସ୍ଥାରେ ଅଛନ୍ତି, ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ସରକାରୀ ଚିକିତ୍ସାଳୟକୁ ସେମାନଙ୍କୁ ନିଆ ଯାଇଥିଲା ସେଠାରେ ଶ୍ୟାମ ଏବଂ ରମେଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରା ଯାଇଥିଲା ଯେଉଁ ଗୋପାଳର କଥାକୁ ହସରେ ଉଡେଇ ଦେଇଥିଲେ ସେ ଏବଂ ତାର କିଛି ସାଥୀଙ୍କ ରକ୍ତ ଦାନ ପରେ ରମେଶ ତ ସୁସ୍ଥ ହେବାରେ ଲାଗିଲା କିନ୍ତୁ ମୁଣ୍ଡରେ ଏବଂ ଛାତିରେ ଗଭୀର ଆଘାତ ଲାଗି ଅତ୍ୟଧିକ ରକ୍ତ ବାହାରି ଯାଇଥିବାରୁ ତାଙ୍କର ଦୁଃଖଦ ମୃତ୍ୟୁ ହୋଇଥିଲା । ଏହି ଘଟଣାର ଠିକ୍ ୬ ମାସ ପରେ ରମେଶ ସୁସ୍ଥ ହୋଇ ଘରକୁ ଫେରିଥିଲା ଏବଂ ମନରେ ନିଶ୍ଚୟ କରିଥିଲା ନିଶା ଦ୍ରବ୍ୟ କେବେ ଭି ଗ୍ରହଣ କରିବ ନାହିଁ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ବାର ମାସ ପରେ ଜଣେ ନିୟମତ ରକ୍ତଦାତା ମଧ୍ୟ ହେବ ।
ଏବେ ଆପଣ ଚିନ୍ତା କରନ୍ତୁ ରମେଶ ଭଳି ସମସ୍ତଙ୍କୁ କଣ ଦ୍ଵିତୀୟ ଥର ପାଇଁ ଜୀବନ ମିଳିବ ବୋଲି ମାନେ ଅଛି ? ସବୁବେଳେ ସବୁ ସ୍ଥାନରେ ଯଦି ଆମେ ନିଜେ ଅସୁବିଧାରେ ପଡ଼ିବା ପୂର୍ବରୁ ସାମାନ୍ୟ ସତର୍କ ହେବା, ତଥା ଅନ୍ୟର କାମରେ ଲାଗି ପାରିବା ତେବେ ଆମର ଅସୁବିଧାରେ ମଧ୍ୟ କେହି ଆମ ସହ ନିଶ୍ଚିତ ଛିଡ଼ା ହେବେ । ଏହି ପରିପ୍ରେକ୍ଷୀରେରେ ମହାନ୍ କବି ତଥା ସ୍ଵାଧୀନତା ସଂଗ୍ରାମୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଏକ ପଦ୍ୟାଂଶ ମନେ ପଡେ “ମଣିଷ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ _ କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନ ଦଣ୍ଡ” ପଶୁ ମଧ୍ୟ ସମାଜରେ ଗଣ୍ଡେ ଖାଇ ଦଣ୍ଡେ ବଞ୍ଚି ରହୁଛି କିନ୍ତୁ ସବୁଠୁ ଶ୍ରେଷ୍ଠ ଜାତି ମଣିଷ ହୋଇ ଯଦି ଆମେ ଆମର ପାରିବାରିକ ଏବଂ ସାମାଜିକ କର୍ତ୍ତବ୍ୟକୁ ଭୁଲି ଯିବା ତେବେ ସବୁଠି ଅସମାନତା ଦେଖା ଦେବ । ଏବେ ବିଚାର ଆପଣଙ୍କର ଆପଣ ଏକ ଛୋଟ ପ୍ରୟାସ କରି ଏକ ସୁନ୍ଦର ସମାଜ ଗଠନ କରି ଆଗାମୀ ପୀଢ଼ି ପାଇଁ ଉଦାହରଣ ହେବେ ନା ଏକ ଶ୍ୱାନ ଭଳି ଗଣ୍ଡେ ଖାଇ ଦଣ୍ଡେ ବଞ୍ଚିବେ ? ଭାବିବେ ନିଶ୍ଚିତ
