RAJESH MOHAPATRA

Tragedy

3  

RAJESH MOHAPATRA

Tragedy

କୋଡିଏ ବର୍ଷ ପରେ

କୋଡିଏ ବର୍ଷ ପରେ

3 mins
464


ଗୋଟେ ଗାଁରେ ରବି ଓ କିଷାନ ନାମରେ ଦୁଇଜଣ ସାଙ୍ଗ ରହୁଥିଲେ l ଦୁଇଜଣ ଭଲ ପଢୁଥିଲେ l ହେଲେ ରବି ସବୁବେଳେ ପ୍ରଥମ ହୋଇଯାଏ ଓ କିଷାନକୁ ଦ୍ୱତୀୟରେ ସନ୍ଥୁଷ୍ଟ ହେବାକୁ ପଡ଼େ l 


ତାଙ୍କ ଗାଁ ପାଖରେ ଗୋଟେ ଜଙ୍ଗଲ ଥିଲା l ଦିନେ ଦୁହେଁ କୌତୁହଳରେ ସେ ଜଙ୍ଗଲ ଭିତରେ ପଶିଗଲେ l ଜଙ୍ଗଲ ଏତେ ଘଞ୍ଚ ଥିଲା ଯେ ସେମାନେ ରାସ୍ତା ଭୁଲିଗଲେ l ସେମିତି ଚାଲୁ ଚାଲୁ ସେମାନେ ଦେଖିଲେ ରାସ୍ତାଟି ଦୁଇ ଆଡକୁ ଭାଙ୍ଗିଯାଇଛି l ଗୋଟେ ଯାଇଛି ନଦୀ ଆଡକୁ ଅନ୍ୟଟି ଯାଇଛି ଏକ ପାହାଡ ଆଡକୁ l ସେମାନେ ଜାଣି ପାରିଲେ ନାହିଁ କେଉଁ ରାସ୍ତାରେ ଯିବେ l 


ହଠାତ ରବି କିଷାନକୁ କହିଲା ଆମେ ଦୁଇ ଜଣା ଏବେଠୁ ଅଲଗା ଅଲଗା ରାସ୍ତାରେ ଯିବା ଓ ନିଜ ଜୀବନ ନିଜ ଚେଷ୍ଟାରେ ବନେଇବା ଏବଂ ଆଜିଠୁ ଠିକ କୋଡିଏ ବର୍ଷ ପରେ ଦୁଇଜଣ ଏଇ ଜାଗାକୁ ଆସି ଦେଖାକରିବା l କିଷାନଭି ରାଜି ହୋଇଗଲା ଓ ଦୁଇ ଜଣ ନିଜନିଜ ରାସ୍ତାରେ ଚାଲିଗଲେ l


ରବି ଯାଇଁ ଦେଖିଲା ନଦୀରେ ଗୋଟେ ଛୋଟ ନୌକାଟି ଲାଗିଛି l ସେ ସେହି ନୌକାରେ ଆରକୁଳରେ ପହଁଚିଲା l ନଦୀର ଆର ପଟରେ ଗୋଟେ ଛୋଟ ସହର ଥିଲା l ଯେହେତୁ ରବି ବହୁତ ବୁଦ୍ଧିମାନ ଥିଲା ଓ ତା ପାଖରେ କିଛି ଟଙ୍କା ଥିଲା ସେ ସେତିକିରେ ଛୋଟ ଛୋଟ କାମ ଆରମ୍ଭ କରିଦେଲା l 


ଦେଖୁଦେଖୁ ନିଜ ବୁଦ୍ଧିବଳରେ ସେ ବହୁତ ବଡ ବ୍ୟବସାୟୀ ହୋଇଗଲା l ହେଲେ ସେ ତା ସାଙ୍ଗ କିଷାନକୁ ଭୁଲିନଥିଲା l ସବୁବେଳେ ତା ମନରେ ତା ସ୍ବପ୍ନରେ କେବଳ କିଷାନ ହିଁ ଥିଲା l ବଡ ବ୍ୟାକୁଳତାରେ ଅପେକ୍ଷା କରିଥିଲା କେବେ କୋଡିଏ ବର୍ଷ ହେବ ଓ ସେ ତା ସାଙ୍ଗକୁ ଦେଖିବା l


ଏମିତି ହେଉହେଉ କୋଡିଏ ବର୍ଷ ବିତିଗଲା ଓ ସେ ଅପେକ୍ଷାର ଘଡି ଆସି ପହଁଚି ଗଲା lପୂର୍ବଦିନ ରାତିରୁ ରବିକୁ ଜମା ନିଦ ନଥିଲା l ବଡ଼ିଭୋରରୁ ଗାଧୋଇ ନୂଆ ଲୁଗା ପିନ୍ଧି କିଷାନ ପାଇଁ କିଣିଥିବା ଉପହାର ସବୁ ଧରି ସେଇ ଜଗାକୁ ଚାଲିଲା ଯେଉଁଠି ସେମାନେ ବିଛୁଡି ଯାଇଥିଲେ l ମନରେ ତାର କେତେ ଚିନ୍ତା କେତେ ଭାବନା କିଷାନକୁ ନେଇ l ସେ କେମିତି ଥିବ କେମିତି ଦେଖ ଯାଉଥିବ l 


ଏମିତି ଭବୁଭାବୁ ସେ ନଦୀ ପାର ହୋଇ ସେହି ସ୍ଥାନକୁ ଆସି ପହଁଚି ଗଲା ହେଲେ ଦେଖିଲା କିଷାନ ଆସି ନାହିଁ l ସେ ଭାବିଲା ବୋଧେ ତାକୁ ଆସିବାକୁ ସମୟ ଲାଗିବ ତେଣୁ ସେ ଏଇଠି କିଷାନକୁ ଅପେକ୍ଷା କରିବ l


ସେୟା ଭାବି ସେ ଚାରିଆଡକୁ ଅନେଇଲା କେଉଁଠି ବିଶ୍ରାମ ନେବ ଓ ତା ସାଙ୍ଗକୁ ଅପେକ୍ଷା କରିବ l ଦେଖିଲା ସେ ଜାଗା କିଛି ବଦଳିନି l ଆଗରୁ ଯେମିତି ଥିଲା ଏବେ ଭି ସେମିତି l ହେଲେ ହଠାତ ସେ ଦେଖିଲା ଗୋଟେ ଛୋଟ ସୁନ୍ଦର ମାର୍ବଲରେ ନିର୍ମିତ ଅପେକ୍ଷାଗାର ଟିଏ ତିଆରି ହୋଇଛି l ଯଦିଓ ସେଇଟା ପୁରୁଣା ଦିଶୁଛି ହେ କାହିଁ ରବିର ମନ ସେଠାକୁ ଟାଣି ହୋଇ ଯାଉଛି l ସେ ଭାବିଲା ଏତେ ଘଞ୍ଚ ଜଙ୍ଗଲରେ କିଏ ଏହା ତିଆରି କରିବ ଓ କାହିଁକି l ଏକଥା ଭାବି ଭାବି ରବି ସେ ମାର୍ବଲ ବିଶ୍ରାମଗାର ଭିତରେ ଆସି ବସି ପଡିଲା l ବାହାରେ ପ୍ରଚଣ୍ଡ ଖରା ଓ ବିଶ୍ରାମଗାର ଭିତରେ ଥଣ୍ଡାର ସ୍ପର୍ଶ ରବି ଅତିଶୀଘ୍ର ସେଠି ଶୋଇ ପଡିଲା l

 ହଠାତ କାହାର ଆସିବାର ଶବ୍ଦ ଶୁଣି ରବିର ନିଦ ଭାଙ୍ଗିଗଲା ଭାବିଲା ବୋଧେ କିଷାନ ଆସିଲ l ଏକଥା ଭାବି ସେ ଧଡପଡ ହୋଇ ଉଠି ଏଣେତେଣେ ଅନେଇବାରେ ଲାଗିଲା l ସେ ଜାଣିପାରିଲା କେହି ଆସିନାହାନ୍ତି ଓ ସନ୍ଧ୍ୟା ଭି ହୋଇ ଗଲାଣି l ଏକୁଟିଆ ଜଙ୍ଗଲରେ ତାକୁ ଡର ଭି ଲାଗୁଥିଲା l ତେଣୁ ସେ କିସାନ କଥା ଭାବିଭାବି ଘରକୁ ଫେରି ଆସିବ ବୋଲି ଭାବିଲା l


କିନ୍ତୁ ଦେଖିଲା କିଛି ଲୋକ ଜଙ୍ଗଲରୁ କାଠ କାଟି ଫେରୁଛନ୍ତି l ରବିର ଟିକେ ସାହସ ଅସିଗଲା ଓ ଯେତେବେଳେ ସେମାନେ ପାଖକୁ ଆସିଲେ ରବି ତାଙ୍କ ପାଖକୁ ଯାଇଁ ପଚାରିଲା ଏତେ ଘନ ଜଙ୍ଗଲରେ କିଏ ଏ ବିଶ୍ରାମଗାର ବାନେଇଛି ଓ କାହିଁକି?  


ସେମାନଙ୍କ ମଧ୍ୟରୁ ଜଣେ ମନେ ପକେଇ କହିଲା ବାବୁ ଏତ କୋଡିଏ ବର୍ଷ ତଳର କଥା l ଜଣେ ଯୁବକ ଏଇ ଆଗରେ ଥିବା ପାହାଡ ଚଢୁଥିଲା ଓ ଗୋଡ ଖସି ଗଲା ଓ ସେ ଏକ ବଡ ପଥର ତଳେ ପଡିଗଲା l କିଛି ଲୋକ ତାକୁ ପଥର ତଳୁ କାଢ଼ି ଆଣିଲେ ହେଲେ ବଞ୍ଚେଇ ପାରିଲେ ନାହିଁ l ମୃତ୍ୟୁ ପୂର୍ବରୁ ସେ ଯୁବକ ତାର ସମସ୍ତ ଟଙ୍କା ସେ ଲୋକଙ୍କୁ ଦେଇ କହିଲା ମୁଁ ଯଦି ମରିଯାଏ, ମୋତେ ସେଇ ଦୁଇମୁଖିଆ ରାସ୍ତା ପାଖରେ ଜାଳିଦେବ ଓ ତା ଉପରେ ଏକ ମାର୍ବଲର ବିଶ୍ରାମଗାର ବନେଇଦେବ l 


କାହିଁକିନା ମୋ ସାଙ୍ଗ ଠିକ କୋଡିଏ ବର୍ଷ ପରେ ମୋତେ ଦେଖା କରିବାକୁ ଆସିବ l ସେତେବେଳେ ବହୁତ ଗରମ ହେଉଥିବ ଓ ସେ ସେଇଠି ବିଶ୍ରାମ ନେଇ ପାରିବ l ଆମେ ଯେଉଁ କଥା ଦେଇଥିଲୁ କୋଡିଏ ବର୍ଷ ପରେ ଦେଖା ହେବାକୁ ତାହା ଭି ସତ୍ୟ ହୋଇପାରିବ ସେ ଯଦି ସେଠି ଶୋଇଯିବ l 

ଏତିକି କହି କାଠକଟା ଲୋକ ତାଙ୍କ ରାସ୍ତାରେ ଚାଲିଗଲେ ପଛେ ଛାଡିଦେଲେ ଶୋକ ଜର୍ଜରିତ ରବିକୁ l 

ଉପହାର ସବୁକୁ ଆଡେଇ ରବି ଖାଲି ଲୋଟି ଯାଉଥିଲା ସେ ମାର୍ବଲର ଚଟାଣରେ ଓ କହି ହେଉଥିଲା ଜୀବନର ସମସ୍ତ ପରୀକ୍ଷାରେ ମୁଁ ତୋଠୁ ଆଗେଇଥିଲି ମିତ୍ର ଆଜି ଜୀବନ ପରୀକ୍ଷାରେ ତୁ ପ୍ରଥମ ହୋଇଗଲୁ l ଶିଖେଇଦେଲୁ ଆଜି ମୋତେ ବନ୍ଧୁତ୍ୱର ସଂଜ୍ଞା କଣ l



Rate this content
Log in

Similar oriya story from Tragedy