କିଛି ଅବୁଝା ପ୍ରେମ
କିଛି ଅବୁଝା ପ୍ରେମ


ସେଦିନ ତାର ଜନ୍ମଦିନ ଥାଏ । ମୋର କିନ୍ତୁ ମନେ ନଥିଲା । ମୁଁ ପୁରା ଶାନ୍ତି ନିଦରେ ଶୋଇପଡିଥିଲି,ମୋ ମାମା ପାଖରେ । ହଠାତ୍ ରାତି ପ୍ରାୟେ ୧.୨୧ବେଳେ ମୋ ଫୋନ ରିଙ୍ଗ ହେଲା । ମୋର ତ ଏମିତି କେହି ନାହିଁ ଯିଏକି ଏତେ ରାତିରେ କଲ୍ କଲା ଭଳି,ଟିକେ ଆଶ୍ଚର୍ଯ୍ୟ ହେଇଗଲି ଆଉ ଦେଖିଲି ସେ କରିଛି ।
ଆରେ ଆରେ ମୁଁ ତ 'ସେ' ଜଣଙ୍କ ଏଯାଏଁ କହିନି,ହୋଉ ଏବେ କହି ଦେଉଛି,
"ସେ ହେଉଛି ମୋ ଛୋଟ ବେଳର ସାଙ୍ଗ" । କିନ୍ତୁ କାହିଁକି କେଜାଣି ଏ ମନ ତାକୁ ବହୁତ ଚାହୁଁଛି, ନିଜର କରିବାକୁ । ହେଲେ ସେ ବାରମ୍ବାର ମନା କରି ସାରିଛି । ଏବେ ତାର ମୋର ସମ୍ପର୍କ କେବଳ ଦୁଇ ସାଙ୍ଗର କିନ୍ତୁ ତାର କିଛି କିଛି କଥା ମତେ ବେଳେ ବେଳେ ତାରି ଆଡକୁ ଟାଣି ନିଏ ।
ହେଇ ଦେଖୁନାହାନ୍ତି ସେଦିନ ତା ଜନ୍ମଦିନରେ ମୁଁ ଫୋନ ନ କରି ପାରିବାରୁ କେତେ କଣ ହେଇଗଲା ।
ମୁଁ ତା ପରଦିନ ଘରୁ ବାହାରିଲି ହଷ୍ଟେଲକୁ । ଆଉ ତାପରେ ବସ୍ ରେ ବସିଲି । ବସ୍ ରେ ବସି ପ୍ରଥମେ ତାକୁ କଲ୍ କଲି,ଆଉ ତା ପରେ ;
ମୁଁ:- ଜନ୍ମଦିନର ହାର୍ଦ୍ଧିକ ଅଭିନନ୍ଦନ..
ସେ:- ମିଛ ଭଲପାଇବା ଆଉ କାହାକୁ ଦେଖାଇବ,ମତେ ନୁହେଁ ...
ମୁଁ:- କଣ ହେଇଛି କୁହ??
ସେ:- କାଲି ରାତି ମୁଁ ତମ ଫୋନ କଲର ଅପେକ୍ଷାରେ ଦୀର୍ଘ ଏକ ଘଣ୍ଟା ଅପେକ୍ଷା କଲି କିନ୍ତୁ ତମେ କଲନି ...ଆଉ ତାପରେ ..ଛାଡ଼ କାହିକି କିଛି ଲାଭ ନାହିଁ ।
ମୁଁ:- ଓଃ ସେଥିପାଇଁ ତମେ କାଲି ରାତି ୧.୨୧ରେ ଦୁଇଥର କଲ କରିଥିଲ ..ଅଚ୍ଛା ହେଉ କ୍ଷମା କରିଦିଅ ..ମୁଁ ଘରେ ଥିଲି ଆଉ ମାମା ପାଖରେ ଶୋଇଥିଲି ,ସେଥିପାଇଁ କଲ କରିପାରିଲିନି କି ଉଠାଇ ପାରିଲିନି ।
ସେ:- ଜାଣିଛ କାଲି ମୋ ego କୁ କେତେ hurt ହେଇଛି?
?..ତମେ କେବେ ବୁଝିପାରିବାନି..
ମୁଁ:- ହୋଉ ହେଲା sorry ...
ସେ:- ଠିକ୍ ଅଛି ..
ମୁଁ:- ଗୋଟେ କଥା କହିବି ରାଗିବନି ତ??
ସେ:- ନାଁ କୁହ..
ମୁଁ:- ତମ ପାଇଁ ମୁଁ ଯେଉଁ କବିତା ଲେଖିଥିଲି ତାକୁ ଦେଖି ସମସ୍ତେ ପଚାରୁଥିଲେ ଇଏ କଣ ଆମ ଭାଉଜ କି??...
କିନ୍ତୁ ମୁଁ କହିଲି ନା ହେବାର ଥିଲେ କିନ୍ତୁ ମନା କରିଦେଲେ । ଆଉ ତାପରେ ସେମାନେ କହିଲେ ଅଚ୍ଛା ତାହେଲେ ଇଏ ସିଏ ଯାହା ପାଇଁ ଅମିତ ବାବୁ ଆଜି ଦେବଦାସ ହେଇଯାଇଛନ୍ତି ।
ମୁଁ ଆଉ କଣ ବା କହିଥାନ୍ତି ...ଖାଲି ଟିକେ ହସିଦେଲି ...
ସେ:- ତମେ କେବେ ବି ସୁଧୁରିବନି
ମୁଁ:- ଆରେ ରାଗିବନି ବୋଲି କହିଥିଲ ତ ସେଥିପାଇଁ କହିଲି ...ପୁଣି ରାଗିଲ...ହଉ ଛାଡ଼..
ସେ:- ଆଉ କିଏ କଣ କଣ କହିଲେ ??
ମୁଁ:- ନା କହିଲେ ପୁଣି ରାଗିବ..
ସେ:- ନା କୁହ ..
ମୁଁ:- ପକ୍କା ରାଗିବନି ତ??
ସେ:- ନାଁ
ମୁଁ :- ଆଉ ଜଣେ ଇଂରାଜୀ ଲେଖକ ବନ୍ଧୁ କହିଲେ କି ସେ ଝିଅ କଣ ଅନ୍ଧ କି...ବାହ୍ୟ ସୌନ୍ଦର୍ଯ୍ୟ କୁ ଦେଖି ତୁମ ଭଳି talented ପିଲାକୁ reject କରିଦେଲା...
ଆଉ ଜଣେ ଲେଖିକା ମୋ ବନ୍ଧୁ ...ମତେ ବାପା ବୋଲି ଡାକେ ...ସେ ତ ମାଆ ମିଳିଗଲେ ବୋଲି ଖୁସି ହେଉଥିଲା
ସେ:- ତମକୁ ଆଉ ପରିହେବନି ..କହିଦେବ ମୁଁ ମାମା ହେଇନି କି ମୋ ଆଖି ବି ଫୁଟି ଯାଇନି
ମୁଁ :- ହେଇ ଦେଖ ପୁଣି ରାଗିଲ ...
ସେ:- ନା ରାଗୁନି ...ହୋଉ ରହିଲି ପରେ କଥା ହେବା ..
ମୁଁ:- ଠିକ୍ ଅଛି ,ତୁମ ଦିନ ଶୁଭଙ୍କର ହେଉ...ରହିଲି ...ପୁଣିଥରେ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା
ବାସ୍ ଏତିକି ଥିଲା ସେଦିନର କାହାଣୀ ।